Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nityananda Nandi

Tragedy Inspirational

4  

Nityananda Nandi

Tragedy Inspirational

ଭଗ୍ନାଂଶ

ଭଗ୍ନାଂଶ

5 mins
243



ମନ ଟି ମହୁଲି ଗଛର ଅଠା ପରି । ସୁଯୋଗ ପାଇଲେ ଯୋଡ଼ିଯାଏ ଆଉ କୋଉ ମନ ସହିତ..

ହଁ, ଏଇ କେତେଦିନ ଭିତରେ ସ୍ନେହ ଅଜାଡ଼ି ଦେଇଛନ୍ତି କାମବାଲୀ ଚପଳା ଉପରେ, ସୁବ୍ରତ ବାବୁ। 

ଯେମିତି କେହି ଜଣେ ଅତି ନିଜର...


କଲିଙ୍ଗ ବେଲ ବାଜିଲେ ସୁବ୍ରତ ବାବୁ କୁହନ୍ତି ହେଇ ଚପଳା ଆସିଗଲା ! କାହିଁକି କେଜାଣି କେରାଏ ହସ ତାଙ୍କ ମୁହଁ ଉପରେ ଝଲସି ଉଠେ !!! ଉଷ୍ମତାର ଆଭାସରେ ମହମ ତରଳି ଯାଏ। ସମ୍ପର୍କ ଟା ବି ଠିକ୍ ସେମିତି। ମନ ଦେଇ ଥରେ ହସିଦେଲେ ନିଜର ହେବାକୁ ସମୟ ଲାଗେନି।


ସରିତାଙ୍କ ସହିତ ବି ଘନିଷ୍ଠତା ବଢ଼ିଗଲା ଚପଳାର। ଖାଲି ରୋଷେଇ ବାସ ନୁହେଁ, ସବୁ କାମରେ ସରିତାଙ୍କୁ ସାହାଯ୍ୟ କଲା ଚପଳା। ଅତି ନିଷ୍ଠାର ସହ କାମ କରି ଦୁଇ ଜଣଙ୍କ ହୃଦୟ କିଣି ନେଲା ସେ, ଖୁବ ଅଳ୍ପ ସମୟ ଭିତରେ।


ଚପଳା କାମ କରିବାକୁ ନ ଆସିଲେ ସରିତାଙ୍କ ମୁହଁ ଶୁଖିଲା ଶୁଖିଲା ଲାଗେ। ସୁବ୍ରତ ବାବୁଙ୍କୁ ଖାଇବା ରୁଚେନି। ତା ହାତ ରନ୍ଧା ମିଠା ତ ଲାଗେ, ସନ୍ଦେହ ନାହିଁ। ଘରଟା କିନ୍ତୁ ଖାଁ ଖାଁ ଲାଗେ, ଚପଳା ନ ଆସିଲେ.... 

କିଛି କିଛି ସମ୍ପର୍କ ନିସ୍ତବ୍ଧତା ଭିତରେ ଜୀବନ ଭରିଦିଏ। ମଧୁରତା ଭରିଦିଏ ମନ ଭିତରେ। ପ୍ରତିଧ୍ଵନିତ ହୁଏ ଜୀବନ ସଙ୍ଗୀତ କାନ ପାଖେ ପାଖେ। ଗୋଟାଏ ମୁହୂର୍ତ୍ତ ବି ହାତ ଛଡା କରିବାକୁ ଇଚ୍ଛା ହୁଏନି...ସରିତା ଙ୍କୁ ଅସହ୍ୟ ଲାଗେ ଚପଳାର ଅନୁପସ୍ଥିତି।


କେତେ କଣ ବନାଏ ସେ ସେମାନଙ୍କ ପାଇଁ। କିନ୍ତୁ କିଛି ଖାଏନି। ସରିତା ହାତ ଧରି ବସେଇ ଦିଅନ୍ତି ଚପଳାକୁ। ଜିଦରେ ଅଡି ରହେ। ମନ ଶୁଖେଇ ସିଧା ଘରକୁ ଚାଲିଯାଏ। ସୁବ୍ରତ ବାବୁ ବିବ୍ରତ ହୁଅନ୍ତି, ଗରିବ ଝିଅଟା, ଖାଇବନି କାହିଁକି.. ???


ଆଃ, କି ସୁନ୍ଦର ବିରିଆନି । ଅଳ୍ପ ଟିକେ ଖାଇ ଯା..ସୁବ୍ରତ ବାବୁ କହନ୍ତି ଚପଳାକୁ। 

ଚପଳା କିନ୍ତୁ ହସି ଦେଇ ଘରୁ ବାହାରି ଯାଏ।

 

ସ୍ୱାଭିମାନର ହିମାଳୟ। ଅଦୃଶ୍ୟ ଚଟାଣଟିଏ ହିମବାହ ଭିତରେ। ବରଫ ତରଳି ଯାଏ, ସ୍ୱାଭିମାନ କିନ୍ତୁ ଅଟଳ, ଅଚଳ। ହଲଚଲ ହେବାର ପ୍ରଶ୍ନ ଉଠେନି। ପ୍ରବଳ ଇଚ୍ଛା ଶକ୍ତିର ପ୍ରଶସ୍ତ ଆବରଣ ତା ଉପରେ । ସୁବ୍ରତ ବାବୁଙ୍କ ହସର ପ୍ରତ୍ୟୁତ୍ତ ର ଛୋଟିଆ ହସଟିଏ, ଚପଳା ପାଖରୁ, ବାସ୍...


ମନ ଦେଇ ଆଜି ସମ୍ବର ବନେଇଛି ଚପଳା।

ସମ୍ବର ଛୁଙ୍କ ର ବାସ୍ନା ଘର ସାରା..  

ଚପଳାର ହାତ ଧରି ସରିତା କହିଲେ ଚପଳା ! କେତେ ସୁନ୍ଦର ସମ୍ବର ବନେଇଛୁ , ମୋ କଥା ରଖିବୁ ନା.. ଦୁଇଟି ଇଡଲି ଖା !! ସୁବ୍ରତ ବାବୁ କହିଲେ ହଁ ହଁ.... ମାଉସୀ ଏତେ ଶ୍ରଦ୍ଧାରେ କହୁଛନ୍ତି ଯେତେବେଳେ ଖାଇ ଦେ।

ଲାଜମିଶା ଭାବଭଙ୍ଗୀରେ ମୁଣ୍ଡ ହଲେଇ କହିଲା, ନା ମା ! ମୁଁ ଖାଇବିନି। ଖାଲି ତମ ଘରେ ନୁହଁ, ମୁଁ କୋଉଠି ହେଲେ ଖାଏନି।


ଘରେ କିଏ କିଏ ଅଛନ୍ତି ??  

ଆଖିରୁ ଲୁହ ଝରି ପଡ଼ିଲା ଚପଳାର।

ସରିତା ଚପଳା କୁ ଧରି ବସେଇ ଦେଲେ ଚେୟାର ଉପରେ।

କଣ ହେଲା ଚପଳା, କାନ୍ଦି ଲୁ ଯେ ...


ଦୁଇ ବର୍ଷ ଭିତରେ ପ୍ରାୟ ତିନି ଚାରିଟା ଘରେ କାମ କରିଛି, ତମେ ହିଁ ପ୍ରଥମେ ପଚାରିଲ ମୋ ଘରେ କିଏ କିଏ ଅଛନ୍ତି !!!


କହ, କିଏ କିଏ ଅଛନ୍ତି ?


ଝିଅ କୁ ସାତ ବର୍ଷ। ପୁଅ ସାନ, ପାଞ୍ଚ ବର୍ଷ ଛୁଇଁନି। 

ଆଉ ତ ବର !!!

ସଞ୍ଜୟ, ଫୁସୁଲା ଫୁସୁଲି କରି ବିଜୟୱାଡା ନେଇଗଲା ମୋତେ। ତା କମ୍ପାନୀ ମେସରେ ମୁଁ ରୋଷେଇ କାମ କରୁଥିଲି। ଗୋଟାଏ ବର୍ଷା ରାତିରେ ମୋର ସର୍ବସ୍ବ ଲୋଟି ନେଲା ସଞ୍ଜୟ। ପ୍ରଥମେ ସ୍ପର୍ଶ, ତା ପରେ ଜଳିଗଲି ତାର କାମାଗ୍ନି ରେ। ନେହୁରା ହୋଇ ପଚାରିଲି, ତୁ ଏ କଣ କଲୁ !!!  

ମନ୍ଦିରକୁ ନେଇ ମୋତେ ବାହା ହେଲା ସେ। ଅନେକ ସ୍ବପ୍ନ ଦେଖିଲି ତାକୁ ନେଇ। ଘରକୁ ଚିଠି ଲେଖି ଜଣେଇ ଦେଲି, ମୋ କଥା ଚିନ୍ତା କରନି । ମୁଁ ବାହା ସାହା ହୋଇ ଏଇଠି ରହି ଯାଇଛି। 

ମନ ଖୁସିରେ ଛୁଆଙ୍କୁ ଧରି ଘରକୁ ଆସିଲି ଅନେକ ବର୍ଷ ପରେ। ଛଅ ମାସ ପରେ ବିଜୟୱାଡ଼ା ଫେରିଲି। ଦେଖିଲି ସଞ୍ଜୟ ସାଥିରେ ଝିଅଟିଏ ରହୁଛି। ଆଖି ଦେଖାଇ ଠାରିଦେଲା ଫେରି ଯିବାକୁ। ଗାଆଁ ରେ ଯାଇ ସମସ୍ତଙ୍କୁ କହିଲି। ସମସ୍ତେ ନାକ ଟେକି ଲେ, ମୋତେ ଘୃଣା କଲେ। ଜଣେ କହଲା ଯା ଓକିଲ କୁ କହି ସଞ୍ଜୟ ଉପରେ କେସ କର। ଓକିଲ ପାଖକୁ ଗଲି, ଦଶ ହଜାର ମାଗିଲା। ଦଶ ହଜାର କୋଉଠୁ ଆଣିବି। ସହରକୁ ଆସି କାମ ପାଇଟି କରୁଛି। 

ଆଉ ଛୁଆ ମାନେ

ଗୋଟାଏ ଝୁମ୍ପୁଡ଼ି ଭଡ଼ାରେ ନେଇଛି, ଦୁଇ ଶହ ମାସକୁ। ବଡ଼ ଝିଅ ଭିତରୁ ଚାବି ଦେଇ ପୁଅକୁ ଜଗେ। ଆସିଲା ବେଳେ ଦୁଇ ଜଣଙ୍କ ହାତରେ ଦୁଇ ପାକେଟ ଟାଇଗର ବିସ୍କୁଟ ଦେଇ ଆସେ। ଦିନରେ ଥରେ ଦି ଥର ମାଣ୍ଡିଆ ଜାଉ ପି ନିଅନ୍ତି। ମୋ ଫେରିବା ରାସ୍ତାକୁ ଅନେଇ ଥାଆନ୍ତି ସେମାନେ। ଶୁଖିଲା ମୁହଁ ଉପରେ ଅସହାୟତାର ହସ ଦେଖିଲେ ମୁଁ ତରଳି ଯାଏ। ମା, ମା କହି ଦୌଡ଼ି ଆସନ୍ତି ମୋ ପାଖକୁ। କୋଳେଇ ନିଏ। ଗରମ ଗରମ ଭାତ, ପେଜ ଯାହା ଥାଏ, ପରଷି ଦିଏ ଭୋକିଲା ଛୁଆ ମାନଙ୍କୁ। ହାତ ଥାପୁଡେଇ ଶୁଏଇ ଦିଏ ସେମାନଙ୍କୁ। ମୋତେ ଜାବୁଡ଼ି ଧରି ନିଘୋଡ଼ ନିଦରେ ଶୋଇ ଯାଆନ୍ତି ଛୁଆ ଦୁଇଟା ...

ବାସ୍ ! ଏଇଟା ମୋ ଜୀବନ ଗଳ୍ପ। ଆଠ ବର୍ଷର ଯନ୍ତ୍ରଣା ରକ୍ଷିତା ରୂପରେ, ମୋର ବୋଲି ଆଉ କଣ କିଛି ଅଛି ମୋ ଭିତରେ ?? ଭାଙ୍ଗି ଭାଙ୍ଗି ଖଣ୍ଡ ବିଖଣ୍ଡ ହୋଇ ଯାଇଛି ମୁଁ। ଖାଲି ବଞ୍ଚିଛି ମୋର ଭଗ୍ନାଂଶ ଟି..ମନର ଭଗ୍ନାଂଶ !! ବର୍ଷ ବର୍ଷ ଲାଗେ ହିମାଳୟ ପରି ମନଟିଏ ଗଢି ତୋଳିବା ପାଇଁ। ମନ ଭାଙ୍ଗିଲେ କେବେ କଣ ଯୋଡ଼ି ହୁଏ ???


ପୃଷ୍ଠା ପୃଷ୍ଠା ଦୁଃଖକୁ ନେଇ ଗଢ଼ା ଯାଇଥିବା ଜୀବନର ଗପକୁ ପଢିବାକୁ ସିନା ଭଲ ଲାଗେ, କିନ୍ତୁ ଭାରି କଷ୍ଟ ହୁଏ ମନ ଭିତରେ, ସଞ୍ଜ ବୈଠା ଜଳି ଜଳି ଆପେ ଆପେ ଲିଭି ଯାଇଥାଏ, ଛାଡିଯାଏ ଆଞ୍ଜୁଳାଏ ସ୍ମୃତି କିନ୍ତୁ ବଇଠା କାନ୍ଥରେ, କଳା ଦାଗ ପରି। କେହି ପଚାରନ୍ତିନି ତା କଥା। ଯେତେ ପର୍ଯ୍ୟନ୍ତ ଆଲୁଅ ଦିଏ, ସେ ନିଜର ଲାଗେ, ତା ପରେ ନିର୍ମମ ଯାତନା ସେ ପାଏ ଏକୁଟିଆ କିଟିମିଟି ଅନ୍ଧାର ଭିତରେ, ସମସ୍ତେ ଦୂରେଇ ଯାଆନ୍ତି। ଚପଳା ର ଜୀବନ ଗଳ୍ପ ସେମିତି, ଜୀବନ ଯୌବନର ଯବନିକା ପତନ ପରେ ପରିତ୍ୟକ୍ତା ସେ...


ପଥର ପାଲଟି ଯାଇଥିଲେ ସରିତା, ଚପଳା କବାଟ ଆଉଜି ଦେଇ ଚୁପଚାପ୍ ବାହାରି ଗଲା , ସରିତା ଜାଣି ପାରିଲେନି।

ବେଡରୁମକୁ ଉଠିଯାଇ ସୁବ୍ରତ ବାବୁଙ୍କୁ କିଛି କହିବା ପାଇଁ ଚାହୁଁଥିଲେ ସରିତା, ସୁବ୍ରତ ବାବୁଙ୍କ ଭାରି ଭାରି ଆଖି ଦେଖି ସରିତା ବୁଝି ପାରୁଥିଲେ ସେ ସବୁ ଶୁଣି ସାରିଛନ୍ତି ବୋଲି।


ସ୍ୱପ୍ନର ଘର ସବୁ ଭୁଷୁଡି ଗଲେ ଶବ୍ଦ ହୁଏନି ସିନା, ହୃଦୟର ନିଶବ୍ଦ ଇଲାକାରେ ଫାଟ ଚିହ୍ନଟିଏ ଛାଡି ଯାଏ। ସାରା ଜୀବନ ଭରି ହୁଏନି ସେଇ ଖାଇକୁ। ନା ହାରି ହୁଏ ଯୁଦ୍ଧରେ, ନା ଜିତି ହୁଏ। ଅସମ୍ପୂର୍ଣ୍ଣ ରହେ ମହାଭାରତ ଯୁଦ୍ଧ ପରି, ଜୀବନଟା କହ ଦହ ହୁଏ, ନିସଂଗତାର ଅନୁଭବକୁ ମୁଣ୍ଡରେ ଲଦି ଚାଲିବାକୁ ହୁଏ ଅନିଶ୍ଚିତ ଆଉ ଅଜଣା ଗନ୍ତବ୍ୟସ୍ଥଳ... କୁ।


ବିରିୟାନି ବାସ୍ନାରେ ଘର ଫାଟି ପଡୁଛି। ଚପଳା ଆଜି ଖୁସି !! ଜୀବନର ସବୁ ଦୁଃଖ ଯେମିତି ବାହାର କରି ଫିଙ୍ଗି ଦେଇଛି ମନ ଭିତରୁ।

କେହି ତ ଜଣେ ତା ମନ କଥା ଶୁଣିଛନ୍ତି। ତାହା ହିଁ ଯଥେଷ୍ଟ ହତଭାଗିନୀ ପାଇଁ।

ଆଲୁମିନିୟମ ଫଏଲ ଦେଇ ଦୁଇ ପାକେଟ ଵିରିଆନି ପେକ କଲେ ସରିତା। 

ନେ ଚପଳା, ଏଇ ବିରିୟାନି ତୋ ପୁଅ ଝିଅ ପାଇଁ। ଅବାକ୍ ହୋଇ ଆନେଇଲା ସରିତା ଙ୍କୁ। 

ଆଜି ଆଉ ମନ କରିଲାନି ଚପଳା। ଧରି ନେଲା ମନ ଖୁସିରେ.. ଆଜି ପ୍ରଥମେ ତମେ ହିଁ ମୋ ପିଲା ମାନଙ୍କ କଥା ଭାବିଛ ମା। କେହି କେବେ ନା ପଚାରନ୍ତି ନା ଦିଅନ୍ତି ମୋ ପିଲାଙ୍କ ପାଇଁ। ସେଇଥି ପାଇଁ ମୁଁ କାହା ଘରେ କିଛି ଖାଏନି। ଦୁଇଟୋପା ଲୁହ ଝରି ପଡ଼ିଲା ଗାଲ ଦେଇ। ଡୋର ବନ୍ଦ କରି ବାହାରି ଗଲା ଚପଳା.. ମନେ ମନେ ଭାବୁଥିଲା, କେତେ ଖୁସି ହେବେ ତା ପୁଅ ଝିଅ ଆଜି..ବିରିଆନି, ପୁଣି ଜୀବନରେ ପ୍ରଥମ ଥର ପାଇଁ...ଧାଇଁଲା ସିଧା ଘରକୁ।


ସରିତା କହିଲେ ସୁବ୍ରତ ବାବୁଙ୍କୁ

କେତେ ସ୍ଵାଭିମାନୀ ଏଇ ଝିଅଟି, ଛ ମାସରୁ ଅଧିକ ହେବ ଆମ ଘରେ କାମ କଲାଣି। ଯାଚିଲେ ଖାଉ ନ ଥିଲା, 

କହି ପାରି ଥାଆନ୍ତା ମା ! ମୁଁ ଖାଇବିନି, ପୁଅଝିଅ ପାଇଁ ନେଇଯାଏ।

ଦେଖିଲ !! ଆଜି କହିଲି ପୁଅ ଝିଅ ପାଇଁ ନେଇ ଯା ..

ଆନନ୍ଦାଶ୍ରୁ ଝରି ପଡ଼ିଲା ତା ଆଖିରୁ। ମାଆ ମନ ତ, ପୁଅ ଝିଅ ଟାଇଗର ବିସ୍କୁଟ ଖାଇ ଘରେ ଗଡୁଥିବେ। କେମିତି ବା ସେ ଆମ ଘରେ ଖାଇ ଥାଆନ୍ତା କହିଲ !!! ତା ହିସାବରେ ସେ ଠିକ୍ ଥିଲା !! କାମବାଲୀ ହେଲେ କଣ ହେଲା ! ସେ ବି ତ ଜଣେ ବୋଉ। ବୋଉ ମାନଙ୍କର ଭୌତିକ ଅବସ୍ଥିତି ଖାଲି କାମ ପାଖରେ ଥାଏ ସିନା ମନ କିନ୍ତୁ ଛୁଆମାନଙ୍କ ପାଖରେ, ଛୁଆ ମାନଙ୍କ ପେଟ ଖାଲି, ବିରିୟାନି ରୁଚିବ କୋଉଠୁ ? 

କି ବିଡମ୍ବନା ! 

ଦୁଇଟି ଭିନ୍ନ ପୃଥିବୀ, ଗୋଟାଏ ବେଶ୍ ସ୍ଵାଭାବିକ ଲାଗେ, ମିଛି ମିଛିକା ବାହାଘର, ପ୍ରତାରଣା ଆଉ ସମସ୍ତେ ଚୁପଚାପ୍, କିଛି ବିରୋଧ ନାହିଁ। ଆଉ ଗୋଟେ ପୃଥିବୀରେ ନିଃସହାୟ ଛୁଆମାନେ ମାଆ ର ଫେରିବା ରାସ୍ତା କୁ ଚାତକ ପରି ଅନେଇ ଥାଆନ୍ତି..ବାପା କିଏ, ନା ପଚାରିବାକୁ ଇଚ୍ଛା ଥାଏ, ନା ପଚାରିବାର ଅଧିକାର ଅଛି...


ସୁବ୍ରତ ବାବୁ କହିଲେ ଆମର ତ ଛୁଆ ପିଲା ନାହାନ୍ତି, ତା ପୁଅ ଝିଅକୁ ରଖି ନେଇ ଯଦି ଚପଳାର ବାହାଘର , ଆମେ କରି ଦିଅନ୍ତେ..ଭଲ ହୁଅନ୍ତା ନି, ଭଙ୍ଗା ମନଟା ସଜାଡି ଯାଆନ୍ତା ପୁଣିଥରେ !!!!

ସୁବ୍ରତଙ୍କ କାନ୍ଧ ଉପରକୁ ଆଉଜି ପଡ଼ିଲେ ସରିତା, କହିଲେ ଭାରି ସ୍ଵାଭିମାନୀ ସେ, ରାଜି ହେଲେ ତ .... !!!!



Rate this content
Log in

Similar oriya story from Tragedy