STORYMIRROR

Tilottama Prusty

Comedy

3  

Tilottama Prusty

Comedy

ଆଈର ସ୍କୁଟର ଚଢା

ଆଈର ସ୍କୁଟର ଚଢା

1 min
178

ଅଜା ଦେଇ ଅଛି ପତର ଆଜି

      ନାତୁଣୀର ବିହାଘର ସେ କରୁଛି,

ଆଈ ଯିବ ଆଜି ଖାଇ ଭୋଜି।

ସକାଳ ପହରୁ ଆଈମନ

          ହେଉ ଅଛି ଖାଲି ଛନଛନ

ନାତି ଟୋକିକୁ ଡ଼ାକିକି କହେ

         ନେଇଯିବାକୁ ମଧୁବନ।

ପାଦରେ ନାହିଁଛି ହାଇହିଲ୍

        ମୁହଁରେ ଜାକିଛି ପାନଖିଲ୍।

ନାତି କୁ କହେ ଜଲଦି ବାହାରେ

        ଡେରି କିଆଁ କରୁ ହଲିହଲି।

ଆଈ କୁ ବସାଇ ସ୍କୁଟର ରେ

         ନାତି ଚଳାଉଛି ଧିରେ ଧିରେ

କାଳେ ଆଈ ତାର ହାତ ଛାଡି ଦେବ

          ପଡ଼ଯିବ ଅବା ବାଟଟାରେ।

ଆଈ ମନ ହୁଏ ଚଙ୍ଗ ଚଙ୍ଗ

      ବୁଡି ଆସିଲାଣି ମୁହଁ ସଞ୍ଜ

ନାତିକୁ ସେ କହେ ସ୍ପିଡ୍ ବଢ଼ା

      ରାତି ହେଲେ ହେବା ଦହଗଞ୍ଜ।

ଆଈ କହେ ତୁ ଭେଣ୍ଡିଆ ଟିରେ

      କଥାକହୁ ଭାରି ବଢ଼ିମାରେ,

ଧତରା ଗାଡିଟେ ଧରି ଚଲାଉଛୁ

    ଫୋପାଡି ଦେ ଚାଲେ, ବସ୍ ରେ।

ବାଜିଗଲା ନାତି ମରମରେ

     ଗତି ବଢ଼ାଇବା ଜୋଓରରେ

କହିଲା ହେ ଆଈ,ହେଲାକି ନାହିଁ

     ବଢାଇବି ଅବା ଆଉ ଜୋରେ।

ଯେତେ ଅଛି ବଢା ତୋର ଗତି

      ସଞ୍ଜ ବୁଡ଼ି ଏବେ ହେଲା ରାତି।  

ନାତି ବଢ଼ାଇଲା ଗତିବିଧି,

ଅଜାଘର ପାଖେ ପଛକୁ ଦେଖତ

       ଗାଡ଼ିରେ ନାହିଁ ତା ଆଈ ରାଧି।

ନାତିଫେରାଇଲାସ୍କୁଟରକୁ,ବାଟରେ ଦେଖେତ,ଆଈପଡିକରି,

       କରୁଅଛି ପାଟି ପାକୁପାକୁ।

ଖସି ଯାଇଅଛି ସିଲିକ୍ ଶାଢ଼ୀ

      ହିଲ୍ ଯାଇଅଛି ଫାଳେ ଛିଡି

ଆଈ ପଡ଼ିଅଛି ମୁଁହ ମାଡ଼ି

      ରକତ ବୋହୁଛି ଆଣ୍ଠୁ ଛିଡି।

ନାତି କହେ ଯମା କନ୍ଦେ ନାହିଁ

      ଆଣି ଦେବି ନୂଆ ତୋର ପାଇଁ

ଡାକ୍ତରଙ୍କ ପାଖୁ ଚାଲ୍ ଯିବା

       ଟିଟାନାସ୍ ନେଇ ଆମେ ଫେରିବା।

         

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy