STORYMIRROR

Suresh chandra Padhy

Inspirational Children

3  

Suresh chandra Padhy

Inspirational Children

ଆଦର୍ଶ ଜୀବନ

ଆଦର୍ଶ ଜୀବନ

1 min
141


ଆମ ମହାପୁରୁଷଙ୍କ ଜୀବନ ଆଦର୍ଶ ଜୀବନ

ପ୍ରତି ଓଡ଼ିଆ ଯୁଗେ ଯୁଗେ କରେ ତାଙ୍କ ଗୁଣ ଗାନ

ଭାରି ସ୍ଵାଭିମାନି ଥିଲେ ଆମ ମଧୁସୁଦନ

ଦୁଃଖି ଗରିବ ସେବାରେ ମଜି ରହିଥିଲା ତାଙ୍କରି ମନ

ଓଡ଼ିଆ ମାଟିର ସେ ହିଁ ଥିଲେ ବୀର ସନ୍ତାନ

ଓଡ଼ିଆ ପୁଅକୁ ଜାଗ୍ରତ କରିବାକୁ ଲେଖିଥିଲେ କାବ୍ୟ ମାନ

ଆମ ଓଡ଼ିଆ ଭାଷା ପାଇଁ କଲେ ସ୍ୱର ଉତ୍ତୋଳନ

ଓଡ଼ିଆ ପୁଅ ସେ ଉତ୍କଳ ଜନନୀ ର ହେଲେ ଶ୍ରେଷ୍ଠ ସନ୍ତାନ

ଗୋପବନ୍ଧୁ ଙ୍କର ସେବା ତ୍ୟାଗରେ ଭରି ଥିଲା ଜୀବନ

କେତେ ବନ୍ୟା ଦାଉରୁ ରକ୍ଷା କରିଥିଲେ ଓଡ଼ିଆଙ୍କ ଜୀବନ

ଆମ ଭାଷା ପାଇଁ ଆମ ମାଟି ପାଇଁ କରିଥିଲେ କାରାବରଣ

ମିଶୁ ମୋର ଦେହ ଏ ଦେଶ ମାଟିରେ ଲେଖି ଥିଲେ କାବ୍ୟ ମାନ

ରାଣୀ ଲକ୍ଷ୍ମୀବାଈ ନାରୀ ଜାତିର ସ୍ଵାଭିମାନ

ଇଂରେଜ ସାଥିରେ ଲଢ଼ି ଦେଇ ଗଲେ ନିଜ ଜୀବନ

ବୀର ଯୋଦ୍ଧା ବୋଲି ଇତିହାସରେ ଦେଲେ ପ୍ରମାଣ

ଭାରତ ମାତାର ଯୋଗ୍ୟ ସନ୍ତାନ ହୋଇ କରି ଗଲେ ଗୁଣ ଗାନ

ଆମ ବାପୁଜିଙ୍କ ଆଦର୍ଶରେ ଅନୁପ୍ରାଣିତ ସର୍ବଜନ

ନିଜ ସ୍ଵାଭିମାନ ରଖିବାକୁ କରିଲେ ବିଦେଶୀ ଦ୍ରବ୍ୟ ବର୍ଜନ

ଭାରତ ମାତା ର ସ୍ୱାଧୀନତା ପାଇଁ କରି ଥିଲେ ଆନ୍ଦୋଳନ

ମହା ମାନବ ମହାତ୍ମାଗାନ୍ଧିଙ୍କ ପାଇଁ ଆମ ଦେଶ ହେଲା ସ୍ୱାଧୀନ

ବାଜି ରାଉତ ଶିଶୁ ଟିଏ ହୋଇ ଦେଇ ଗଲା ଜୀବନ

ଆମ ଭାରତ ମାତାର ସନ୍ତାନ ହୋଇ ଦେଖାଇଲା ନିଜ ବୀରତ୍ଵମାନ

ଆମ ମହାପୁରୁଷଙ୍କ ଜୀବନ କାହାଣୀ ଦିଏ ଅନେକ ଶିକ୍ଷାମାନ 

ସେହି ଅମର ବୀରଙ୍କ ଆଦର୍ଶକୁ ନେଇ ଗଢିବା ନିଜ ଜୀବନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational