Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅଙ୍ଗୁର ଖଟା
ଅଙ୍ଗୁର ଖଟା
★★★★★

© ଓଡିଆ ଶିଶୁ ଗପ

Children

1 Minutes   7.5K    19


Content Ranking

ଶିଆଳକୁ ସକାଳୁ ଭାରି ଭୋକ ଲାଗିଲା । ସେ ଯାଉ ଯାଉ ରାସ୍ତାରେ ଗୋଟିଏ ବଗିଚାରେ ଅଙ୍ଗୁର ଫଳିଥିବାର ଦେଖିଲା । ସେତେବେଳେ ଅଙ୍ଗୁର ପେନ୍ଥାସବୁ ତ ଗଛରେ ହିଁ ଥିଲା । ତେଣୁ ସେ ଶିଆଳ ଡେଇଁ କରି ଅଙ୍ଗୁର ଖାଇବାକୁ ଚେଷ୍ଟାକଲା । କିନ୍ତୁ ଯେତେ ଚେଷ୍ଟା କଲେବି ସେ ଅଙ୍ଗୁରକୁ ମୋଟେ ଛୁଇଁ ପାରିଲା ନାହିଁ ଶିଆଳ । ସେହି ସମୟରେ ଗୋଟିଏ ଠେକୁଆ ଏସବୁ ଦେଖୁଥିଲା । ସେ ପଚାରିଲା, “ଶିଆଳ ଭାଇ, କ’ଣ ଅଙ୍ଗୁର ଖାଇଲ?” ଏକଥା ଶୁଣି ସେ ଶିଆଳ କହିଲା, “ନାଇଁରେ ଭାଇ, ଏ ଅଙ୍ଗୁରଗୁଡିକ ଖଟା, ସେଥିପାଇଁ ମୁଁ ଖାଇଲି ନାହିଁ ।” କିନ୍ତୁ ଠେକୁଆଟି ସବୁ କଥା ଜାଣି ଖାଲି ହସି ଦେଇ ସେଠାରୁ ଚାଲିଗଲା ।

ଏମିତି କେତେଜଣ ଲୋକ ଅଛନ୍ତି, ଯେତେବେଳେ କୌଣସି କାମ କରିପାରନ୍ତି ନାହିଁ, ଓଲଟି କୁହନ୍ତି ଯେ ସେ କାମ କରି କିଛି ବି ଲାଭ ନାହିଁ ।

ଶିଆଳ ସକାଳୁ ଅଙ୍ଗୁର

Rate the content


Originality
Flow
Language
Cover design

Comments

Post

Some text some message..