STORYMIRROR

Saubhagya kumar Mallik

Tragedy

3  

Saubhagya kumar Mallik

Tragedy

ଆଗରୁ ସିମ୍ପାଜି ଥିଲୁ

ଆଗରୁ ସିମ୍ପାଜି ଥିଲୁ

1 min
266

ମୁନି ଦେଖିଲା ସିମ୍ପାଜି ଟିଏ ବସିଛି ହୋଇ ଦୁଃଖୀ

କହିଲା ଯାଇ କାହିଁକି ତୁମ ମନ ଉଦାସ ଅଛି ।।

କାହିଁକି ଏତେ ଦୁଃଖରେ ତୁମେ ବସିଛ ମନମାରି

କେଉଁ ଚିନ୍ତା ଟି ମନକୁ ତୁମ ଯାଇଛି ଆଜି ଘାରି ।।

କହିଲା ଶୁଣି ମୁନିର କଥା ସିମ୍ପାଜି ଧିରେ ଧିରେ

କେଡେ ସୁନ୍ଦର ମଣିଷ ଜାତି ଏଇ ଧରାଧାମରେ ।।

ଦିଶୁନା ଆମେ ସୁନ୍ଦର ବୋଲି ଜଙ୍ଗଲ ଆମ ଘର

ଗାଁ ସହରେ ମଣିଷ ତୋଳେ ଜାତିଜାତିକା ଘର ।।

ଶୁଣି ସିମ୍ପାଜି ମନର କଥା ରୋକି ନ ପାରି ହସ

ପାଗଳ ପରି ହସିଲା ମୁନି କମ୍ପିଲା ଦଶଦିଶ ।।

କହିଲା ଆମ ପୂର୍ବ ପୁରୁଷ ଥିଲେ ସିମ୍ପାଜି ଜାତି

ସିମ୍ପାଜି କ୍ରମେ ବଦଳି ଆଜି ମଣିଷ ହୋଇ ଅଛି ।।

ତୁମେତ ଆମ ପୂର୍ବପୁରୁଷ କାହିଁକି ଦୁଃଖ କର

ବାପାଙ୍କୁ କହି ତୋଳାଇ ଦେବି ତୁମରି ପାଇଁ ଘର ।।

ରହିବା ଆମେ ଏକାଠି ହୋଇ ନ ରଖି ଭେଦଭାବ

ଆମ ବନ୍ଧୁତା ଦେଖିଲେ ଏଇ ଦୁନିଆ ଚମକିବ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy