Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Inspirational

4  

Birakishore Nayak

Inspirational

ଆଦର୍ଶ ଜୀବନ

ଆଦର୍ଶ ଜୀବନ

1 min
307


ମଣିଷ ଜନମ ସଂସାରେ ଦୁଲ୍ଲଭ

   ଶ୍ରେଷ୍ଠ ପ୍ରାଣୀ ଭାବେ ଗଣା 

ବିବେକ ବୁଦ୍ଧିର ଏକ ଅବୟବ

   ସର୍ବ ଗୁଣେ ପରିପୂର୍ଣ୍ଣା |


ହୃଦୟରେ ଭରା ଅନ୍ତହୀନ ଭାବ

   ହେବାକୁ ଜଗତ ଜିତା 

ସ୍ନେହ ମମତାରେ ଭରା ତା ଅନ୍ତର

   କରେ ସେ ସଂସାର ସିକ୍ତା |


ମଣିଷ ଜନମ ହୁଅଇ ସାର୍ଥକ

    ବଞ୍ଚିଲେ ଆଦର୍ଶ ହୋଇ 

ହିଂସା ଦ୍ୱେଷ ଭାବ ମନରେ ରଖେନା 

    ମମତାକୁ ବିଞ୍ଚି ଦେଇ |


ଆଧ୍ୟାତ୍ମିକତା ତା ଜୀବନର ବଳ

    ସଭିଙ୍କୁ ନିଜର କରେ 

ପର ଉପକାର ଜୀବନର ଲକ୍ଷ୍ୟ

    ହୋଇ ମହାନତା ଭରେ |


ନିଜ ପରିବାର କଥା ଵୁଝି ସିଏ

    ବୁଝେ ସମାଜର କଥା 

ହୃଦୟର ସହ କରେ ସେ ସାହାଯ୍ୟ

    ଵୁଝି ଦୁଃଖିଙ୍କର ବ୍ୟଥା |


ମହାପୁରୁଷଙ୍କ ଜୀବନର ଧାରା

    ରହେ ଯେବେ ଜୀବନରେ 

ଆଦର୍ଶବାଦର ମହନୀୟତାକୁ

    ନିଜର ସେ କରିପାରେ |


ନିଜେ ଭଲେ ରହି ଅନ୍ୟମାନଙ୍କର

    ସଦା ଶୁଭ ଚିନ୍ତା କରେ  

ପର ଦୁଃଖେ ଦୁଃଖୀ ପର ସୁଖେ ସୁଖୀ

    ସ୍ୱାଭାବିକ ହୋଇପାରେ |


ଜୀବନର ଲକ୍ଷ୍ୟ ବୁଝିପାରେ ଯିଏ

    ହୃଦୟ ପ୍ରସାରି ଯାଏ 

ସାରା ବସୁଧାକୁ ଏକ ପରିବାର

    ବୋଲି ସିଏ ଭାବିଥାଏ |



Rate this content
Log in

Similar oriya poem from Inspirational