Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Inspirational Romance

2  

Amiya Bej

Inspirational Romance

ପ୍ରଥମ ପ୍ରେମ

ପ୍ରଥମ ପ୍ରେମ

3 mins
7.2K


{୧}

ପହିଲି ଅନୁଭବ ସବୁବେଳେ, କୌତୂହଳପ୍ରଦ, ଭୟମିଶ୍ର ଓ ଅସହଜ ! ଥରେ ଦେହସୁଆ ହୋଇଗଲେ, ସ୍ପୃହାହୀନ ଗତାନୁଗତିତ ! ଲେଉଟାଣି ହୋଇ କୁନି ଫେରିଥିଲା ଗାଁକୁ । ଆଖିଏ ସ୍ୱପ୍ନ ନେଇ ଶାଶୁଘର ଯାଇଥିବା ଝିଅଟିର , ପହିଲି ବାପଘର ବାହୁଡାର ଦୃଶ୍ୟ ଭାରି ମନୋରମ । ପାଦକଚାଡି, ଆଖିନଚାଇ କେଡେ ବାଗରେ ବଖାଣେ ,

ହଁ ! ସବୁ ସୁଖ ତା' ଝୁଲଣାରେ । ଶାଶୁଘର ବଡକଥା ଗପିଗପି ତଣ୍ଟି ଶୁଖିଯାଏ, ଗପ ସରେନା । ଦିନ କେଇଟାରେ ଭଲତକ ସାଉଁଟିବାକୁ ତର ନାହିଁ, ମନ୍ଦ ଦେଖିବ ବା କେଉଁଠୁ ?

- ହଁଅଁ ଲୋ ! ଭୂଲିଯିବୁନି ତ ଆଉ କଅଣ ?

- ବଉଳ ? ମରିଯାନ୍ତି କି ମୁଁ । ଏଇପା' ଯାଉଥିଲି ତୋ' ପାଖକୁ । ଯାହେଉ ତୁ ଆସିଗଲୁ । ବସେ ଏଠି ।

ଲିମାକୁ ଟାଣିନେଇ , କୋଳରେ ବସାଇଦେଲା କୁନି । ଏବେ ଚାଲିବ କବାଟକିଳା ଗପ । ସମସ୍ତିଙ୍କୁ ତାଗିଦ୍ କରିଦେଇ ଛାତ ଉପରକୁ ମାଡିଗଲେ ଦୁଇ ବାନ୍ଧବୀ ।

{୨}

- ଉଁ !

- କ'ଣ ?

- କହ 

- କ'ଣ ?

- କେମିତି ?

- ଚୁପ୍ ! ଲାଜ ।

- ମୋତେ ?

- ହୁଁ ! ନ' ଠେକିଲେ ଶିଖିବୁ ନାହିଁ ।

- ହଉ ତା'ହେଲେ , ମୁଁ ଯାଉଛି ।

- ରାଗେନାଲୋ । କହୁଛି କହୁଛି ।

- କହଅ 

- ଆମେ ଯା' ଭାବନ୍ତି, ଠିକ୍ ସେୟା ହୁଏନି । ପୁଅଗୁଡା ସତରେ ଭାରି ଓପାସିଆ ।

- ହି ହି ..। ଠିକ୍ ଅଛୁ ତ ତୁ ?

- ଆଉ ! ତୋ' ବଉଳ କ'ଣ କିଛି କମ୍ କି ?

- ପୁଣି ? ଅଡୁଆ କ'ଣ ଯେ ?

- ଅଡୁଆ ସେଇଠି ନାହିଁ । ସେମାନଙ୍କ କଥାରେ । ହଜାରେ ସନ୍ଦେହ ମନରେ । ନୂଆ ଗାଡ଼ିକୁ ପରଖିଲା ପରି ପରୀକ୍ଷା ! ପାନରୁ ଚୂନ ଖସିଗଲେ, କଥା ସଇଲା ।

- ଖୋଲିକି କହ । ବୁଲାବଙ୍କା କରେନା କହିଦେଉଛି ।

- ଆଲୋ , ପଶୁପଶୁ ପଚାରିଲେ , ' ମୁଁ ତୁମର ପ୍ରଥମ ତ଼ ?"

- ଆଁଆଁ ! କଣ କହିଲୁ ତୁ ?

- ସମସ୍ତେ ଯା କହନ୍ତି । ମୁହଁକୁ ଶୁଖେଇ, ଆଖିରେ ଆଖି ମିଶେଇ, ଥରେ ହଁ କରିଦେଲେ କଥାସଇଲା ।ସେତକରେ ଖୁସି ।

- ହି ହି ହି ହି ..

- ହି ହି ହି ହି ..

{୩}

ରେଳଧାରଣା ପରି ନାରୀ । ନିଜ ଠୁଁ ହଜାରେଗୁଣ ଓଜନିଆ ବୋଝ ପିଠିରେ ବୋହିବାହି ଖାଲି ବାଣ୍ଟୁଥିବ ସ୍ନେହ ପ୍ରେମ । ବଦଳରେ ବାରମ୍ବାର ସାମ୍ନା କରୁଥିବ , ବେଳଅବେଳରେ ଆକସ୍ମିକ ଦୁର୍ଘଟଣା ସବୁ !

ଏଇ ମଥାପାତି ସହିଯିବା ଗୁଣଟିକୁ , ଘୋଷାଇ ଘୋଷାଇ ପିଆଇ ଦେଇଥିଲା ମା' ଲିମାକୁ । ସେଥିନେଇ ଲିମାର କିଛି ଅଡୁଆ ନଥିଲା । କିନ୍ତୁ , ସ୍ୱାମୀ ବୋଲି ଯେଉଁ ଅଚିହ୍ନା ମଣିଷଟେ ପାଖରେ ପ୍ରଥମ ରାତିରେ ଯାଇ ନିଜକୁ ସମର୍ପଣ କରିଦେବାକୁ ହେବ , ଏଇକଥାକୁ ନେଇ ଦେହ ଶିହରେଇ ଉଠୁଥିଲା ଲିମାର । ସବୁପ୍ରକାର କଥାଅକଥା , ବଉଳଠୁଁ ବୁଝି ନେଇଛି । କିନ୍ତୁ ଯୁଦ୍ଧ ପଡିଆରେ ତ ସେ ଏକା ! କଣ ସବୁ ସାମ୍ନା କରିବାକୁ ହେବ ପ୍ରଶ୍ନ ବାଣ ? କେମିତି ସହଜ ସନ୍ତୁଷ୍ଟ ଉତ୍ତର ଦେଇ ମୁକୁଳି ହେବ ସନ୍ଦେହରୁ ? 

ଗୋଟେ ନାରୀ ଜୀବନରେ କାହିଁକି ଜରୁରୀ ହୋଇପଡେ, ପ୍ରଥମ ପୁରୁଷ ହିଁ ତା' ସ୍ୱାମୀ ହେବା ? କାହିଁକି ଦେବାକୁ ପଡେ ଏଥିପାଇଁ ତାକୁ ଏତେ କୈଫିୟତ ? ତା' ଅତୀତକୁ ଉଖାରିବାର ଆବଶ୍ୟକତା କାହିଁକି ପଡିଯାଏ ?

ତା' ସ୍ୱୀକାରୋକ୍ତିକୁ ବି କାହିଁକି ଅବିଶ୍ୱାସ କରାଯାଏ ??? ଝିଅଟିଏ କାହିଁକି ସବୁବେଳେ ଦିଏ ଅଗ୍ନି ପରୀକ୍ଷା ?

{୪}

ବହୁ ଅପେକ୍ଷିତ ଚତୁର୍ଥୀ ରାତିରେ, ବଡବଡ ସାହାସିନୀଙ୍କର ବି ପାଣି ଫାଟିଯାଏ । ସେଥିରୁ ଲିମା ବର୍ତ୍ତିବ କେମିତି ? ପ୍ରୀୟାଂଶୁ ଆସି ଦରଜା ବନ୍ଦ କରିଦେବା ପରେ , ଲିମା ସୁମରଣା କଲା ଏ' ଦୁନିଆ ଯାକର ଦୁଆର ତା'ପାଇଁ ମୁକୁଳି ଯା'ନ୍ତାନି ? ଧାଇଁ ପଳାନ୍ତା ଯୋଜନ ଦୂରକୁ । ଯେଉଁଠି ସାମ୍ନା କରିବାକୁ ନଥିବ ଏବର ଅଗ୍ନି ପରୀକ୍ଷା ।

କିନ୍ତୁ ! ଭିନ୍ନ ଥିଲା କିଛି ପରିବେଶ । ପ୍ରେମିକପଣରେ ଉବୁଟୁବୁ ହୋଇ ରହିଥିଲେ, ପ୍ରୀୟାଂଶୁ । ନିଃସଙ୍କୋଚରେ ଲିମାକୁ ଛାତି ଉପରକୁ ଭିଡିନେଇ ପଚାରିଲେ -

- ନର୍ଭସ୍ ?

ହଁ କି ନାଁ ଲିମା ଜାଣିପାରୁନଥିଲା । ସେ ତ ଘୋଷିଦେଇ ଆସିଥିଲା ମାତ୍ର ଗୋଟାଏ ଉତ୍ତର - ହଁ ! ତୁମେହିଁ ମୋ' ଜୀବନର ପ୍ରଥମ ପୁରୁଷ ।

ଏଠି ପ୍ରୀୟାଂଶୁ ପ୍ରଶ୍ନ ହିଁ ନକରି, ଶେଷବତୀ ଲିଭାଇବାରେ ବ୍ୟସ୍ତ !

{୫}

ଏଥର ! ବାହାରେ ବୋଧେ ସକାଳ, ସକାଳ ହେବାକୁ ଅପେକ୍ଷା କରିଥିଲା । ପହିଲି ରାତିରେ , ନିଦ ହୁଏ ଯେ ହେବ ? ଅନ୍ଧାରରେ ଦୁହେଁ ଦୁହିଁଙ୍କୁ ସ୍ପଷ୍ଟ ନ'ଦେଖି ପାରିଲେ ବି ସ୍ପଷ୍ଟ ବୁଝି ନେବାରେ ଆଉ କିଛି ଅଡୁଆ ନଥିଲା । ଏଇ ରାତିରୁ ହିଁ ଗୋଟେ ପ୍ରେମ ବିଶ୍ୱାସର ବଂଧଟିଏ ଦୁହିଁଙ୍କ ଭିତରେ ବାନ୍ଧି ହୋଇଯାଇଥିଲା । ନା କିଛି ପ୍ରଶ୍ନ ଥିଲା, ନା କିଛି ଉତ୍ତର ଦେବାକୁ ବାକି ରହିଥିଲା । ତଥାପି ବଉଳଠୁଁ ଏତେ ପ୍ରସ୍ତୁତି ନେଇ ଆସିଥିବା ପ୍ରଶ୍ନୋତ୍ତର କିଛି କାମ ନଦେବାରୁ , ନିଜଆଡୁ ଟିକେ ସାହାସିଆ ହୋଇ ଲିମା ପଚାରିଦେଲା ପ୍ରୀୟାଂଶୁଙ୍କୁ -

- କଥାଟିଏ ପଚାରିବି ?

- ହୁଁ , ନିଶ୍ଚୟ 

- ତୁମ ଜୀବନରେ ମୁଁ କଣ ପ୍ରଥମ ପ୍ରେମ ???

ବିହ୍ୱୋଳିତ ହୋଇ , ଚୁମାଟିଏ ଆଙ୍କିବା ଭିତରେ , ପ୍ରୀୟାଂଶୁର ସଂକ୍ଷିପ୍ତ ଉତ୍ତର ଏୟା ଥିଲା -

- ନାଃ! ତୁମେ ମୋ' ଶେଷପ୍ରେମ !!!!

ଅମିୟ ବେଜ୍ , ଘଟଗାଁ ,

କେନ୍ଦୁଝର


Rate this content
Log in

Similar oriya story from Inspirational