STORYMIRROR

Arun Kumar Mitra

Comedy Others

2  

Arun Kumar Mitra

Comedy Others

ଆଧୁନିକା ସାବିତ୍ରୀର ନୂଆବାର୍ତ୍ତା

ଆଧୁନିକା ସାବିତ୍ରୀର ନୂଆବାର୍ତ୍ତା

2 mins
13.8K


 (ଆଧୁନିକା ସାବିତ୍ରୀର ନୂଆ ବାର୍ତ୍ତା)

 ସାବିତ୍ରୀ କହିଲେ ଆଜି, ଆହେ ସତ୍ୟବାନ

ନିଜ ଗୁଣେ ମାଗିବ କ୍ଷମା, ମୋତେ ସବୁ ଦିନ।

ହୁଅ ତୁମେ କାଠ କଣ୍ଢେଇ, ମାଟିର ମଣିଷ

ନୋହିଲେ ଭାଗ୍ୟରେ ତୁମ, ଦୁର୍ଗତି ଅଶେଷ।

ଏହି ଶୁଭ ଦିନ ଗୋଟି, କେବଳ ତୁମର

ଆଜି ପାଇଁ ତୁମ ପାଦେ, କରୁଛି ଜୁହାର।

ତିନି ଶହ ଚଉଷଠି ଦିନ, ରୁହ ନୀରବରେ

ଚକ୍ଷୁ କର୍ଣ୍ଣ ବନ୍ଦ କରି, ବିତେଇବ ସଂସାରେ।

ଶଯ୍ୟା ତେଜି ଉଷା କାଳେ,ବ୍ରେକ ଫାଷ୍ଟ ତିଆରି

ମୋ ଉଠିବା ପୂର୍ବରୁ ହିଁ, ରଖିଵ ରେଡି କରି।

ପିଲାଙ୍କୁ ପ୍ରସ୍ତୁତ କରି, ବିଦ୍ୟାଳୟେ ଛାଡ଼ି

ଚାହା କପ୍ ଟି ଧରି ଦେବ, ସମ୍ମୁଖେ ହାଜିରି।

ଉଠିବି ମୁଁ ଆଠଟା ବେଳେ, ସ୍ମାଟଫୋନ୍ ହାତେ

ଆଗେ ଦେଖିବି ଭାଟସ୍ଏପ , ଫେସବୂକ୍ ତା'ସାଥେ।

ମନର ମଣିଷ କେହି, ମେସେଜ୍ କରେ ଯଦି

ରିପ୍ଳାଏ ନ ଦେବା ଯାକ, ନେବିନି ବିରତି।

କାମ ଦାମ ସାରି ତୁମେ, ଯିବ କର୍ମ ସ୍ଥଳେ

ଅଳ୍ପ ସ୍ଵଳ୍ପ ବାକି ଯାହା, କରିବି ନହେଲେ।

ଖର୍ଚ୍ଚ କିଣାକିଣି, ଯାହା ଦରକାର

ଟଙ୍କା ପଇସା ମୋ ଅଧୀନେ, ରହିବ ଚିରକାଳ।

ସୁନ୍ଦରତା ରକ୍ଷିବାରେ, ବିଉଟି ପାର୍ଲର

ଯିବି ପ୍ରତିଦିନ ମୋର, ଦବନି ନଜର।

ଜିନ୍ସ୍ ପ୍ୟାଣ୍ଟ୍, ସ୍ଲିଭ୍ଲେସ୍ଟପ୍ ପରିଧାନେ

କମଫୋର୍ଟ୍ ଲାଗେ ମୋତେ, ଜାଣ ସବୁ ଦିନେ।

ଶାଢୀ, ସାୟା, ବେଲାଉଜ୍ , ସାବେକ କାଳର

ଶଙ୍ଖା ସିନ୍ଦୂର ଚୁଡ଼ିରେ ତ, ରୁଚି ନାହିଁ ମୋର।

ଦ୍ବିପ୍ରହରେ ଦିବା ନିଦ୍ରା, ଭାଙ୍ଗି ଗଲା ପରେ

ଦେଖିବି ଆସିଣ ଫେରି, ବ୍ୟସ୍ତ କାମରେ।

କିଛି କିଛି ଗୃହ କାର୍ଯ୍ୟ, ଯେତିକି ସମ୍ଭବ

ବାକି କିଛି ରହିଗଲେ, ତୁମେ ହିଁ କରିବ।

ଲୋକ ଯଦି ଆସନ୍ତି, ମୋ ବାପଘରୁ

ମଗାଯିବ ମଟନ୍ ଚିକେନ୍, ନାମୀ ରେଷ୍ଟୋରଂଟରୁ।

ଶାଶୁମାତା ଶଶୁରଙ୍କ, ପ୍ରବେଶାଧିକାର

ତା'ସହିତ ବନ୍ଦ କରିବ, ନଣନ୍ଦ ଦିଅର।

ସାନ୍ଧ୍ୟ ଭ୍ରମଣେ ନିତ୍ୟ ବାହାରିବି ଏକା

ଦ୍ବିଚାର ପଦ ବାକ୍ୟାଳପ, ଯଦି ମିଳେ ଟୋକା।

ଖାଇ ପିଇ ଶୋଇ ଚାଟ୍ , ବୟଫ୍ରେଣ୍ଡ୍ ସାଥିରେ

ଅର୍ଦ୍ଧ ରାତ୍ରୀ ପର୍ଯ୍ୟନ୍ତ, ମୁଁ ମୋର ଶାନ୍ତିରେ।

ଏମିତି ମୋ ଦୈନନ୍ଦିନ, ଜୀବନ ପ୍ରଣାଳୀ

ବାଧାବିଘ୍ନ ହୀନ ହେବ, ମନେ ପକେଇ ଦେଲି।

ସାବିତ୍ରୀ ବ୍ରତର ଦିନେ, ଶ୍ରଦ୍ଧା ନିବେଦନ

ନ ମାନିଲେ ଜୀବନେ ତୁମ, ଘୋର ଦୁର୍ଦିନ।

ଶୁଣିଲ ସାବିତ୍ରୀ ବାର୍ତ୍ତା, ପତି ମହୋଦୟ

ମୋ ଅଚଳାପତି ଭକ୍ତିରେ, ନାହିଁ ଯେ ସଂଶୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy