ଆବାହନୀ ସଙ୍ଗୀତ
ଆବାହନୀ ସଙ୍ଗୀତ
ସଞ୍ଚରି ଯାଇଛି ଚତୁର୍ଦିଗେ ଶୁଷ୍କତାର ବାସ
ବରଷା ରାଣୀ ତୁମେ ଝରି ଆସ l
ନିଦାଘ ଉତ୍ତାପ କରିଛି ସକଳ ଗ୍ରାସ
ସଚରାଚର ଜୀବ ଲୋଡ଼ନ୍ତି ଶୀତଳ ପରସ l
ପଙ୍କ ତଳେ ଜଳଚର କଲେଣିଯେ ବାସ
ପ୍ରକୃତି ସୁନ୍ଦରୀ ହରାଇଛିତା ମନଲୋଭା ବେଶ l
ବୃକ୍ଷ ଲତା ଆଢୁଆଳେ ପଶୁପକ୍ଷୀ ବସି
ଶୀତଳ ଛାୟା ଇଚ୍ଛେ ଶତ୍ରୁତାକୁ ନାସି l
ଜଳଦର ନାହିଁ ଦେଖା ଶୂନ୍ୟ ଗଗନ
ଅଗ୍ନି ବରଷୁଛି ସତେ ଜଳନ୍ତି ତପନ l
ଛନ୍ଦ ତୋଳି ନାଚିବାକୁ ମୟୂରୀର ମନ
ମନଦୁଃଖେ ଗାଏ ସେତ ଆବାହନୀ ଗାନ l
ଶୁଷ୍କତରୁ ପଲ୍ଲବିତ ହେବେ ତଵ ସ୍ପର୍ଶେ
ଧରଣୀ ରାଣୀ ହସି ଉଠିବ ଉଲ୍ଲାସେ l
ବରଷା ରାଣୀର ସେଇ ମଧୂର ରାଗିଣୀ
ଉଛୁଳି ଉଠିବ ତଡାଗ,ସରସୀ,ତରଙ୍ଗିଣୀ l
ଆବାହନୀ ସଙ୍ଗୀତ କି ତୋଳେ ଇନ୍ଦ୍ରଧନୁ
କାକର ସ୍ପର୍ଶ ଦୁଃଖ ଲିଭେଇଲା ମନୁ l
