STORYMIRROR

Arjun Sahu

Abstract Inspirational Others

3  

Arjun Sahu

Abstract Inspirational Others

।।ଆହେ ନୀଳାଦ୍ରି ବିହାରୀ।।

।।ଆହେ ନୀଳାଦ୍ରି ବିହାରୀ।।

1 min
201


ନୀଳାଚଳ ନାଥ   କରୁଛ ଅନାଥ     

      କି ଅପରାଧ କଲି

ଉଡୁଛି କେତନ   ପତିତ ପାବନ    

      ପାତକ ନାଶନ ପାଇଁ            

 ମହା ମହା ପାପି   ସେ ବାନାକୁ ଚାହିଁ        

       ଭବସିନ୍ଧୁ ଗଲେ ତରି

      ଆହେ ନୀଳାଦ୍ରି ବିହାରୀ।।

କେଉଁ ପୂଣ୍ଯ ବଳେ  ଶ୍ରମଣା ଶବରୀ 

       ତରିଗଲା ସୁରଆଳେ   

ପାପ ପାରାବାର   ପିଙ୍ଗଳା ବେଶ୍ଯାକୁ   

       ଉଦ୍ଧାରିଲ ପଲକରେ           

 ଅଜାମ୍ବିଳୁ ବଳି    ପାପକି ମୋହର  

       ବଳିଗଲା ହେ ମୁରାରୀ 

       ଆହେ ନୀଳାଦ୍ରି ବିହାରୀ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract