STORYMIRROR

Amit Bal

Romance Inspirational

4  

Amit Bal

Romance Inspirational

(୨୭)#ପ୍ରେମ #ଚତୁର୍ଦ୍ଦଶପଦୀ କବିତା

(୨୭)#ପ୍ରେମ #ଚତୁର୍ଦ୍ଦଶପଦୀ କବିତା

1 min
244

ପ୍ରେମ ଜୀବନରେ ପ୍ରୀତିର କୁହୁଡି ଉଆଁସ ରାତିର ଜହ୍ନ

ପ୍ରେମ ହୃଦୟରେ ଜୀବନ ସଙ୍ଗୀତ ମିଠାମିଠା ଅଭିମାନ,

କବିର କବିତାରେ ପ୍ରେମ ସତେ ଅବା ସୃଜନର ଖେଳ 

ନିଃଶବ୍ଦେ ଯେ ଆସି ମନଅଗଣାରେ ନୀତି ହୁଏ ଢଳଢଳ


ପ୍ରେମ ବିରହ ଜୁଇରେ ଅଭୁଲା ସ୍ପ୍ନର ସୁନେଲି ସ୍ମୃତି

ପ୍ରେମ ମିଳନ ଋତୁରେ ନୟନୁ ଝରା ହୀରା ଆଉ ମୋତି,

ଅୟୁତ ଯୁଗରୁ ପ୍ରେମ ଅଳସୀ ଫୁଲର ଭରା ଯୌବନ

ଅକସ୍ମାତ ଯିଏ ମହକିତ ହୁଏ,ଚୋରିକରେ କେତେ ମନ


ପ୍ରେମ ତଇତି ଆକାଶେ ଚନ୍ଦନ ଚର୍ଚ୍ଚିତ ଶୀତଳ ବାଆ

ପ୍ରେମ ନିର୍ମମ ନିର୍ଦ୍ଦୟ ନୀଳ ମରୀଚିକା ନିୟତି ଯା' ନାଆଁ,

ଈଶ୍ୱର କରନ୍ତୁ ପ୍ରେମ ହେଉ ମାପଦଣ୍ତ ବାସ୍ତବତାର

ମନ ସହ ମନ ମିଶାଇ ଖବର ହେଉ ପ୍ରଥମ ପୃଷ୍ଠାର ,


ପ୍ରେମ ସୂର୍ଯ୍ୟସ୍ତ ପର ଗଳ୍ପ ନହେଉ ଛଳନାର ପରିଧିରେ

ପ୍ରେମ ସକାଳ ଧୂପପରି ମହକିତ ହେଉ ପ୍ରିୟ ପୃଥିବୀରେ

    


 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance