Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଆକବର ବିରବଲ - ୩୮
ଆକବର ବିରବଲ - ୩୮
★★★★★

© ଓଡିଆ ଶିଶୁ ଗପ

Children

3 Minutes   7.5K    15


Content Ranking

ଅସୁନ୍ଦର ସୁନ୍ଦର ଅଟେ

ଆକବରଙ୍କ ପୁତ୍ର ସଲିମଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହେଲା । ରାଜାଙ୍କର ନାତି ହୋଇଥିବାରୁ ରାଜା ଖୁସିରେ ପାଗଳ ହୋଇଗଲେ । ରାଜା ସବୁ ସମୟ ନାତି ସହିତ କଟାଉଥିଲେ । ସବୁ ସମୟରେ ରାଜା ନାତିକୁ ଆଦରରେ ଗେହ୍ଲା କରିବା, ତା’ସହିତ ଖେଳିବାରେ କଟୁଥାଏ । ରାଜା ଏତେ ସମୟ କଟାଇଲେ ଯେ, ରାଜ୍ୟ ଖବର ବୁଝିବା ମଧ୍ୟ ଭୁଲିଗଲେ । ଯେତେବେଳେ ସେ ଦରବାରକୁ ଆସିଲେ, ସେତେବେଳେ ତାଙ୍କ ନାତି ବିଷୟରେ ଚର୍ଚ୍ଚା ଆରମ୍ଭ କରିଦେଲେ । ଦିନେ କହୁ କହୁ କହିଦେଲେ, “ଏ ସଂସାରରେ ଦିବ୍ୟ ସୁନ୍ଦର ହେଉଛି ମୋ ନାତି । ତା’ଠାରୁ ସୁନ୍ଦର କେହି ନାହାଁନ୍ତି ।” ଉପସ୍ଥିତ ସଭ୍ୟମାନେ ମଧ୍ୟ ତାଙ୍କ କଥାରେ ‘ହଁ’ ମାରିଲେ । କିନ୍ତୁ ବିରବଲ କିଛି ନକହି ଚୁପ୍ ରହିଲେ ।

ରାଜା ବିରବଲଙ୍କର ନୀରବତାକୁ ଲକ୍ଷ୍ୟ ରଖିଥାଆନ୍ତି । ସେ ସଂଗେ ସଂଗେ ବିରବଲଙ୍କୁ କାହିଁକି ନୀରବ ରହିଲ ବୋଲି ପଚାରିଲେ । ବିରବଲ କହିଲେ, “ହଜୁର୍! ଶିଶୁପୁତ୍ର ଦିବ୍ୟ ସୁନ୍ଦର ଏକଥାରେ ମୁଁ ଏକମତ । ଆପଣ ଯେମିତି ଆପଣଙ୍କ ଶିଶୁକୁ ସୁନ୍ଦର କହୁଛନ୍ତି, ସେହିପରି ପ୍ରତ୍ୟେକ ପିତାମାତା ତାଙ୍କ ଶିଶୁକୁ ସୁନ୍ଦର କହିଥାଆନ୍ତି ।” ବିରବଲଙ୍କ କଥା ଶୁଣି ଆକବର ବହୁତ ରାଗିଗଲେ । ମହାରାଜଙ୍କର ରାଗିଯିବା ଦେଖି ସଂଗେ ସଂଗେ ମନ୍ତ୍ରୀ ମାନଙ୍କ ମଧ୍ୟରୁ ଜଣେ ଠିଆ ହୋଇ କହି ପକାଇଲେ, “ମହାରାଜ! ତା’ହେଲେ ଆମ୍ଭେମାନେ କାଲିଠାରୁ ସମସ୍ତେ ଗୋଟିଏ ଶିଶୁ ସନ୍ତାନ ନେଇ ଆସିବୁ ।” ମନ୍ତ୍ରୀ ଜଣକର କଥା ଶୁଣି ରାଜା ସେଇଆ ଆଦେଶ ଦେଲେ । ତହିଁ ଆରଦିନ ରାଜସଭାକୁ ଜଣେ ଜଣେ ଶିଶୁ ପୁତ୍ର ଧରି ଆସିଥାଆନ୍ତି । ହେଲେ ବିରବଲଙ୍କ ସାଂଗରେ କେହି ଆସିନଥାନ୍ତି । ଏହା ଦେଖି ରାଜା ବିରବଲଙ୍କୁ ଶିଶୁ ସନ୍ତାନ କାହିଁକି ଆଣି ନାହାଁନ୍ତି ବୋଲି ପଚାରିଲେ । ବିରବଲ କହିଲେ, “ମହାରାଜ ଆପଣ ମୋ ସହିତ ଗୋଟିଏ ଜାଗାକୁ ଚାଲନ୍ତୁ । ସେଠାରେ ମୁଁ ଏପରି ଏକ ଦିବ୍ୟ ସୁନ୍ଦର ଶିଶୁ ପୁତ୍ର ଦେଖିଛି, ସେହି ଶିଶୁ ପୁତ୍ରକୁ ଆପଣ ଥରେ ଦେଖିବା ଦରକାର । ମୁଁ ସେହି ପୁତ୍ରକୁ ସାଙ୍ଗରେ ଆଣିଥାଆନ୍ତି । ହେଲେ ତା’ର ମା’ କାଳେ କିଏ ତା’ର ପୁଅକୁ ଖୁଣିଦେବ ସେଥିପାଇଁ ସେ ଦେଲା ନାହିଁ ।”

ବିରବଲଙ୍କ କଥା ଶୁଣି ଆକବର ଓ ତାଙ୍କର ସଭାସଦ୍ ମାନେ ଶିଶୁଟିକୁ ଦେଖିବାପାଇଁ ବାହାରିଲେ । କିଛି ସମୟପରେ ସେମାନେ ଆଗ୍ରା ସହରଠାରୁ କିଛି ଦୂରରେ ଥିବା ଏକ ଗ୍ରାମ ନିକଟରେ ଯାଇ ପହଁଚିଲେ । ଗ୍ରାମର ଶେଷ ମୁଣ୍ଡରେ ଥିବା ଏକ କୁଡିଆ ଘର ନିକଟକୁ ସମସ୍ତେ ଗଲେ । ସେଠାରେ ଦେଖିଲେ ଯେ, ଗୋଟିଏ ଶିଶୁ ଧୂଳିରେ ଖେଳୁଛି । ଶିଶୁଟି ଦେଖିବାକୁ କଳା, ତା’ର ଦେହ ସାରା ବସନ୍ତ ରୋଗର ଚିହ୍ନ ଏବଂ ଗୋଟିଏ ଆଖି କଣା । ଶିଶୁଟି ଅପରିଷ୍କାର ଦେଖାଯାଉଥାଏ । ମହାରାଜ ଓ ସଭାସଦ୍ମାନେ ସମସ୍ତେ ଛଦ୍ମ ବେଶରେ ଯାଇଥିବାରୁ ସେମାନଙ୍କୁ କେହି ଚିହ୍ନିପାରୁନଥାନ୍ତି । ଶିଶୁକୁ ଦେଖି ଆକବର ବିରବଲଙ୍କୁ କହିଲେ, “ବିରବଲ! ତୁମେ ଏହି ଶିଶୁକୁ ମୋତେ ଦେଖାଇ କହୁଛ, ଏ ହେଉଛି ଦିବ୍ୟ ସୁନ୍ଦର ଶିଶୁ । ମୁଁ ତ’ ମୋ ଜୀବନରେ ଏତେ ଅସୁନ୍ଦର ଶିଶୁ ଦେଖିନଥିଲି ।”

ଆକବରଙ୍କ କଥା ଶିଶୁଟିର ମା’ ଶୁଣିପାରିଲା । ସେ ସଂଗେ ସଂଗେ କୁଡିଆରୁ ବାହାରି ଆସି କହିଲା, “କାହାର ଏତେ ସାହାସ ହେଲା ମୋ ଛୁଆକୁ ଅସୁନ୍ଦର କହିବାକୁ? ଭଗବାନ ମୋତେ ଏପରି ଏକ ସନ୍ତାନ ଦାନ କରିଛନ୍ତି । ଆପଣମାନେ ତାକୁ ଅସୁନ୍ଦର କହିବାକୁ କିଏ? ମୁଁ ଚାହେଁନି ମୋ ସନ୍ତାନକୁ କେହି ଦୃଷ୍ଟି ଦିଅନ୍ତୁ । ଦୟାକରି ଆପଣ ଏଠାରୁ ଶୀଘ୍ର ଚାଲିଯାଆନ୍ତୁ ।” ଏହା କହି ସ୍ତ୍ରୀ ଲୋକଟି ତା’ର ଛୁଆକୁ କୋଳେଇ ନେଇ ତାକୁ ଗେହ୍ଲା କରିବାକୁ ଲାଗିଲା । ଏହାପରେ ସେ ତା’ର ଛୁଆକୁ ଧରି ଘର ଭିତରକୁ ଯାଇ କବାଟ ଆଉଜେଇ ଦେଲା ।

ସ୍ତ୍ରୀ ଲୋକଟିର କଥା ଶୁଣି ମହାରାଜ୍ ମାନିଗଲେ ଯେ, ପ୍ରତ୍ୟେକ ବାପା, ମା’ଙ୍କ ପାଇଁ ତାଙ୍କ ପିଲା ସୁନ୍ଦର । ଏହାପରେ ମହାରାଜ୍ ବିରବଲଙ୍କ ବୁଦ୍ଧିକୁ ପ୍ରଶଂସା ନକରି ରହିପାରିଲେ ନାହିଁ ।

ନାତି ବିରବଲ ଅସୁନ୍ଦର

Rate the content


Originality
Flow
Language
Cover design

Comments

Post

Some text some message..