STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଆହେ ନୀଳାଚଳ ନାୟକ

ଆହେ ନୀଳାଚଳ ନାୟକ

1 min
14



ଜୟ ଜଗନ୍ନାଥ ପ୍ରଭୁ ହେ ଜୟ ବିଶ୍ଵଜୀବନ l

ଜୟ ରମାକାନ୍ତ ଜୟହେ ଜୟ ରମାରମଣ ll

ପତିତ କେତନ ଉଡ଼ାଇ ପ୍ରଭୁ ନୀଳଚକ୍ରରେ l

କ୍ଷେତ୍ରଥାପିଅଛ ପ୍ରଭୁହେ ମହାସିନ୍ଧୁ ତଟରେ ll

ଉପମା କିଅବା ଦେବି ମୁଁ ଆହେ ସର୍ଵସୁନ୍ଦର l

ଭାଇଭଗ୍ନୀସଙ୍ଗେ ବିଜୟ ସିଂହାସନଉପର ll 

ଶଙ୍ଖ ଚକ୍ର ଗଦା କମଳ ହସ୍ତ କି ଶୋଭାବନ l

କରଯୋଡ଼ିଉଭା ସମ୍ମୁଖେ ବିନତାଙ୍କ ନନ୍ଦନ ll

ରୋହିଣୀକୁଣ୍ଡର ପାଦୁକା ତରେଅଜ୍ଞ ପାଷଣ୍ଡ l

ଚତୁର୍ଭୁଜହେଲା ତକ୍ଷଣେ ପଡ଼ି କାକ ଭୂଷଣ୍ଡ ll

ମୁକ୍ତିମଣ୍ଡପ ତୋ ସାକ୍ଷାତ ମୁକ୍ତି ଦ୍ଵାରକୁ ବାଟ l

କଳ୍ପନା ପୁରଇ ତୋ ଛାୟାତରୁ କଳପ ବଟ ll

ଆନନ୍ଦ ବଜାର ଆନନ୍ଦ, କେ ବା ବର୍ଣ୍ଣିପାରିବ l

ଘୋଷଯାତ୍ରାକରୁ ଭକ୍ତରେବହି ଶରଧାଭାବ ll

ଭକ୍ତଜନେ ତୋର ଶରଧା କାହିଁ ଅଛି ତୁଳନା l

ଭାବବିନୋଦିଆ ଭକତି ତୋର ମାତ୍ର ଛଳନା ll

 କରୁଣାସିନ୍ଧୁଙ୍କୁ ମିନତି ବିନ୍ଦୁ କରୁଣା ହେବ l

ଆହେ ନୀଳାଚଳ ନାୟକ କରୁଣାର ଅର୍ଣ୍ଣବ ll

      


Rate this content
Log in

Similar oriya poem from Inspirational