STORYMIRROR

Saubhagya kumar Mallik

Others

3  

Saubhagya kumar Mallik

Others

ବନ୍ଧୁତା ଯାଇଛି ଯୋଡି

ବନ୍ଧୁତା ଯାଇଛି ଯୋଡି

1 min
263

ବାତ୍ୟା ହେଲାନି ଯେ

ଲେଉଟାଇ ଦେଲା

ପିଲାଦିନର ଫର୍ଦ୍ଦ ଫର୍ଦ ସ୍ମୃତି

କୁନା ମୁନା ମୁଁ ସାଥୀ ହୋଇ ଖେଳିଛୁ

ଲୁଡୁ ପଶା କବାଡି ଡାଳମାଙ୍କୁଡି ଅବା ବୋହୁଚୋରି

ପାଠ ପାଇଁ ଚାହାଳି

ଦୁଷ୍ଟାମୀ ପାଇଁ ବେତ

ଆଉ ଭୁଲ ପାଇଁ ଗାଳି

କେମିତି କେଜାଣି ଆଖକି ହୋଇ ଯାଏ

ସବୁତକ ଅମୃତ ପରି

ସଞ୍ଜରେ ବାରଣ୍ଡାରେ

ପାଠପଢା ଡିବିରି ଆଲୁଅ ଜାଳି

ଖରାବେଳେ ଆମ୍ବଚୋରି

ଅଥବା ଭିଡ ହୁଏ ଗାଁ ପୋଖରୀ

ପାଣି ଛଟି ମଜାଥଟ୍ଟା

ଆଖିରେ ପାଣି ପଶିଗଲେ ରଡି

ଏବେ ଗାଁ କୁ ଗଲେ ସେଇମାନଙ୍କ ଧାଡ଼ି

ବାତ୍ୟା ସବୁ କିଛି ଦେଇଛି ବିଗାଡି

ହେଲେ ଆମ ବନ୍ଧୁତା ଯାଇଛି ଯୋଡି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍