STORYMIRROR

Sunanda Mohanty

Drama Action Inspirational

3  

Sunanda Mohanty

Drama Action Inspirational

ନିଜ ଲୋକ

ନିଜ ଲୋକ

1 min
167


ମହାମହିମ ରାଷ୍ଟ୍ରପତି ଭବନରେ ଆଜି ପ୍ରବଳ ଭିଡ଼। ସବୁ ରାଜନୈତିକ, ଅଣ ରାଜନୈତିକ, ସ୍କୁଲ କଲେଜ ପିଲା ପ୍ରତ୍ୟେକଙ୍କ ମନ ରଖି, ତାଙ୍କଠାରୁ ରାକ୍ଷୀ ଗ୍ରହଣ କରି ସାରିବା ପରେ ଯାଇ ନିଜ ମୟୂରଭଞ୍ଜ ଜିଲ୍ଲା ତଥା କେବିକେ ଓ କୋରାପୁଟ ଆଦି ଜିଲ୍ଲାରୁ ଆସି ଥକି ପଡ଼ିଥିବା ଭାଈ ଭଉଣୀ ମାଆ ବାପା ମାନଙ୍କ ପାଳି ପଡିଲା ସାକ୍ଷାତ ପାଇଁ ତ, ସେମାନଙ୍କ ମନରେ ସେତେବେଳେ ଅଭିମାନ ଆସିଯାଇଥିଲା। ପାରମ୍ପାରିକ ଶୈଳୀରେ ନାଚ ଗୀତର ତାଳେ ତାଳେ,ପାରମ୍ପାରିକ ଖାଦ୍ୟ ପଦାର୍ଥ ବି ନେଇଆସିଥିଲେ, ସେମାନେ।


  ସେମାଙ୍କ ପିଠି ଥାପୁଡ଼ାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହୁଥିଲେ, ମୋରି ଗାଁ ଓ ମୋରି ପରି ଆଦିବାସୀ ଭାଈ ଭଉଣୀ, ଗୁରୁଜନ ଙ୍କ ପାଖରେ ମୁଁ ଏବେବି, ସେଇ ଧର୍ଯ୍ୟ, ସାହାସ, କଷ୍ଟ ସହିଷ୍ଣୁତା, ଅପେକ୍ଷା ତଥା କଠୋର ମନୋବଳ ଚାହେଁ। ସେତିକି ମୋ ଜାତି ଭାଇ ଭଉଣୀ ତଥା ଗୁରୁଜନ ମାନଙ୍କଠୁ ମୁଁ ଶିଖିଛି ବୋଲି ଆଜି ସର୍ବୋଚ୍ଚ କ୍ଷମତାସୀନ। ସେହିପରି ତୁମମାନଙ୍କ ମଧ୍ୟରୁ ଅନେକ ବହାରନ୍ତୁ, ଯେଉଁ ମାନେ କର୍ତ୍ତବ୍ୟ ପରାୟଣତା ସହ ଦେଶ ଓ ଜାତିର ଗୌରବ ରକ୍ଷା କରିପାରିବେ। ତୁମେ ସବୁ ଆଗ ଖାଇ ପିଇ ବିଶ୍ରାମ ନିଜ, ତା ପରେ ମୋ ହାତରେ ରାକ୍ଷୀ ବାନ୍ଧିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama