Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shibanand Banchhor

Drama Others

3  

Shibanand Banchhor

Drama Others

ଜିଁତା

ଜିଁତା

2 mins
12K



ଦଶହରା୍ ମାସ୍ ର ଅଷ୍ଟମୀ ରେବତୀର ମନ୍ କେତେ ଗହଗହ । ଆଏଜ୍ ପହେଲା କରି ଶାଶ୍ ଘରୁ ଭାଇ ଜିତାଁ କରି ଆସିଛେ । ଧାଙ୍ଗରୀ ଥିଲା ସମିଁଆ ଥି କେଭେ ଜିତାଁ ଉପାସ୍ ନି କରି । ପହେଲା କରି ଆଏ ବଲି କେତେ ଉସତ୍ ମନେ ଆସିଛେ ତାର୍ ମାଁ ଘର୍ କେ । ତାର୍ ମୁନୁଷ୍ ଗୋପାଲ ବି ଆସିଛେ । ସୁତର୍ ପିଲାଟେ ଆଏ କାହାର୍ ଭଲ୍ ମନ୍ଦ୍ ନି ଜାନେ । କମେଇ ଜାନେ କି ଖେଇ ଜାନେ । ନିଜେ ରେବତୀ ଯାଇ କରି ବାଛି ଆନିଛେ ଜିତାଁ ତାର୍ ଭାଏ ମଦନ୍ ଲାଗି । 

ସକାଳୁ ଉପାସ୍ ଅଛେ । ମାଁ ଦୁର୍ଗା ନ ତାର୍ ଭାଏର୍ ମଙ୍ଗଲ୍ ଲାଗି କେତନି ଟେ ଜୁହାର ବିନତି୍ କରିଛେ । ଆଉ କେତେବେଲେ ସକାଲ୍ ପାଏବା ଯେ ଟାକିଛେ । ସତେ ଯେନ୍ତା ଜନମ୍ ଜନମ୍ ରୁ ଟାକିଛେ ଇ ଦିନ୍ କେ । ସବୁ ନାନୀ ବହେନ୍ ମାନକର୍ ଲାଗି ଇ ଦିନ୍ ଟା ଗୁଟେ ଗୁଟେ ବଡ୍ ଦିନ୍ ଆଏ । 


    ସକାଲ୍ ପାଏଲା୍ । କୁକ୍ରା ଡାକଲା୍ । ରେବତୀ ପହପହ ନୁ ଉଠିକରି ଗାଧି ଆସଲା୍ । ଆଉ ଟାକିଛେ ତାର୍ ଭାଏ କେ । ସେ ଆସଲେ୍ ଜିତାଁ ଉତ୍ରାବା । କେତେ ସସେଁରେ ତାର୍ ଭାଏର୍ ବାଟ୍ ଦେଖୁଛେ । ହେଲେ ୧୦ ବାଜଲା୍ ନ ମଦନ୍ ର ଦେଖା ନି ନ । କାଏଲ୍ ରାତି ନୁ ଯେଇଛେ ଯେ ଯେଇଛେ ନ । ୧୦ରୁ ୧୨ ହେଲା ଫେର୍ ବି ମଦନ୍ ନି ଆସବାର୍ । ରେବତୀ ବି ଟାକିଛେ ଖାନା ନି କି ପିନା ନି । ୨ ବଜେ ମଦନ୍ ଆସିଛେ ଘର୍ କେ । ମଦ୍ ଫୁଲ୍ ପି କରି । ସୋର୍ କି ସୁତର୍ ନି । କେତେ ଦିନୁ ମଦନ୍ ର ପିଇବାର୍ ଟା ବଢିଯାଇଛେ । ମଦନ୍ ଆସଲା୍ କି ରେବତୀ ଜିତାଁ ଉତ୍ରାବାର୍ ଲାଗି ଯାଇଛେ । ମଦନ୍ ପୂଜାର୍ ଥାଲି ଆଉ ଜିତାଁ କେ ଫିକି ଦେଇଛେ । ଘରେ ସବୁ ଜିନିଷ୍ କେ ଭଙ୍ଗାରୁଜା କରିଛେ । ଶେଷ୍ କେ ରେବତୀ ଆଉ ଗୋପାଲ କେ ପିଟିଛେ । ଇ ଜିତାଁ ମୋର୍ କେ କାମେ ଆସବା୍ ବୋଲି କହିଛେ । ଆଉ ଗାଲି ଦେଇକରି ଘରୁ ଖେଦି ଦେଇଛେ ।


   ଏନ୍ତା କେତେ ସମିଁଆ ଗଲା ଉତାରୁ ମଦନ୍ ର ଦିହେଁ ପାଁ ଠିକ୍ ନି ରହେବାର୍ । ଫେର୍ ବି ସେ ପିଇବାର୍ କେ ନି ଛାଡ୍ ବାର୍ । ଦିନେ ତାର୍ ଅବସ୍ଥା ବନେ ଖରାପ୍ ହେଇ ଯାଇଛେ ତାହାକେ ଡାକ୍ତରଖାନା ନେଇଛନ୍ । ଡାକ୍ତର୍ ମଦନ୍ ର ବୁଆ କେ ଡାକି କରି କହୁଛନ୍ ତାର୍ କିଡନୀ ଖରାପ ହେଇଛେ । ଜଲଦି କିଡନୀ ନି ହେଲେ ମରିଯିବା । ଇ କଥା କେ ମଦନ୍ ଭିତରେ ଥେଇ ଶୁନିଛେ । ବହୁତ୍ କନ୍ଦିଛେ । ନିଜେ ପସ୍ତେଇ ହେଇଛେ । ଆଉ ଅଚେତ୍ ହେଇ ପଡିଯାଇଛେ ।


   ତାର୍ ଆର ଦିନେ ମଦନ୍ ଉଠିଛେ ଆଉ ଦେଖୁଛେ ସବେ ତାର ଚାରିକୁତି ଅଛନ୍ । ଆଉ ଖୁସ୍ ଜନା ପଡୁଛନ୍ । ସେ ବୁଝି ନି ପାରବାର୍ ଖୁସ୍ ର କାରନ୍ ଟା । ସେ ଇନ ମରନ୍ ମୁହେଁ ଅଛେ ଆଉ ତାକର୍ ଭିତରେ ଦୁଖ୍ ନି ନ ବଲି ଭାବୁଛେ । ଶେଷ୍ କେ ତାର୍ ମାଁ କହୁଛନ୍ ରେବତୀ ତାର୍ ଗୁଟେ କିଡନୀ ଦେଇକରି ବଚେଇଛେ ବଲି । ମଦନ୍ ବହୁତ୍ କାନ୍ଦିଛେ । ପଛର୍ କଥା କେ ଶୋର୍ କରି କରି । ଆଉ ଭୁଲ୍ ମାଗିଛେ ରେବତୀ କେ । ଆଉ ଆଏଜ୍ ସେ ଭାଏ ଜିତାଁର କଥା କେ ବୁଝିଛେ । ଆଉ ରେବତୀର୍ ଜିତାଁ ଉପାସ୍ ସଫଲ୍ ହେଇଛେ ।


Rate this content
Log in

Similar oriya story from Drama