STORYMIRROR

Sunanda Mohanty

Abstract Thriller Children

3  

Sunanda Mohanty

Abstract Thriller Children

ସ୍ୱପ୍ନ

ସ୍ୱପ୍ନ

2 mins
127

ବାଇ ଚଢ଼େଇ ଦୁଇଟି ଟୁକୁରୁ ମୁକୁରୁ ହୋଇ କଣ କହିଚାଲି ଥିଲେ, ବୁଧବାର, ଦିନାଙ୍କ କୋଡ଼ିଏ ତାରିଖ ସମୟ ଠିକ ବାରଟା ବେଳେ। ନିଦ ଭାଙ୍ଗିଗଲା। କାନ ଡେରିଶୁଣିଲି। ଜଣେ କହୁଥିଲା ଆଜି ରାତି ପାହି କାଲି ସକାଳ ଏଗାରଟାରେ ଗୋଟେ ବଡ ପରିବର୍ତ୍ତନ ହେବାକୁ ଯାଉଛି ଅନ୍ୟ ବାଇ ଚଢ଼େଇଟି ତା ଉତ୍ତର ରେ ପ୍ରତ୍ତ୍ୟୁତ୍ତର ରଖି କହୁଥିଲା ହଁ ହଁ ପ୍ରଥମ କରି ଆମ ଓଡିଆ ରାଇଜର ମୟୂରଭଞ୍ଜ ଭଳି ଜନଜାତି ଲୋକଙ୍କ ଭିତରୁ, ପୁଣି ଜଣେ ଆଦିବାସୀ ମହିଳା, ଦେଶର ପ୍ରଥମ ସର୍ବୋଚ୍ଚ ନାଗରିକ, ଦେଶର ରାଷ୍ଟ୍ରପତି ଭାବେ ପ୍ରସିଦ୍ଧି ଲାଭ କରିବେ ଟି, ଏହା କଣ କମ୍ ଗୌରବର କଥା ହଁ ଯେ ଆମର କଣ ଉପକାର ହେବ କହିଲୁ ? ନିଶ୍ଚୟ ନିଶ୍ଚୟ ହେବ , ଏଥିରେ ସନ୍ଦେହ ନାହିଁ।ଏମ ଡି ଏମ ଖାଦ୍ୟ ଏଥର ଯାଞ୍ଚ ହୋଇ ସ୍କୁଲ ମାନଙ୍କୁ ଗଲେ କୁନି କୁନି ପିଲା ମାନେ ତାଙ୍କ ବଳକା ନିଶ୍ଚୟ ଆମକୁ ଦେବେ, ଯାହାକୁ ଖାଇ ଆମେ ସୁସ୍ଥ , ନିରୋଗ ରହିବା ସହ, ଆକାଶର ଶିଖର ଛୁଉଁ ଥିବା ଗଛରେ ଛୁଆ ଫୁଟାଇବା, କେହି ଯେମିତି ଶତ୍ରୁ ସେଠାକୁ ପହଞ୍ଚି ପାରିବ ନାହିଁ। ହଁ ଯେ ଖାଲି ଆମର ସୁବିଧା ହେଲେ କଣ ହେବ, ସଭିଙ୍କ ସୁବିଧାରେ ସିନା ଦେଶ ହସିବ। ତ ଅପରେ ଚଢେଇଟି ତାର ପ୍ରତ୍ୟୁତ୍ତର ରେ କହୁଥାଏ, ଆରେ ଦେଖିବୁ ରହ, ତୃଣମୂଳ ସ୍ତର ରୁ, ପୁଣି ସଂଘର୍ଷ ଭିତରେ ଜୀବନର ସବୁ ଦୁଃଖ ସୁଖ କୁ ଅଙ୍ଗେ ଲିଭାଇଥିବା ସର୍ବୋଚ୍ଚ ନାଗରିକ ସବୁ କରିପାରେ । ସମୟ କ୍ରମେ ଦେଖିବୁନି ରହ ଅପେକ୍ଷାକରେ। ଏଇ ଦେଖ ରାତି ପାହି ଆସିଲାଣି। କେତେ କେତେ ଲୋକ ଦୀପ ବସେଇ ତାଙ୍କ ପାଇଁ ପ୍ରାର୍ଥନା କଲେଣି। ଆମ କଥା କାଳେ କିଏ ଶୁଣିବ, ଚାଲ ବେଗି ଵେଗି ଉଡ଼ିଯିବା ମନ୍ଦିର ଚୁଡ଼ାକୁ। ଚୁପ ଚାପ କୁନି ଉଠିଆସି ମାଆ କୋଳରେ ଶୋଇପଡ଼ିଲା। ମାଆ ମାଆ ଆମର ନୂଆ ରାଷ୍ଟ୍ରପତିଙ୍କ ନାମ ଦ୍ରୌପଦୀ ମୁର୍ମୁ ନା। ମାଆ ଧଡପଡ ହୋଇ ଉଠି ବସିଲେ, କୁନି ତୁ ରାତିସାରା କାହା ସଙ୍ଗେ ଗପୁଥିଲୁ କି ? କୁନି କହୁଥିଲା, ଏଇ ବାଇଚଢ଼େଇ। ମାଆ କୁନିକୁ କୋଳକୁ ନେଇ କହୁଥିଲେ , ମୋ ବାୟାଣୀ ଟା !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract