ଦାରୁ ରାକ୍ଷସ
ଦାରୁ ରାକ୍ଷସ
ବେଙ୍ଗରାଜା ଦିନେ ଦାରୁ ଦୋକାନେ ପଶିଲେ ଲୁଚି ଲୁଚି
ରଙ୍ଗ ବେରଙ୍ଗ ବୋତଲ ଦେଖି ଖୁସିରେ ଗଲେ ନାଚି ।
ଦେଶୀ ବିଦେଶୀ ଛୋଟରୁ ବଡ ବୋତଲ ମାଳମାଳ
ଢୋକେ ପିଇଲେ ସାରା ଶରୀର ହୋଇବ ଟଳମଳ ।
ବେଙ୍ଗରାଜା କିଛି ନ ବୁଝି ପିଇଲା ଆସ୍କାଫୋର୍ଟି
କେଇ କ୍ଷଣରେ ପ୍ରାଣଟି ଗଲା ଖଟରେ ଗଲା ଲୋଟି ।
ବୁଝିଲା ନାହିଁ ନିଶା ସେବନ କେତେଯେ ଭୟଙ୍କର
ଉଜୁଡି ଅଛି କେତେ ଯେ ଘର କାହା ମଥା ସିନ୍ଦୁର ।
ଦାରୁ ରାକ୍ଷସ ବୁଝେନା କେବେ ଧନୀ ଗରିବ କିଛି
ତା ମାୟାଜାଲେ ଯିଏ ପଡିଛି ପ୍ରାଣ ତାହାର ଯାଇଛି ।
