STORYMIRROR

Amit Bal

Romance Tragedy

2  

Amit Bal

Romance Tragedy

(୨୮)*ମନ ଆଉ ସଂପର୍କ *

(୨୮)*ମନ ଆଉ ସଂପର୍କ *

1 min
119

ସଂପର୍କର ମିଛ ଦ୍ୱାହି ଦେଇ

   କେହି କେବେ ସଂପର୍କକୁ 

        ବାନ୍ଧି ରଖି ପାରେନାହିଁ ........


ମନରେ ଭାବ ନ ଥିଲେ

     ସଂପର୍କର କଳିକା ଟିଏ

ଅଦିନେ ଝଡି ଯାଏ ପଛେ

        ଫୁଲ ହୋଇ ଫୁଟେନା ........


ତୁମେ ଯଦି ଠକିବାକୁ ଚାହଁ

    ଠକି ଦେଇପାର ଜଣକୁ

ସଂପର୍କରେ ସେ ପଛେ

         ଯେ କେହି ହେଉନା ......


ହେଲେ ତା ପୂର୍ବରୁ ମନେ ରଖ

         ସେମିତି ଏକ ମିଛ

ଛଳନା ଭରା ସଂପର୍କର

           ମାନେ କିଛି ହୁଏନା ......

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance