STORYMIRROR

Pankajini Upadhaya

Inspirational

3  

Pankajini Upadhaya

Inspirational

ଆଗମନ

ଆଗମନ

1 min
13.7K



ପଙ୍କଜିନୀ ଉପାଧ୍ଯାୟ (ମିତା )

ଅରଙ୍ଗାବାଦ

◆◆◆◆◆◆◆◆◆

ପ୍ରଭାତ ଆସୁଛି କାକର ଡାକରେ

ଶୁଭୁଅଛି କାଆ କାଆ

କୁକୁଡ଼ାର ଡାକ ଶୁଭୁ ନାହିଁ ଆଉ

ହଜିଲାଣି ତାଙ୍କ ନାଆଁ।

ପକ୍ଷୀ ଗାଇଲେଣି ଆଗମନୀ ଗୀତ

କାମରେ ଯିବେସେ ମାତି

ପରିଶ୍ରମ କରି ଖାଦ୍ୟ ରୁଣ୍ଡାଇବେ

ଶିଶୁ ମୁଖେ ଦେବେ ନୀତି।

ଦିନର ଆଲୁଅ ତାଙ୍କ ପାଇଁ ଭଲ

ଆଳସ୍ଯ ଜୀବର ଶତ୍ରୁ

କର୍ମରେ ତତ୍ପର କର୍ମ ଗୀତା ସାର

କର୍ମଟି ଅଜାତଶତ୍ରୁ।

ଦିନ ଥିଲା ଦିନେ କାଣୀ ଅନ୍ଧାରରୁ

ଶୁଭୁଥିଲା କୃଷ୍ଣ ଗୀତ

ପିତୃବ୍ଯ ଆମର ଉଠି ଶେଯ ପରୁ

ବୋଲନ୍ତି ଭଜନାମୃତ।

ହଜି ଯାଇଛି ସେ ସୂନେଲି ସକାଳ

ବାପା ହଜିଛନ୍ତି ସତ

ଶୁଭୁ ନାହିଁ ଆଉ ଆଗମନୀ ଗୀତ

ସେ ପ୍ରାତ ଏବେ ଅତୀତ।

ତାଙ୍କ ଅଭ୍ଯାସର ଦାସ ଏ କିଙ୍କର

ଅଭ୍ୟାସ ରହିଛି ଜାରି

ସକାଳ ସୁରୂଯ ଦେଖି ନାହିଁ କେବେ

ଅନ୍ଧାର ଯାଇଛି ସରି।

ନିତି ବେଳାବେଳି ଉଠେ ଅନ୍ଧାରରୁ

ନିତ୍ଯ କର୍ମ ଦିଏ ସାରି

ଦିନର ବ୍ଯସ୍ତତା ଭାରି ପଡେ ନାହିଁ

ଗୁରୁ କୃପା ଅନୁସରି।

ହଜିଗଲେ ବାପା ହଜିଗଲେ ବୋଉ

ଏକା ଏକା ଲାଗେ ଘର

ଜଞ୍ଜାଳରୁ ମୁକ୍ତ ଜୀବନ ସଙ୍ଗୀତ

ଲେଖିଲା କବିତା ଗାର।

ଆଗମନୀ ତୀବ୍ର କବିତାର ସ୍ବର

ହଜିଲା କବିତା ତୀରେ

ସେ ନଦୀର କୂଳ ଲାଗୁଛି ପବିତ୍ର

ଡେଇଁଛି ଲହଡି ପରେ।

ଅନୁକୂଳ ନାହିଁ ପ୍ରତିକୂଳ ପୂର୍ଣ୍ଣ

ସଙ୍ଘର୍ଷ ଜୀବନ ତରୀ

ଆହୁଲା ବିହୀନ ଜୀବନ ସମ୍ପର୍ଣ୍ଣ

ଗୁରୁ ଲହଡିର ଭାରି।

ଜୀବନ ଯେଉଁଠି ସଙ୍ଘର୍ଷ ସେଇଠି

ହସିହସି ବରି ନେବି

ସମାଧି ପ୍ରାପ୍ତିକୁ ଭୟ ନାହିଁ ଜମା

ଆଗମନୀକୁ ଗାଇବି।

ଶନିର ସକାଳ ପୂତ ପ୍ରାତ ବେଳ

ଶନିର ଶରଣ ଗଲି

ଦୁନିଆର ଶନି ଦୋଷ କ୍ଷୟକର

ଭାବରେ ମାଆ ସ୍ମରିଲି।

କଲ୍ୟାଣ କଲ୍ୟାଣ ଜଗତ କଲ୍ୟାଣ

କଲ୍ୟାଣରେ ଦିଅ ଭରି

କଲ୍ୟାଣ ହୋଇଲେ କଲ୍ୟାଣର ଶବ୍ଦ

ହେବନାହିଁ କେବେ ଭାରି।

ଅନ୍ତିମ ପର୍ଯ୍ୟାୟ ସମୟର ଡାକ

କାର୍ଯ୍ୟ କାରଣର ବେଳ

କର୍ମ ହିଁ ଜୀବନ କର୍ମେ ରହୁ ମନ

କର୍ମ ହିଁ ଜୀବନ ମୂଳ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational