STORYMIRROR

Sunanda Mohanty

Comedy Fantasy Others

3  

Sunanda Mohanty

Comedy Fantasy Others

ଆଧୁନିକ ନାରୀ

ଆଧୁନିକ ନାରୀ

1 min
170

ଆଧୁନିକ ନାରୀ କି କରିବ କାହାରି 

ରୋଜଗାର କରି ଘରୁ ବାହାରି 

ଘରକୁ ଫେରିବା ନାଁ ନଧରି 

ରୋଷେଇ ବାସରେ ନାହିଁ ତା ଖାତିରି 

ଏକୁଟିଆ ରହିବା ଅଭ୍ୟାସ ତାହାରି 

ନିଜ ପାଇଁ ନିଜେ ବଂଚିବା ଆଦତ ତାହାରି 

କାହାର ସେ କଣ କରିବ ବିଚାରୀ 

ସେ ନିଜେ ନିଜକୁ ଚଳାଇବା ତା ପାଖେ ଗରୁ ଭାରି 

ଦିନେ ରାନ୍ଧି ଖାଏ ଦିନ ଚାରି 

ନଥାଉ ପଛକେ ଦରମା ମନ ତାର ନୁହେଁ ଘର କରି 

ରହିବ ସଭିଙ୍କୁ ଆଦରି 

ଆଜିକା ଯୁଗରେ ଏପରି ନାରୀ ଆଣିକରି 

ଭୋଗିବାକୁ ପଡେ ହୀନିମାନ ହୁଅନ୍ତି ବୁଢ଼ା ବୁଡ଼ିଏ 

ହୋଇଲେ ସତୁରି ଯାଆନ୍ତି ବତୁରି ନାରୀଏ କତୁରୀ 

ବଂଚିବାକୁ ଇଚ୍ଛା ତାଙ୍କ କେବଳ ନିଜକୁ ଆଦରି 

ଆଧୁନିକ ନାରୀ ନୁହନ୍ତି କାହାରି 

ଉପରକୁ ଦେଖାନ୍ତି ସତେ ଭଲ ଭାରି 

ଭିତରେ ଚାହାଁନ୍ତି ସମସ୍ତେ ଯାଆନ୍ତେ କି ମରି 

ମାଗି ଆଣିଲା ତିଅଣ ଦି ହାପୁଡା କରି 

ଚଳି ଯାଆନ୍ତି ହୋଇ ସୁକୁମାରୀ 

ଯଦି ପାଆନ୍ତି ଉପୁରି ଲାଗେ ଭଲ ଭାରି 

ଅଳସେଇ ଅଲାଜୁକୀ ପଣରେ ଉତୁରି 

ଦେଖେଇ ହୁଅନ୍ତି ଉପରକୁ ସତେ ଭଲ ଭାରି 

ଆଧୁନିକ ନାରୀ ନମ୍ବର ପ୍ରଥମ ଏହି ପରି 

ଆଉ ଅନେକ ପ୍ରକାର କାହା କଥା କହିବା 

ବେଳ ଯିବ ସରି ପଡିବ ବି ଭାରି କାଇଁ ହେବି ଏତେ ସରି 

ଆଉ କେବେ ବଖାଣିବା ଆଧୁନିକ ନାରୀଏ କିପରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy