STORYMIRROR

Gouri Panda

Inspirational Others

2  

Gouri Panda

Inspirational Others

ଆହ୍ବାନ ଦେଉଛି ରାକ୍ଷୀ

ଆହ୍ବାନ ଦେଉଛି ରାକ୍ଷୀ

1 min
12


ରାକ୍ଷୀ ଆଜି ଆସିଛିରେ

ବାନ୍ଧିବ ସେନେହ ଡୋରେ। 

ସେ, ସେନେହ ପୁରାତନ

ରହିବ ସେ ଆଜୀବନ। 

ଭଉଣୀ ବାନ୍ଧିବ ରାକ୍ଷୀ

ଭାଇ ରହିବ ତା'ସାଖି। 

ରହିଥାଉ ଏ ଵନ୍ଧନ 

ଆଜି ନୁହେଁ ସବୁଦିନ। 

ଦେଖିବ ଦୁନିଆ ସାରା 

ରାକ୍ଷୀ ଆମ ପରମ୍ପରା। 

ପରମ୍ପରା ର ସୁରକ୍ଷା 

ପାଇଛୁ ଆମେ ରେ ଶିକ୍ଷା। 

ରାକ୍ଷୀ ବାନ୍ଧି ଭାଇ ହାତେ

ଝିଅ ରୁହ ମଜବୁତେ।

ନିଜକୁ ସୁଦୃଢ଼ କର

ମନ ଆଉ ବ୍ୟବହାର। 

ନିଜ ହାତେ ରାକ୍ଷୀ ବାନ୍ଧି

ରହିବନି ଆଉ କାନ୍ଦି। 

ଅଜି ଏଇ ରାକ୍ଷୀ ଦିନେ

ପଣ କର ଝିଅ ମାନେ। 

ଏ ରକ୍ଷା ବନ୍ଧନ ମୃଲ

ଝିଅ ମାନେ କର ତୁଲ।

ନିଜ ସନମାନ ନିଜେ

ରଖିବାକୁ ହେବା ସଜେ।

ଭାଇ ଆସିବା ଆଗରୁ

ମୁକ୍ତ ହେବା କଳଙ୍କ ରୁ। 

ଧୈର୍ଯ୍ୟ ର ଅସୀମ ଡୋରୀ 

ସମୁଦ୍ର ହୋଇବା ପାରି। 

ଆଜି ଏଇ ରାକ୍ଷୀ ଦିନେ

ଦୃଢ ହୁଅ ଝିଅ ମାନେ। 

ରାକ୍ଷୀର ଆହ୍ବାନ ଏଇ

ଝିଅ ଲଢ ମାନ ପାଇଁ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational