ଆଜି ଏ ସାଧାରଣତନ୍ତ୍ର ଦିବସେ
ଆଜି ଏ ସାଧାରଣତନ୍ତ୍ର ଦିବସେ
କେତେ ଉନ୍ମାଦନା କେତେ ଆଶା ନେଇ
ଏ ଆସେ ପ୍ରତି ବରଷେ
ସବୁ ଜନଗଣଙ୍କ ମନ ଏ ହରଷେ
ପ୍ରତିଷ୍ଠିତ ହୋଇଥିଲା ଆମ ଗଣତନ୍ତ୍ର
ଆଜି ଏ ସାଧାରଣତନ୍ତ୍ର ଦିବସେ ।
ଗଢ଼ିବାକୁ ନୀତି ଆଦର୍ଶ ଏ ଦେଶେ
ସମ୍ବିଧାନକୁ ସମ୍ମାନ ଦେବାକୁ ସହର୍ଷେ
ମାଟି ମା'ର ସମ୍ମାନ ରଖିବାକୁ ସ୍ଵହସ୍ତେ
ଗଣରାଜ୍ୟ ଗଣତନ୍ତ୍ରର ପ୍ରତିଷ୍ଠା
ହୋଇଥିଲା ଆମ ଏ ଭାରତ ବରଷେ
ଆମ ନେତା ଆମ ସମ୍ବିଧାନ ପ୍ରଣେତା
ଉଣେଇଶ ପଚାଶ ଜାନୁଆରୀ ଛବିଶି
ଆଜିର ଦିବସେ କେତେ ଆଶା
କେତେ ଉତ୍କଣ୍ଠାର ସହ
ନୀତି ନିର୍ଦ୍ଧାରଣ କଲେ ଆମ ପାଇଁ
ଆମ ଏ ସାଧାରଣତନ୍ତ୍ର ଦିବସେ
ଅନ୍ୟାୟ ଅନୀତି ଦୁର୍ନୀତି
ସବୁ ହୋଇଗଲା ନୀତି ଏ ଦେଶେ
ଗଣତନ୍ତ୍ର ଖାଲି ନାମ ମାତ୍ରକ ଶାସନ ଏଠି
ଶୋଷଣ କଷଣର ଚାଲଇ ଶାସନ ଏ ଦେଶେ
ପରିବେଶ ଆଜି ପ୍ରଦୂଷିତ
ଅଶାନ୍ତି ଏଠି ପୁଞ୍ଜୀଭୁତ
ନେତାଙ୍କର ଏଠି ନୀତି ବହୁତ
କାର୍ଯ୍ୟକାରୀ ହୁଏ
ସବୁ ନୀତି ଆଦର୍ଶ ଅନିୟମିତ
ଲୋକେ ହନ୍ତସନ୍ତ ଏହି ଆଦର୍ଶେ
ଗଣତନ୍ତ୍ର ପୋଷାକରେ
ପୁଞ୍ଜିବାଦୀ ଶାସନ ଚାଲେ ଏ ଦେଶେ
ହତୋତ୍ସାହିତ ଆଜି ଯୁବ ସମାଜ
ରାଜନୀତି ଓ ରାଜନେତା
ପାଲଟିଛନ୍ତି ସବୁ ନିର୍ଲଜ
ଜୀବନ ଜୀବିକା ସବୁ ମାଟିରେ ମିଶେ
ନେତା କୁଜି ନେତାଙ୍କ ଭାଷଣ ଭାସେ
କଷ୍ଟାର୍ଜିତ ଆମ ସ୍ଵାଧୀନତା
ଦେଖି ଆମ କଳାପ ସେ ପୁଣି ହସେ
ପ୍ରତି ବର୍ଷ ଏ ଦିବସ ଆସେ
ସତ୍ୟ, ନ୍ୟାୟ ଓ ଧର୍ମର ପଥର
ପଥିକ ସାଜିବା ପାଇଁ
ଶପଥ ନେବା ଆସ ଆଜି
ଏ ସାଧାରଣତନ୍ତ୍ର ଦିବସେ ।
ଜନତା କାନ୍ଦେ ଏଠି ନେତାଟି ହସେ
ନାରୀ କାନ୍ଦେ ଆଜି ପୁରୁଷ ହସେ
ଦରିଦ୍ର କାନ୍ଦେ ଏଠି ଧନୀଟି ହସେ
କୃଷି ଓ କୃଷକ ଆଜି କାନ୍ଦନ୍ତି
ଏ ଦେଶର କୃଷି ନୀତିଟି ହସେ
ମାତୃଭୂମି ମାତୃଭାଷା କାନ୍ଦଇ ଆଜି
ନୀତି ନିର୍ଦ୍ଧାରକ ତାଙ୍କ ସ୍ଵାର୍ଥ ପାଇଁ ଟି ହସେ
ଅନ୍ୟାୟ, ଅନୀତି, ଦୁର୍ନୀତିକୁ
ହଟାଇବା ପାଇଁ ଶପଥ ନେବା
ଆସ ଆମେ ଆଜି ଏ ସାଧାରଣତନ୍ତ୍ର ଦିବସେ ।
ଶୋଷଣ କଷଣ ଲୁଣ୍ଠନ ର
ମୂଳୋତ୍ପାଟନ କରିବା ଏ ଦେଶେ
ଶିଶୁ ମୃତ୍ୟୁ ହାର ମାତୃ ମୃତ୍ୟୁହାରକୁ
ସଂପୂର୍ଣ୍ଣ ବିଲୋପ କରିବା ଦେଶେ
ଶାନ୍ତି, ମୈତ୍ରୀ ଓ ଶୃଙ୍ଖଳା ଆଣିବା
ଆସ ଏହି ଭାରତ ବର୍ଷେ
ବିଶ୍ଵେ ଶାନ୍ତିର ଦୂତ ସାଜିବା ପାଇଁ
ସମାନ ଅଧିକାର ପାଇବା ପାଇଁ
ସଂଗ୍ରାମ ଜାରି ରଖିବା ଏ ଦେଶେ
ଗଢିବା ସୁନାର ଭାରତ
ଶପଥ ନେବା ଆସ
ଆଜି ଏ ସାଧାରଣତନ୍ତ୍ର ଦିବସେ ।
