ଆଗରୁ ସିମ୍ପାଜି ଥିଲୁ
ଆଗରୁ ସିମ୍ପାଜି ଥିଲୁ
ମୁନି ଦେଖିଲା ସିମ୍ପାଜି ଟିଏ ବସିଛି ହୋଇ ଦୁଃଖୀ
କହିଲା ଯାଇ କାହିଁକି ତୁମ ମନ ଉଦାସ ଅଛି ।।
କାହିଁକି ଏତେ ଦୁଃଖରେ ତୁମେ ବସିଛ ମନମାରି
କେଉଁ ଚିନ୍ତା ଟି ମନକୁ ତୁମ ଯାଇଛି ଆଜି ଘାରି ।।
କହିଲା ଶୁଣି ମୁନିର କଥା ସିମ୍ପାଜି ଧିରେ ଧିରେ
କେଡେ ସୁନ୍ଦର ମଣିଷ ଜାତି ଏଇ ଧରାଧାମରେ ।।
ଦିଶୁନା ଆମେ ସୁନ୍ଦର ବୋଲି ଜଙ୍ଗଲ ଆମ ଘର
ଗାଁ ସହରେ ମଣିଷ ତୋଳେ ଜାତିଜାତିକା ଘର ।।
ଶୁଣି ସିମ୍ପାଜି ମନର କଥା ରୋକି ନ ପାରି ହସ
ପାଗଳ ପରି ହସିଲା ମୁନି କମ୍ପିଲା ଦଶଦିଶ ।।
କହିଲା ଆମ ପୂର୍ବ ପୁରୁଷ ଥିଲେ ସିମ୍ପାଜି ଜାତି
ସିମ୍ପାଜି କ୍ରମେ ବଦଳି ଆଜି ମଣିଷ ହୋଇ ଅଛି ।।
ତୁମେତ ଆମ ପୂର୍ବପୁରୁଷ କାହିଁକି ଦୁଃଖ କର
ବାପାଙ୍କୁ କହି ତୋଳାଇ ଦେବି ତୁମରି ପାଇଁ ଘର ।।
ରହିବା ଆମେ ଏକାଠି ହୋଇ ନ ରଖି ଭେଦଭାବ
ଆମ ବନ୍ଧୁତା ଦେଖିଲେ ଏଇ ଦୁନିଆ ଚମକିବ ।।