Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Parameswar Ojha

Inspirational

4.5  

Parameswar Ojha

Inspirational

କାମୁକ

କାମୁକ

3 mins
298



ମୁଁ ଯେତେବେଳେ ମେଟ୍ରିକ ପଢୁଥିଲି ସେତେବେଳର ଘଟଣା ଇଏ । ଆମ କ୍ଲାସ୍ ରେ ସବୁ ଝିଅଙ୍କ ଭିତରେ ମୁଁ ସବୁବେଳେ ପ୍ରଥମ ହୁଏ । ( ମିଛ କହୁନି , କାହିଁକି ନା ମୁଁ ମନ ଦେଇ ପାଠ ପଡେ ) ।  ବାପା ରାୟଗଡ଼ାରେ ଶିକ୍ଷକ ଥିଲେ ତ ସେ ସ୍ୟାଡେ ରହୁଥିଲେ । କେବଳ ସରକାରୀ ଛୁଟି ବ୍ୟତୀତ ଆଉ କେତେବେଳେ କଣ ଜରୁରୀ କାମ ପଡ଼ିଲେ ଯାଇ ଘରକୁ ଆସନ୍ତି ନହେଲେ ନାଇଁ ।

ଗାଁ ରେ ବୋଉ ମୋ ସାନ ଭାଇ ରହୁ । ବୋଉ ଆଶାକର୍ମୀ ଅଛି । ସେ ବି ଅଧିକାଂଶ ସମୟ ଘରେ ରୁହେନି କାହାର ଭଲ ମନ୍ଦ ହେଲେ ବୁଝାବୁଝି କରିବା ପାଇଁ ପ୍ରାୟ ସେ ସବୁବେଳେ ଗାଁ ସାରା ଘିରି ଘିରି ହୋଇ ବୁଲୁଥାଏ । ଆମ ସାନ ଟୋକା ଭାରି ଦୁଷ୍ଟ ସବୁବେଳେ ମୋ ସହ ଖିଟ୍ ଖିଟ୍ ହୋଇ ଲାଗୁଥିବ । ସବୁବେଳେ ତା'ର ମୋର ଝଗଡା ମାଡଗୋଳ‌ । 

ଗାଁ ର ଜଣେ ବୟସ୍କ ଲୋକ ମୋର ଜେଜେ ହେବ ହିସାବରେ ବୋଉକୁ ଧରମ‌ ଝିଅ କରିଛନ୍ତି । ସେ ପ୍ରାୟ ସମୟ ଆମ ଘରକୁ ଆସନ୍ତି ଚା ଜଳଖିଆ ଭାତ ଖାଇ ପିଇ ଯାଆନ୍ତି । ଆମ ଭାଇ ଭଉଣୀ ଦୁହିଁଙ୍କ ସହ ଗେଲ ତାମସା ହୁଅନ୍ତି । ଚକଲେଟ ବିସ୍କୁଟ ବି ଆଣି ଦିଅନ୍ତି ଆମ ପାଇଁ । ଦିନେ ଖରାବେଳ ଟାରେ ଆସି ପହଞ୍ଚିଲେ ଘରେ । ବୋଉ ନଥାଏ ସେତେବେଳେ କୋଉ ଗର୍ଭବତୀ ସ୍ତ୍ରୀ ଲୋକକୁ ନେଇ ମେଡିକାଲ ଯାଇଥାଏ ବୋଉ । ସାନ ଟୋକା ମୋ ସହ ଝଗଡା କରି ପାଟି ତୁଣ୍ଡ କରୁଥାଏ ସେତେବେଳେ।

ଜେଜେ ତାକୁ ଗାଳି କରି କହିଲେ , ଏକ୍ ଟୋକା ବଡ଼ ଦେଈ ଉପରକୁ ସବୁ ହାତ ଉଠାନ୍ତି ? ତା ସହ କଣ ସବୁବେଳେ ଏମିତି ଝଗଡା କରୁଛୁ ?

ତାପରେ ତା ହାତକୁ ଦଶ ଟଙ୍କା ବଢ଼େଇ ଦେଇ କହିଲେ , ହେଇ ନେ ଯାଆ ଦାମ ଦୋକାନରୁ ଚକଲେଟ ଆଣିବୁ । ସାନ ଭାଇ ଖୁସି ହୋଇ ମୋତେ ଖତେଇ ହୋଇ ପଳେଇଲା । ମୁଁ ଜେଜେଙ୍କ ଉପରେ ରାଗିଲି , ଜେଜେ ତମେ ଜମା ଭଲ ଜେଜେ ନୁହଁ ତା ପାଇଁ ଚକଲେଟ୍ ମୋ ପାଇଁ କିଛି ନାହିଁ ।

ଜେଜେ କହିଲେ , ଆଲୋ ହୁଣ୍ଡି ତୋ ପାଇଁ ତ ମୁଁ ବଡ଼ ଦାମିକା ଚକଲେଟ୍ ଆଣିଛି । ମୁଁ କହିଲି ହଉ ଦିଅ , ଜେଜେ କହିଲେ , ଦେବି ଯେ ଆଗ ଯାଆ ଘର କବାଟ ଦେଇକି‌ ଆ । ମୁଁ କିଛି ନ ବୁଝି ପାରି ଚକଲେଟ୍ ପାଇବା ଲୋଭରେ ଘରର ମୁଖ୍ୟ ଦରଜା ଭିତର ପଟୁ ବନ୍ଦ କରି ଆସିଲି । ତାପରେ ଜେଜେ ମୋତେ ଆମ ଖଟ ଉପରକୁ ନେଇ ଗଲେ ମୋତେ ପାଖରେ ବସେଇ ତାଙ୍କ ପକେଟ୍ ରୁ ଦୁଇଟା ବଡ ଚକଲେଟ୍ ବାହାର କରି ମୋତେ ଦେଲେ । ମୁୁଁ ଜେଜେ‌କୁ କୁଣ୍ଢେଇ ଧରି କହିଲି , ଜେଜେ ତମେ କେତେ ଭଲ ।

ଜେଜେ ମୋତେ କହିଲେ , ମୁଁ ତୋ ପାଇଁ ଏମିତିକା ଚକଲେଟ୍ ସବୁବେଳେ ଆଣିବି । ତାପରେ ଜେଜେ ମୋତେ ଜୋରସେ କୁଣ୍ଢେଇ ଧରିଲେ । ମୋ ବେକ ଓଠ ଗାଲରେ ଚୁମା ଦେଲେ । ତାପରେ ମୋ ଛାତିକୁ ଜୋରସେ ଚାପି ଧରିଲେ । ମୁଁ କହିଲି , ଜେଜେ କାଟୁଛି ଏମିତି କଣ କରୁଛ ଯେ ?

ଜେଜେ କହିଲେ ମୁଁ କଣ ତୋ ସହ ଟିକେ ଗେଲ ହୋଇ ପାରିବିନି ? ମୁଁ ଚୁପ୍ ରହିଲି । ତା ପରେ ଜେଜେ ଧିରେ ଧିରେ ମୋ ଫ୍ରକ୍ ଭିତରେ ହାତ ଭର୍ତି କରି ମୋ ପେଟ ଛାତି ଆଉ ମୋ ଗୁପ୍ତାଙ୍ଗରେ ବାରମ୍ବାର ହାତ ମାରିବାକୁ ଲାଗିଲେ । ମୁଁ ଏଥର ଜେଜେଙ୍କ ଏମିତି କାର୍ଯ୍ୟକଳାପକୁ‌ ବରଦାସ୍ତ କରି‌ ପାରିଲିନି , ଜେଜେଙ୍କ ହାତକୁ ଛାଟି‌ ଦେଇ ସେଠୁ ଚାଲି ଆସିଲି ଘରର ମୁଖ୍ୟ ଦରଜା ଖୋଲି ଦେଲି ।

ଜେଜେ ଚାଲି ଯାଉ ଯାଉ କହିଲେ , ମୁଁ ଯାଉଛି କାଲି ପୁଣି ଆହୁରି ଚକଲେଟ୍ ନେଇ ଆସିବି ।

ତାପରେ ବୋଉ ଘରକୁ ଫେରିଲା ପରେ ଜେଜେ ମୋ ସହ କରିଥିବା ସବୁ ଅଭଦ୍ରାମି ଦୁଷ୍ଟାମୀ  କଥା ସବୁ ଖୋଲି କହିଦେଲି । ବୋଉ ଯାଇ ପ୍ରବଳ ପାଟିତୁଣ୍ଡ କଲା ସେ ଜେଜେ ସହ । ଚେତାବନୀ ଦେଇ ଆସିଲା , ଆଉ ଯଦି କେବେ ବି ଆମ ଘରକୁ ଯିବାର ତ ଦୂରର କଥା ଆମ ଘର ଆଡେ ଚାହେଁ ବି ତା ଆଖି ଦୁଇଟାକୁ ତାଡି ଦେବ ସେ ।

ସେ ଅଭଦ୍ର ଜେଜେଙ୍କ ଠାରୁ ସବୁ ସଂପର୍କ କାଟି ଦେଲା ବୋଉ । ମୁଁ ବି ବହୁତ କିଛି ଶିଖି ସାରିଥିଲି ସେ ଅଘଟଣ ପରେ । ସଂପର୍କରେ ଯେତେ ନିଜର ହେଲେ ବି ଯେ କେହି କାମୁକ ଏମିତି ଭଦ୍ର ମୁଖା ପିନ୍ଧି ରହିଥାନ୍ତି । ବାସ୍ ମୁଁ ସେ ଘଟଣା ପରଠୁ ଖୁବ୍ ସଚେତନ ।

---------------------୦୦୦------------------

✍️.. ପରମେଶ୍ବର ଓଝା

ମହାକାଳପଡ଼ା , କେନ୍ଦ୍ରାପଡ଼ା

ମେଲ୍-- ojhaparameswar@gmail.com

ମୋ -- ୬୩୫୫୧୩୩୩୦୧



Rate this content
Log in

Similar oriya story from Inspirational