STORYMIRROR

Satyabati Swain

Inspirational

3  

Satyabati Swain

Inspirational

ଆ ଜୀବନ

ଆ ଜୀବନ

1 min
205

ଆ ଜୀବନ

କୋଳେଇ ନେବି

ମୋ ତୁଳୀରେ

ଇନ୍ଦ୍ରଧନୁ ଆଙ୍କିବି

'ବଇଶାଖ' ଦେବି ଦୁରେଇ;

'ବର୍ଷା' ଆସିବ ରଙ୍ଗ ଛିଟା ବର୍ଷିବ

ହୃଦ ଗଛ ହସିବ

ମନ ତଳେ ସେହ୍ନ ପ୍ରେମଫୁଲ ଫୁଟିବ 

ତୋ ମନେ ମୋ ମନ ଦେବି ହଜାଇ।


ପ୍ରକୃତି ରାଗିବ

ମୋ ପ୍ରେମ ହଜିବ

ଆଶା ସପନ ମୋ ଅବେଳେ ଝଡ଼ିପଡିବ

ମୁଁ ଯିବି ପାଗେଳି ହୋଇ;

ସଚେତ ହେବି

'ଗଛ' ଲଗେଇ ଯିବି

'ବସନ୍ତ' ଆସିବ

ପରିବେଶ ସ୍ୱଚ୍ଛ ହୋଇବ

ଚାରିଆଡେ ରଙ୍ଗ ଆଉ ରଙ୍ଗ ଦିଶିବ

ମୋ ପ୍ରେମ ଛତା ଧରି 

ଖରା,ବର୍ଷାରୁ ମୋତେ ସୁରକ୍ଷା ଦେବ

ତା ଛୁଆଁ ମୋ ଦେହ ମୁହେଁ 

ଭରସା ବିଶ୍ବାସ ଓ ଆସ୍ଥାର ସୁଅ ଦେବ ଛୁଟାଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational