ଆସ ଗଢିବା ସବୁଜ ପୃଥିବୀ
ଆସ ଗଢିବା ସବୁଜ ପୃଥିବୀ
1 min
264
ମୋ ଆଖି ସହ ଆଖି ମିଶାଇ ଗଢିଛ ପ୍ରେମର ପାହାଚ ।
ମୋ ହଁରେ ହଁ ଭରି ସବୁ କିଛି କରିଥିଲ ତୁଚ୍ଛ ।
ମୋ ପାଦରେ ପାଦ ମିଳାଇ ଚାଲିଅଛ ଅନେକ ବାଟ ।
ବାଟ କେବେ ସରିଯାଏ ଜାଣିବାକୁ କରିନ ପ୍ରୟାସ ।
ତୁମ ମୋ ଭିତରେ ଅତୁଟ ବିଶ୍ବାସ ।
ନା ମୁଁ ଦେଖିଛି ନା ତୁମେ ଦେଖିଛ ।
ନା ମୁଁ ମାପିଛି ନା ତୁମେ ମାପିଛ ।
ବିଶ୍ୱାସର ପରିଧି, ପରିସୀମା, ଦୈର୍ଘ୍ୟ ଅବା ପ୍ରସ୍ଥ ।
ଆସ ଆଉଥରେ ।
ମୋ ହାତରେ ହାତ ମିଶାଇ ।
ପୋତିଦେବା ମଞ୍ଜି ଅନେକ ।
ସବୁଜିମା ବୃକ୍ଷରାଜିରେ ସୁଶୋଭିତ ।
ଏ ଧରଣୀ ବାଣ୍ଟୁଥିବ ପ୍ରେମର ମହକ ।
