Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Horror Tragedy

3  

Satyabati Swain

Horror Tragedy

ନିବୁଜ କୋଠା

ନିବୁଜ କୋଠା

2 mins
303




ଭୂତ ଦୁନିଆଁର ଜଣେ ଭୂତ ସବୁଦିନ ସଂଜ ନଇଁ ଗଲେ ପୃଥିବୀକୁ ଆସେ।ଗୋଟିଏ ନିର୍ଦ୍ଧିଷ୍ଟ ଘର ଚାରି ପାଖେ ବୁଲେ,ତା ଭିତରକୁ ଯାଏ, କାହାର ନାଁ ଧରି ଡାକେ।କାନ୍ଦେ କଇଁ କଇଁ ହୋଇ।

  ଦିନେ ଭୂତ ସର୍ଦାର ପଚାରିଲା ମଉସା ସବୁ ଦିନ ସେଇ ନିବୁଜ କୋଠାଟା ପାଖକୁ କାହିଁକି ଯାଅ? ସେ ଘର ଭିତରେ ପଶି କଣ କର?କଣ୍ଢେଇ କଣ୍ଢେଇ ନାଁ ଧରି କାହିଁକି ଡାକ।କଣ୍ଢେଇ କିଏ?

     ଭୂତ ଟି ଆଖିରୁ ଲୁହ ପୋଛି କହିଲା ବାବୁ ଅନେକ ବର୍ଷ ତଳେ ମୁଁ ଏଇ ଘରେ ରହୁଥିଲି।ଏଠି ଦରୁଆନ କାମ କରୁଥିଲି।ଜାଣନ୍ତି ବାବୁ ଏଇ ଘରେ ଶହ ଶହ ଅନାଥ ରହୁଥିଲେ।କିନ୍ତୁ ଏଠି ଭାରି ଅନ୍ୟାୟ ହୁଏ।ସଂଜ ନଇଁଲେ ବଡ଼ ବଡ଼ ବାବୁ ମାନେ ଆସନ୍ତି ନିଜ ଶରୀର ଭୋକ ମେଣ୍ଟାଇବା ପାଇଁ।ନିଜ ଘୃଣିତ ଇଛାର ପରିପୂର୍ତ୍ତି ପାଇଁ କେତେ ନିରୀହ ଝିଅଛୁଆ ବଳି ପଢ଼ନ୍ତି।ନାଁ କୁ ସିନା ଅନାଥ ଆଶ୍ରମ ;ଯେତେକ ଅବୈଧ କାମ ଏଠି ହୁଏ।ଏଇ ଅନାଥ ଆଶ୍ରମର ମାଲିକ ଟା ପଶୁ ରାକ୍ଷସ ଟାଏ ଥିଲା।ସୁନ୍ଦରୀ ଝିଅଙ୍କୁ ନେଇ ନିଜେ ଝୁଣୁଥିଲା ଓ ଅନ୍ୟ ମାନଙ୍କୁ ଝୁଣିବାକୁ ଦେଉଥିଲା ମୋଟା ଅର୍ଥ ବାବଦରେ।ବହୁତ ଦେଖିଛି ଝିଅ ମାନଙ୍କ କଷ୍ଟ।ସେମାନେ ଲୁହ ନୁହେଁ ଲହୁ କାନ୍ଦନ୍ତି।

       ମୁଁ ଜଣେ ଚାକର।ଆଖି ଥିଲା ଦେଖୁଥିଲି।ଆଖି ସିନା ତା ଦେଖିବା କାମ କରିଦିଏ କିନ୍ତୁ ପାଟି ତା କାମ କରି ପାରେନି।ମୁହଁ ଖୋଲିଲେ ମୋତେ ଓ ସେ ଝିଅ ମାନଙ୍କୁ ଚାବୁକ ପାହାର ହୁଏ।ରାଜି ନହେଲେ ଦେହ ଦାନ କରିବାକୁ ପିଠି ଫାଟୁଥିଲା ସେମାନଙ୍କର। ଛୁଆ ଗୁଡା ବଡ଼ ବଡ଼ ଲୋକଙ୍କ କାମନା ଅଗ୍ନିରେ ଅତ୍ୟାଚାରିତ ହୋଇ ମରି ବି ଯାଆନ୍ତି।ଭାରି କରୁଣ ଦୃଶ୍ୟ ବାବୁ।ସେଇ ଅନାଥ ଆଶ୍ରମରେ କଣ୍ଢେଇ ବୋଲି ଅନାଥ ଝିଅଟିଏ ଥିଲା।ଯେ ମୋତେ ଠକି ଦେଇ ମହାମାରୀ ରୋଗରେ ପଡ଼ି ମରି ଯାଇଥିବା ମୋ ଝିଅ ପରି ଦିଶେ।।ସେ କଣ୍ଢେଇଟି ଅବିକଳ ମୋରି ଝିଅପରି।ମାୟା ଲାଗିଯାଇଥିଲା ତାଠେଇଁ।ଭାରି ଗୁଳ୍ ଗାଳିଆଟି।

ମୁଁ ତାକୁ କଣ୍ଢେଇ ଡାକେ।ସେ ବି ମୋତେ ଭାରି ସେହ୍ନ କରେ ବାପା ପରି।

     ଦିନେ ଶୁଣିଲି ମୋ କଣ୍ଢେଇ କେଉଁ ବାବୁ ପାଖେ ବଳି ପଡିବ ।କଣ୍ଢେଇ ବି ଏ କଥା ଜାଣି ଦଉଡ଼ି ଦଉଡ଼ି ଆସି କହିଲା " ପର୍ଶୁ କାକା ପର୍ଶୁ କାକା ମୋତେ ବଞ୍ଚାଆ।ନହେଲେ ଆଜି ସେମାନେ ମୋତେ ଖାଇ ଦେବେ। କାକା ମୋତେ କେଉଁଠି ଲୁଚାଇ ଦିଅ"ମୁଁ ଚାକର ଟା ମାଲିକ ବିରୁଦ୍ଧରେ ଯାଇ ପାରିବି କି।ତଥାପି କଣ୍ଢେଇ କୁ ଦେଖି କାହିଁକି କେଜାଣି ମନ ଟା ଗୋଳେଇ ଘାଣ୍ଟି ହେଲା।ସଂଜ ନଉଁ ନଉଁ କଣ୍ଢେଇକୁ ଧରି ମୁଁ ଜଙ୍ଗଲ ଆଡେ ଦୌଡ଼ିଲି।

    ଜାଣିଛ ବାବୁ ଅନାଥ ଆଶ୍ରମର ମାଲିକ ଟିକେମିତି ଜାଣି ପାରି ଲୋକ ଲଗାଇ ଆମ ଦୁଇ ଜଣଙ୍କୁ ଧରି ଆଣିଲା।ମୋରି ଆଗରେ ମୋ କଣ୍ଢେଇକୁ ଭିଣି ଭିଣି ଖାଇଲା ଓ ତାକୁ ନେଇ ଗୋଟିଏ ଘରେ ତାଲା ପକାଇ ଦେଲା।ତା କୁତ୍ସିତ ପଷାଣ୍ଡ କାମୁକ ରୂପ ଦେଖିବା ଯାଏ ମୋତେ ବଞ୍ଚାଇ ରଖିଥିଲା।ତାପରେ ମୋ ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଦେଲା।ସେ ଅନାଥ ଆଶ୍ରମରେ ତାଲା ପକେଇ ଦେଇ କୁଆଡେ ଫେରାର ହୋଇ ଗଲା ନର ଦାନବ।ସେବେଠୁ ମୁଁ ଆଉ କଣ୍ଢେଇକୁ ମୋର ଦେଖିନି ବାବୁ।

  ତାରି ଭିତରେ ରହିଗଲା ମୋ କଣ୍ଢେଇ।ଜାଣିଛ ତା ବେଡ଼ରେ ଏବେ ବି ତା ପିନ୍ଧା ରକ୍ତ ଜୁଡୁବୁଡୁ ପୋଷାକ ପଡିଛି ଜୀର୍ଣ୍ଣ ଶୀର୍ଣ୍ଣ ହୋଇ।ତା ପରି କେତେ ଛୁଆଙ୍କ ପୋଷାକ ବି ଛୁଆ ଶୋଇଲା ପରି ପଡ଼ିଛି।ମୋ କଣ୍ଢେଇ ବହି ପଢିବାକୁ ଭାରି ଭଲ ପାଏ।ଆଜି ବି ତା ପ୍ରିୟ ବହି ପୃଷ୍ଠା ସବୁ ଏଣେ ତେଣେ ଚିରି ଚାରି ପଡିଛି।ମୁଁ ଯାଏ ସେ ପୋଷାକରେ ହାତ ମାଇଲେ ମୋ କଣ୍ଢେଇକୁ ଛୁଇଁଲା ପରି ଲାଗେ।ତା ବହି ପୃଷ୍ଠା ଗୋଟାଏ ପୁଣି ଉଡାଇ ଦିଏ ସେଇ ଭୂତ କୋଠିରେ।ଏହା କହି ଭୂତ ଟି ଜୋରେ କାନ୍ଦି ଉଠିଲା ମୋ କଣ୍ଢେଇ କଣ୍ଢେଇ ଲୋ। କୁଆଡେ ଗଲୁ ମା।

   ଭୂତ ସର୍ଦ୍ଦାର ବି କାନ୍ଦି ପକାଇଲା ଭୂତ କଥା ଶୁଣି।କି ନୃଶଂସ ଲୋକ ଗୁଡା।ଅନାଥ ଆଶ୍ରମ ନାଁରେ ଏମିତି କଦର୍ଯ୍ୟ କାମ କରନ୍ତି!ଛି ଛେପ ଲଣ୍ଡା ଏ ପକାଇଲା ଭୂତ ସର୍ଦ୍ଦାର ଘୃଣାରେ।


   


Rate this content
Log in

Similar oriya story from Horror