Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ରେ ଆତ୍ମନ
ରେ ଆତ୍ମନ
★★★★★

© Aravinda Das

Tragedy

3 Minutes   413    45


Content Ranking


ଵାଲକୋନିରେ ବସି ରାସ୍ତାକୁ ଅନାଉଥିଲେ ଆଲୋକ।

ବାତ୍ୟା,ପବନ ଓ ବର୍ଷା ଯୋଗୁଁ, ରାସ୍ତାରେ ଖସି ପଡ଼ିଥିବା ବସା ପାଖରେ ନସର ପସର ହେଉଥିଲେ ଚଢେଇ ଦୁଇଟା। ଗଛ ଉପରକୁ ଉଡିଯାଉଥାନ୍ତି,ପୁଣି ତଳକୁ ଆସି ସେଇ ଜାଗାରେ ବସୁଥାନ୍ତି। ନିଶ୍ଚେ ବାପା ଓ ମା ଚଢେଇ ହୋଇଥିବେ। ବାଇନାକୁଲର ଆଣି ଦେଖିଲେ ଆଲୋକ।

    ପଛପଟୁ ସ୍ମିତା ପଚାରିଲେ,"କଣ କରୁଛ?

କାହାକୁ ଦେଖୁଛ ବାଇନାକୁଲର ରେ ? ତମ ପୋଲିସିଆ ବୁଦ୍ଧି ଘରେ ବି ଛାଡୁନ ?

-ଆରେ ନାଇଁ ମ। ସେଇ ଗଛରେ ବସା କରିଥିବା ଚଢେଇ ଦୁଇଟା ତଳେ ଖସିପଡିଥିବା କୁଟା କାଠି ନେବା ପାଇଁ ସେତେବେଲୁ ତଳ ଉପର ହେଉଛନ୍ତି। କିନ୍ତୁ ଖଣ୍ଡେ ବି କାଠି ନେଉନାହାନ୍ତି।"

- ବସାରେ ତାଙ୍କ ଅଣ୍ଡା ବା ଛୁଆ ନଥିଲା ତ ?

ଦେଖିଲ ବାଇନାକୁଲର ରେ।ବଯଦି ତାଙ୍କ ଅଣ୍ଡା ନଷ୍ଟ ହୋଇଯାଇଥିବ କିମ୍ବା ଛୁଆ ।

   ସ୍ମିତାଙ୍କ କଥାକୁ ଅଧାରେ ରଖି ଆଲୋକ କହିଲା",ୟୁ ଆର ରାଇଟ ?ଛୁଆଟା ମରି ପଡିଛି। ଆହା ବିଚରା , କିନ୍ତୁ କାଠି କୁଟା ନନେବାର କାରଣ କଣ ?

 ଉଠି ଚାଲିଯାଉ ଯାଉ ସ୍ମିତା ଉଦାସିଆ ସ୍ୱରରେ କହିଲେ,"କାହା ପାଇଁ କୁଟା କାଠି ନେବେ ?ଏତେ ଯତ୍ନରେ ଏତେ କଷ୍ଟରେ ଯାହା ପାଇଁ ବସା ବାନ୍ଧିଥିଲେ ସେ ତ ଚାଲିଗଲା...

     ଫୋନ୍ ବାଜିଲା ଆଲୋକଙ୍କର।

- ସାର୍ ,ଗୋଟେ ଡେଡବଡ଼ି ମିଳିଛି ନଈ ପଠାରେ। ଡ୍ରାଉନିଂ କେସ ।ସ୍ପଟକୁ ଟିକେ ଆସିବେ।"

  ଡ୍ରେସ ପିନ୍ଧି ବାହାରିଲେ ଆଲୋକ।ବାଟରେ ବାରମ୍ବାର ଭାବୁଥିଲେ,ଖରାଦିନେ ନଈ ସବୁ ଶୁଖିଲା। ତଥାପି ଘଟଣା ସ୍ଥଳରେ ପହଁଚିଲା ବେଳକୁ ଫରେନସିକ ଟିମ , କ୍ୟାମେରାମ୍ୟାନ ନିଜ କାମରେ ବ୍ୟସ୍ତ ଥିଲେ।ସବୁ ଜିନିଷ ପଚାରି ବୁଝିଲେ ଆଲୋକ।ନିଜକୁ ଅଣନିଶ୍ବାସୀ ଲାଗୁଥାଏ।ଆହା ,କାହାର ଏତେ ସୁନ୍ଦର ପିଲାଟି ହୋଇଥିବ ?


 କିଛି ସମୟ ପରେ ପରିବେଶ ଅତ୍ୟନ୍ତ ଵୋକାକୁଳ ହୋଇଯିବ। ଆତ୍ମୀୟ ସ୍ଵଜନ କାନ୍ଦିବେ। ପିଲାଟିର ବାପା ନିଜ କୋହ ସମ୍ଭାଳି ବାକୁ ଚେଷ୍ଟା କରୁଥିବ। ମା ,ଭଉଣୀ ଛାତି ପିଟି କାନ୍ଦିବେ।ଉପରକୁ ଟାଣ ପଣ ଦେଖାଉଥିବା ବାପା ଭିତରେ ଭିତରେ କଣ ହେଉଥିବ ? କଣ ସାନ୍ତ୍ବନା ଦେବେ ଆଲୋକ ସେଇ ପିଲାର ବାପାକୁ ?


 ଆଲୋକଙ୍କ ମନେମନେ ଭାବୁଥିଲେ, କି ପରିସ୍ଥିତିରେ ଏଇ ସମୟରେ ଗତି କରେ ଗୋଟେ ବାପା,ଯେତେବେଳେ ତାକୁ ନିଜ ପୁଅର ଲାସ ସିନାକ୍ତ କରିବାକୁ କୁହାଯାଏ ?


      ହଠାତ କୁଆଡୁ ଥିଲା କେଜାଣି କଳା ହାଣ୍ଡିଆ ମେଘ ଘୋଟି ଆସିଲା। ଶୀଘ୍ର କାମ ସାରିବାକୁ ପଡିବ।

ପହଁରା ଜାଣିଥିଲା ପିଲା?କେଜାଣି ?ଜାଣିନଥିବ ବୋଧେ।ଭଗବାନ ଏତେ ନିଷ୍ଠୁର କାହିଁକି ହୁଅନ୍ତି ?

-ନଈରେ ପାଣି ଟିକେ ଆସିଯାଇଛି ବୋଧେ।ଗତ ସପ୍ତାହ ରେ ତ ଶୁଖିଲା ଥିଲା।ଛତିଶଗଡ଼ କଣ ପାଣି ଛାଡିଲା କି ?"ଆଲୋକ ପଚାରିଲେ ସହକର୍ମୀଙ୍କୁ।

- ନାଇଁ ସାର୍।ଗଲା ସପ୍ତାହରେ ବାତ୍ୟା,ବର୍ଷା ହୋଇଥିଲା ପରା। ଆରେ ସତେ ତ।ପୁରା ଭୁଲି ଯାଇଛନ୍ତି ବର୍ଷା ଓ ବାତ୍ୟା କଥା।ଖରାଦିନେ ଏଇ ଅଦିନିଆ ଝଡ଼ !


 ଫୋନ୍ ବାଜି ଉଠିଲା। ଆରପଟୁ ସ୍ମିତାଙ୍କ ସ୍ବର।

-କାଲି ପାଇଁ ନନାଙ୍କୁ କହିଦେବ ।ଘରେ ପୂଜା ଓ ହୋମ ପାଇଁ।ଜିନିଷ ସବୁ...କାମରେ ବ୍ୟସ୍ତ ଅଛ ବୋଲି କହି ଭୁଲି ଯିବନି।

 ଫୋନ୍ କାଟିଦେଲେ ସ୍ମିତା।

ଆଲୋକ ଭାବିଲେ, ଆଜିକାଲି ଅନେକ ଜିନିଷ ସେ ସତରେ ଭୁଲିଯାଉଛନ୍ତି।କାଲି ଘରେ ହୋମ,ପୂଜା ହେବ।ମନେ ଥିଲା ତାଙ୍କର ! କାଲି ତାରିଖ କଣ ସେ ଭୁଲିପାରିବେ?


   ଓଃ...ସକାଳର ସେଇ ଦୁଇ ଚଢେଇ କଥା ମନେ ପଡିଯାଉଥିଲା।ଆଉ କିଛି ସମୟ ପରେ ପିଲାର ପରିବାର ଆସି ପହଞ୍ଚିଯିବେ।ଜଣେ ଭୁକ୍ତ ଭୋଗୀ ହିସାବରେ ସେ ନିଜ କୋହ ସମ୍ଭାଳି ପାରିବେ ତ ? ନା ଏଠୁ ସେ ଶୀଘ୍ର ଚାଲିଯିବେ।ଭଗବାନ ସେମାନଙ୍କୁ ଧୈର୍ଯ୍ୟ ଦିଅନ୍ତୁ।

  ଜୀବନରେ ଝଡ଼ ବି ଏମିତି ଅଚାନକ ଆସେ।ମଣିଷ ଜୀବନ ଓଲଟ ପାଲଟ ହୋଇଯାଏ। ରୁମାଲ କାଢି ଆଖି ପୋଛିଲେ ଆଲୋକ।

ଆଲୋକଙ୍କ'ର ମନେପଡ଼ିଗଲା। ପାଞ୍ଚବର୍ଷ ତଳେ ଚୁପ୍ ଚାପ ସେ ଏମିତି ଅନାଇ ଥିଲେ ନଈପଠାକୁ ।ଇଂଜିନିଅରିଂ ପଢ଼ୁଥିବା ପୁଅ ସାଙ୍ଗମାନଙ୍କ ସହ ଷ୍ଟଡ଼ି ଟୁରରେ ଉତ୍ତରାଖଣ୍ଡ ଯାଇ ଅଳ୍ପ ପାଣି ଥିବା ନଈ ପଠାରେ ଫଟ ଉଠାଉଥିଲା।ହାଠାତ୍ ଉପର ମୁଣ୍ଡରେ ଥିବା ଜଳଭଣ୍ଡାର ରୁ ପାଣି ଛାଡିଦିଆଯାଇଥିଲା।ଫଟ ଉଠାଉଥିବା ପିଲାଙ୍କ ଭିତରେ ତାଙ୍କ ପୁଅ ବି ଭାସି ଯାଇଥିଲା ସେଇ ପାଣିରେ।୨୯ ଜଣ ପିଲା ଭାସିଗଲେ।କିଛି ପିଲାଙ୍କ ଲାସ ମିଳିଲା।ଟିକୁ ର ଲାସ କିନ୍ତୁ ମିଳିଲାନି।

ଡ୍ୟାଡି....ଚମକି ପଡି ଚାରିଆଡକୁ ଅନାଇଲେ ଆଲୋକ।କିଏ ଡାକୁଛି ତାଙ୍କୁ ? ଆଜି ଆଲୋକଙ୍କୁ ଲାଗୁଥିଲା ତାଙ୍କ ସାମ୍ନାରେ ଯେମିତି ଟିକୁ ର ଶରୀର ପଡିଛି।  ଆସନ୍ତା କାଲି ତାଙ୍କ ଏକମାତ୍ର ସ୍ବର୍ଗତ ପୁଅ ଟିକୁର ଶ୍ରାଦ୍ଧ ଦିବସ।


ଆଲୋକ ଚଢେଇ ସ୍ମିତା ଟିକୁ

Rate the content


Originality
Flow
Language
Cover design

Comments

Post

Some text some message..