ଚନ୍ଦ୍ରପୃଷ୍ଠର ବନ୍ଧୁ
ଚନ୍ଦ୍ରପୃଷ୍ଠର ବନ୍ଧୁ
1 min
106
ବୁଲୁଥିଲି ଦିନେ ଚନ୍ଦ୍ରପଷ୍ଠରେ ଚନ୍ଦ୍ରଯାନରେ ବସି ।
ଘେରି ଗଲେ ମୋତେ ଚନ୍ଦ୍ରମାନବ ଭାବି ଶତ୍ରୁ ଆସିଛି ପଶି ।
ଜଣେ ଧରି ଥିଲା ଜ୍ବଳନ୍ତ ମଶାଲ ଜଣେ ଧରିଥିଲା ଲାଠି ।
ମହିଳାଙ୍କ ପାଶେ ଭୟଭୀତ ପ୍ରାୟ ଥିଲା ତା ଶିଶୁ ପୁତ୍ରଟି ।
ଶତୃଟେ ଭାବି ଘେରିଗଲେ ଆସି କରିବାକୁ ବନ୍ଦୀ ମୋତେ ।
ଅଞ୍ଚଳଟି ଥିଲା ଦୁର୍ଗମ ବନ୍ଧୁର ପର୍ବତ ତଟିନୀ କ୍ଷେତେ ।
ନମ୍ର ଶୋଭାବେ କୋମଳ କଣ୍ଠରେ କହିଲି ବନ୍ଧୁ ଶୁଣ ।
ଆସିନାହିଁ ମୁଁ ଶତ୍ରୁ ହେବାକୁ ମିତ୍ରତା ମୋର ଗୁଣ ।
ବନ୍ଧୁତାର ହାତ ବଢାଇଲେ ମୋତେ ପୃଥିବୀରୁ ଚନ୍ଦ୍ର ଯାଏ ।
ନମ୍ର ଶୋଭାବ କୋମଳ ବଚନ କ୍ରୋଧ ବଦଳାଇ ଦିଏ ।
ବିଦାୟ ମାଗିଲି ଫେରିବି ଘରକୁ ଚନ୍ଦ୍ରଯାନରେ ବସି ।
ସ୍ବପ୍ନ ଦେଖୁଥିଲି ଚନ୍ଦ୍ରପୃଷ୍ଠର ଖଟରୁ ପଡିଲି ଖସି ।
