STORYMIRROR

Shibanand Banchhor

Abstract Drama Others

3  

Shibanand Banchhor

Abstract Drama Others

ଘମଣ୍ଡ

ଘମଣ୍ଡ

1 min
12.1K


ଅନ୍ଧାର୍ ରାଏତ୍ କୁଲିହା,ବିଲେଇ ମାନକର୍ ଛାତିକେ ଥରେଇ ଦେଉଥିବାର୍ ଶବଦ୍ ସଙ୍ଗେ ବାଦଲ୍ ମାନକର୍ ଖେଲ୍ ରାଏତ୍ କେ ଆଉ ଟିକେ ଡର୍ବାର୍ ଲେଖେ ବନେଇ ଦଉଛେ । ଫେର୍ ବି ରାନୀ ତାର୍ ବାଲ୍କୋନି ନ ପଥର୍ ଲେଖେ ଚୁପଚାପ ବସିଛେ ଆଉ ତାର୍ ବିତିଯାଇଥିବାର୍ କଥା କେ ସୋର୍ କରୁଛେ


 ଇଟା ସେ ସମିଁଆର୍ କଥା ଯେନ୍ ସମିଁଆ ନ ରାନୀ କଲେଜ୍ ପଢଲା୍ ଧାଙ୍ଗରୀ ଟୁକେଲ୍ ଥିଲା । ତାର୍ ଧୋବ୍ ଫର୍ ଫର୍ ଗୁରୁସ୍ ଲେଖେ ଦିହେଁ ଆଉ ପଦମ୍ ଫୁଲ୍ ଲେଖେ ଚେହେରା୍ ଲାଗି ତାର୍ ତରା ତରା କେତନି କେତେ ଭଅଁର୍ ମାନେ କିନ୍ଦରି ବୁଲୁଥିଲେ । ଆଉ ସେ ତାର୍ ସୁନ୍ଦର୍ ଲାଗି ବଲି କେତନି୍ କେତେ ଗରବ୍ କରୁଥିଲା । ତାର୍ ସଙ୍ଗେ ପଢୁଥିବାର୍ ରାଜ୍ ତାହାକେ ଗୁରୁଦୁ ଟେ ଭଲ ପାଉଥିଲା ହେଲେ ରାନୀ ତାର୍ ରୂପର୍ ଘମଣ୍ଡ୍ ଲାଗି ବଲି ତାହାକେ ହମିଶା ହିନସ୍ତା ଲୋକହସା କରୁଥିଲା କେ କରି ବଏଲେ ସେ ଗରିବ ଘରର୍ ଆଉ କଲା୍ ରଙ୍ଗ୍ ର ପିଲା ଆଏ ବଲି । ଦିନେ ଗୁଟେ କାର୍ ଦୁର୍ଘଟେନ୍ ଥି ରାନୀର ମୁହୁଁ ଭିର୍ ଭିନ୍ନା ହେଇଯାଇଛେ ଆଉ ତାର୍ ସୁନ୍ଦର୍ ଚେହେରା୍ କେଚ୍ କେଚା ହେଇଯାଇଛେ । ତାହାକେ ଆଉ କିହେ ବିହା ହେବାର୍ ଲାଗି ପସନ୍ ନି କରବାର୍ ,ତ ସେ ସମିଁଆରେ ରାଜ୍ ରାନୀ କେ ବିହା ହେମି କହୁଛେ ଆଉ ସତ୍ କେ ସତ୍ ବିହା ହଉଛେ । ରାନୀ ତାର୍ ଭୁଲ୍ କେ ବୁଝି ପାରୁଛେ ଆଉ ତାର୍ ଚେହେରା୍ ଘମଣ୍ଡ୍ ଲାଗି ପସ୍ତେଇ ହଉଛେ । 

   

   ରାନୀ ତାର୍ ସୁରତା ନୁ ବାହାରି ଆସୁଛେ ଆଉ ବାଲ୍କୋନି ନୁ ଉଠିକରି ରାଜ୍ ର ପାଖ୍ କେ ଯେଇ କରି ତାର୍ ଛାତି ଥି ମୁଡ୍ ରଖିକରି ଶୁଇକରି ଭାବୁଛେ ଯାହା ହଉ ତାର୍ ସବୁ ଅହଂକାର ,ଘମଣ୍ଡ୍ ଭାଙ୍ଗି କରି ରାଜ୍ ବାଗିର୍ ବର୍ ଟେ ପେଇଛେ ବଲି ଖୁସ୍ ହଉଛେ ।।


       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Shibanand Banchhor

Similar oriya story from Abstract