Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ବେଙ୍ଗ ଏବଂ କଳାନାଗ କଥା

ବେଙ୍ଗ ଏବଂ କଳାନାଗ କଥା

4 mins
7.2K


ବରୁଣ ପାହାଡ ନିକଟରେ ‘ମନ୍ଦଭିଷ୍ୟ’ ନାମକ ଏକ ନାଗସାପ ବସବାସ କରୁଥିଲା । ଦିନେ ସେ ଚିନ୍ତାକଲା, ମୁଁ ବୁଢା ହୋଇଯିବାରୁ ଆଉ ଶିକାର କରିପାରୁନାହିଁ । ତେଣୁ କିପରି ମୁଁ ଅଧିକ ପରିଶ୍ରମ ବିନା ଖାଦ୍ୟ ସଂଗ୍ରହ କରିପାରିବି ସେ କଥା ଚିନ୍ତା କଲା । ବହୁତ ସମୟ ଚିନ୍ତା କରିବାପରେ ତା’ର ମନକୁ ଏକ ଉପାୟ ଆସିଲା । ତହିଁ ଆରଦିନ ସକାଳୁ ନିକଟରେ ଥିବା ଏକ ପୋଖରୀ କୂଳରେ ଯାଇ ମନ ଦୁଃଖରେ ବସିଲା ।

କିଛି ସମୟପରେ ଗୋଟିଏ ବେଙ୍ଗ ପାଣି ଉପରକୁ ଆସି ପଚାରିଲା, ଆପଣ କ’ଣ ଏଠାରେ ମନମାରି ବସିଛନ୍ତି? ଆପଣଙ୍କର କ’ଣ ହୋଇଛି? ସବୁଦିନପରି କାହିଁ ଆଜି ଖାଦ୍ୟ ଅନ୍ୱେଷଣରେ ଯାଉ ନାହଁ? ବେଙ୍ଗ ପଚାରିଥିବା ପ୍ରଶ୍ନର ଉତ୍ତର ଦେବାକୁ ଯାଇ ନାଗସାପ କହିଲା, ଆହା! ମୋର-ଆଉ ଖାଦ୍ୟ ପାଇଁ ବିଶେଷ ରୁଚି ନାହିଁ । କାଲି ସଂନ୍ଧ୍ୟାରେ ମୁଁ ଯେତେବେଳେ ଖାଦ୍ୟ ଅନ୍ୱେଷଣ କରୁଥିଲି, ସେହି ସମୟରେ କେଉଁ ଆଡୁ ଏକ ବେଙ୍ଗଟିଏ ଆସିଲା । ମୁଁ ଯେତେବେଳେ ତାକୁ ଧରିବାକୁ ଚେଷ୍ଟାକଲି ସେ ଭୟଭୀତ ହୋଇ ପୋଖରୀ କୂଳରେ ଥିବା ବ୍ରାହ୍ମଣମାନଙ୍କ ମେଳରେ ପଶିଗଲା । ଗୋଟିଏ ବ୍ରାହ୍ମଣ ପୁତ୍ରର ଆଙ୍ଗୁଠିକୁ ବେଙ୍ଗବୋଲି ଜ୍ଞାନ କରି ମୁଁ କାମୁଡି ଦେଲି । ବିଚରା ପୁଅଟି ମୃତ୍ୟୁମୁଖରେ ପଡିଲା । ବ୍ରାହ୍ମଣ ପୁଅଟିର ପିତା ସେଠାରେ ଉପସ୍ଥିତ ଥିଲେ । ସେ ପୁତ୍ରର ମୃତ୍ୟୁ ଦେଖି ରାଗିଯାଇ ସଂଗେ ସଂଗେ ମୋତେ ଅଭିଶାପ ଦେଲେ, “ରେ ଦୁଷ୍ଟ ସର୍ପ! ମୋର ପୁଅ ତୋର କି ଦୋଷ କରିଥିଲା? ତୁ ତାକୁ ଶେଷରେ ଚୋଟ ମାରିଲୁ । ତେଣୁ ତୁ ଆଜିଠାରୁ ବେଙ୍ଗମାନଙ୍କ ବାହନ ହୋଇ ରହିବୁ । ସେମାନେ ତୋତେ ଯେଉଁଆଡକୁ ନେବାକୁ କହିବେ ତୁ ସେମାନଙ୍କୁ ସେଠାକୁ ନେବୁ । ତାଙ୍କରି ଦୟାରେ ତୁ ଜୀବନ ଅତିବାହିତ କରିବୁ । ତେଣୁ ତୁମମାନଙ୍କର ବାହନ ହୋଇ ତୁମରି ଉପକାର ପାଇଁ ମୁଁ ଏଠାକୁ ଆସିଛି ।

ନାଗର କଥା ଶୁଣି ବେଙ୍ଗ ସଂଗେ ସଂଗେ ପାଣି ଭିତରକୁ ଯାଇ ଅନ୍ୟ ବେଙ୍ଗମାନଙ୍କୁ ଏହି କଥା ଜଣାଇ ଦେଲା । ବେଙ୍ଗମାନଙ୍କର ରାଜା ଏହି କଥା ମଧ୍ୟ ଶୁଣିଲେ । ସେ ପ୍ରଥମେ ଏହି କଥା ଶୁଣି ଆଶ୍ଚର୍ଯ୍ୟାନ୍ୱିତ ହୋଇପଡିଲେ ଏବଂ ତାଙ୍କର ପାରିଷଦ ବର୍ଗଙ୍କୁ ଧରି ସାପ ପାଖରେ ଆସି ପହଁଚିଲେ । ନାଗ ପ୍ରଥମେ ବିଶ୍ୱାସ ଜନ୍ମାଇବା ପାଇଁ ବେଙ୍ଗମାନଙ୍କୁ ନିଜ ପିଠି ଉପରେ ଚଢି ବସିବାପାଇଁ ଅନୁରୋଧ କଲା । ପ୍ରଥମେ ବେଙ୍ଗରାଜା ଯାଇ କଳା ନାଗର ପିଠି ଉପରେ ବସିପଡିଲେ । ଏହାପରେ ଅନ୍ୟ ବେଙ୍ଗମାନେ ସାନ ବଡ କ୍ରମରେ ଆସି ସାପ ପିଠି ଉପରେ ବସିପଡିଲେ । ଯେଉଁମାନେ ସାପ ପିଠି ଉପରେ ବସିବାପାଇଁ ପ୍ରଥମେ ସ୍ଥାନ ପାଇଲେ ନାହିଁ, ସେମାନେ ପରବର୍ତୀ ସମୟରେ ବସିବାକୁ ଅପେକ୍ଷା କଲେ । ବେଙ୍ଗମାନଙ୍କୁ ଖୁସି କରିବା ପାଇଁ, ସାପ ସେମାନଙ୍କୁ ବିଭିନ୍ନ ଭଙ୍ଗୀରେ ବିଭିନ୍ନ ଆଡେ ବୁଲାଇବାକୁ ଲାଗିଲା ।

ଏହା ଦେଖି ବେଙ୍ଗ ରାଜା ପ୍ରଥମେ ବହୁତ ଖୁସି ହୋଇଗଲେ ଏବଂ କହିଲେ, ଏହି ନାଗ ସାପର ପିଠି ଉପରେ ବସିବା ଫଳରେ ଯେଉଁ ମଜା ଲାଗିଲା ତାହା ଏକ ହାତୀ, ଏକ ଘୋଡା, ଏକରଥ କିମ୍ବା ମନୁଷ୍ୟ ପିଠିରେ ବସିଲେ ମଧ୍ୟ ଏପରି ଲାଗେ ନାହିଁ । ତହିଁ ଆରଦିନ ସାପଟି ଜାଣିଶୁଣି ଧୀରେ ଧୀରେ ଚାଲିଲା । ଏହା ଦେଖି ବେଙ୍ଗ ରାଜା କହିଲା, “ବନ୍ଧୁ! ତୁମେ ସବୁଦିନପରି କାହିଁକି ଆଜି ଚାଲୁ ନାହଁ ତ? ତୁମର କ’ଣ ହୋଇଛି? ସାପଟି କହିଲା, “ମୋର ଖାଇବାକୁ କିଛି ନାହିଁ ।”ତେଣୁ ମୁଁ ବହୁତ ଦୁର୍ବଳ ଅନୁଭବ କରୁଛି । ବନ୍ଧୁଙ୍କର ଏହି ଅବସ୍ଥା ଦେଖି ବେଙ୍ଗରାଜା ସଂଗେ ସଂଗେ କହିଲେ, ତା’ହେଲେ ଠିକ୍ ଅଛି । ତୁମେ ଛୋଟ ଛୋଟ ବେଙ୍ଗମାନଙ୍କୁ ଖାଇଦେଉନ ।

ସାପ ଯେତେବେଳେ ଏହି କଥା ଶୁଣିଲା, ସେ ମନେ ମନେ ବହୁତ ଖୁସି ହୋଇଗଲା । ବେଙ୍ଗରାଜାଙ୍କୁ କହିଲା, ବ୍ରାହ୍ମଣଙ୍କର ଅଭିସାପ ସତ୍ୟ ହିଁ ହେଉଛି । ସେହି ଦିନଠାରୁ ସାପ ବେଙ୍ଗ ମାନଙ୍କୁ ଖାଇବା ଆରମ୍ଭ କରିଦେଲା । କିଛି ଦିନପରେ ସାପଟି ଖୁବ୍ ମୋଟା ଓ ବଳବାନ୍ ହୋଇଗଲା । ଦିନେ ସାପଟି ଚିନ୍ତାକଲା, ମୁଁ ଯଦି ଏପରି ଦିନକୁ ଦିନ ଗୋଟିଏ ଗୋଟିଏ ବେଙ୍ଗ ମାରି ଖାଇବି, ତା’ହେଲେ ଦିନେ ନା ଦିନେ ପୋଖରୀଟି ବେଙ୍ଗଶୂନ୍ୟ ହୋଇଯିବ । ବେଙ୍ଗ ରାଜା କିନ୍ତୁ ସାପଟିର ପ୍ରକୃତ ଉଦ୍ଧେଶ୍ୟ କ’ଣ ଜାଣିପାରୁ ନଥାନ୍ତି । କିଛିଦିନପରେ ସେହି ପୋଖରୀକୁ ଆଉ ଏକ ବଡ କଳାସାପଟିଏ ଆସିଲା । ସେ ବେଙ୍ଗମାନଙ୍କୁ ପିଠି ଉପରେ ବସାଇ ବୁଲାଉଥିବା କଥା ଦେଖି ଆଶ୍ଚର୍ଯ୍ୟାନ୍ୱିତ ହୋଇଗଲା । ସଂଗେ ସଂଗେ ମନ୍ଦଭିଷ୍ୟଙ୍କୁ ପଚାରିଲା, ବେଙ୍ଗମାନେ ତ’ ଆମର ଖାଦ୍ୟ । ତୁମେ ସେମାନଙ୍କୁ ନଖାଇ ପିଠିରେ ବସାଇ ବୁଲୁଛ? ସାପଟିର କଥା ଶୁଣି ମନ୍ଦଭିଷ୍ୟ କହିଲେ, ମୁଁ ତୁମ ସହିତ ଏକମତ କିନ୍ତୁ ମୁଁ ଏହି ବେଙ୍ଗମାନଙ୍କୁ ଖାଇବା ପାଇଁ ଏକ ଫନ୍ଦି କରିଛି । ଏହିପରି ଭାବେ ମନ୍ଦଭିଷ୍ୟ ପୋଖରୀ ମଧ୍ୟରୁ ସମସ୍ତ ବେଙ୍ଗ ଖାଇ ଶେଷ କରିଦେଲା ।

କାହାଣୀଟି କହିସାରି ସ୍ଥିରଜୀବି କହିଲେ, ‘ହେ ରାଜା ମେଘବର୍ଣ୍ଣ! ମନ୍ଦଭିଷ୍ୟ ଯେପରି ବେଙ୍ଗ ବଂଶ ନିପାତ କଲେ, ମୁଁ ସେହିପରି ପେଚା ବଂଶ ନିପାତ କଲି’ । ଜଙ୍ଗଲରେ ନିଆଁ ଲାଗିଲେ ବୃକ୍ଷ ଗୁଡିକ ପୋଡିଗଲେ ମଧ୍ୟ ମାଟିତଳେ ମୂଳ ରହିଥାଏ । କିନ୍ତୁ ପବନ ହେଲେ ସେହି ମୂଳ ଗୁଡିକୁ ଉତ୍ପଟନ କରିଥାଏ । ମେଘବର୍ଣ୍ଣ କହିଲେ, ‘ଆପଣ ହେଉଛନ୍ତି ଜଣେ ମହାପୁରୁଷ । ମହାପୁରୁଷମାନେ ଯେପରି କୌଣସି କାର୍ଯ୍ୟ ଆରମ୍ଭ କଲେ, ତାହା ଶେଷ ନକରି ଛାଡନ୍ତି ନାହିଁ । ଆପଣ ଠିକ୍ ତାହାହିଁ କରିଛନ୍ତି । ତେଣୁ ମହାପୁରୁଷମାନେ କହିଛନ୍ତି, “ଯେଉଁମାନେ ଅଧମ ଲୋକ ସେମାନେ କୌଣସି କାର୍ଯ୍ୟ ଆରମ୍ଭ କରନ୍ତି ନାହିଁ । ଯେଉଁମାନେ ମଧ୍ୟମ ଲୋକ ସେମାନେ କାର୍ଯ୍ୟ ଆରମ୍ଭ କଲେ ମଧ୍ୟ ବିପଦର ସମ୍ଭାବନା ଦେଖି ଆଗକୁ ଯାଆନ୍ତି ନାହିଁ । କିନ୍ତୁ ଯେଉଁମାନେ ଉତ୍ତମ ଗୁଣସଂପନ୍ନ ବ୍ୟକ୍ତି ସେମାନେ ଯେତେ ବିପଦ ଦେଖାଦେଲେ ମଧ୍ୟ ଧୈର୍ଯ୍ୟ ଧରି ନିଜ କାର୍ଯ୍ୟରେ ଅଗ୍ରସର ହୋଇଥାଆନ୍ତି ।

ରାଜାଙ୍କ କଥା ଶୁଣି ସ୍ଥିରଜୀବି କହିଲେ, ‘ମହାରାଜ! ଶତ୍ରୁକୁ ଜୟ କରିବାକୁ ହେଲେ ବୁଦ୍ଧିର ବଳ ହିଁ ଏକାନ୍ତ ଆବଶ୍ୟକ । ଆମର ବିଜୟ ବୁଦ୍ଧି ଦ୍ୱାରା ହିଁ ସମ୍ଭବ ହୋଇପାରିଛି ବୋଲି ଧରିବାକୁ ହେବ । ଶେଷରେ ସ୍ଥିରଜୀବି ରାଜାଙ୍କୁ କହିଲେ, “କାଳର କରାଳ କବଳରେ କେହି ଚିରସ୍ଥାୟୀ ହୋଇ ରହି ନାହାନ୍ତି । ତେଣୁ ଆପଣ ସଦା ସର୍ବଦା ନ୍ୟାୟବାନ୍, ସତ୍ୟନିଷ୍ଠ ହୋଇ ରାଜ୍ୟ ଶାସନ କରିବା ଉଚିତ୍ । ତା’ହେଲେ ରାଜ୍ୟରେ ସର୍ବଦା ସୁଖ, ଶାନ୍ତି ବିରାଜମାନ କରିବ ।


Rate this content
Log in

Similar oriya story from Children