ନିରୀହର ଦଣ୍ଡ
ନିରୀହର ଦଣ୍ଡ
ଆଜି ବି ସେ କଥା ମନେ ପଡିଲେ ସମାଜ ପ୍ରତି ଚାଲିଆସେ ଏକ ଘୃଣା ଭାବ । ଆଉ ଏ ଭଦ୍ର ସମାଜର ମୂଖା ମଧ୍ୟରେ ଥିବା ସେ ଅଭଦ୍ର, କୁଳାଙ୍ଗାର ମାନଙ୍କୁ ଟାଣି ଆଣି ଗୋଟିକ ପରେ ଗୋଟିକଙ୍କର ଛାତି ମଧ୍ୟକୁ ଗୁଳିବଦ୍ଧ କରିଦେବାକୁ ଇଛା ହୁଏ । ଯାହା ପାଇଁ ଆଜି ଏ ମଣିଷ ସମାଜ ବଦନାମ । ସେ ଦେହଲୋଭୀ ଦୁର୍ଯୋଧନ ମାନଙ୍କ ଆଖିର ଲୋଲୁପ ଦୃଷ୍ଟିରେ ପଡି କେତେ କେତେ ଦ୍ରୌପଦୀଙ୍କ ବସ୍ତ୍ର ହରଣ ହୋଇଛି ।ଆଉ ସେମାନେ ନିଜ ଇଜ୍ଜତ ହରାଇଛନ୍ତି । ଦ୍ଵାପରରେ ସିନା ଭଗବାନ ଶ୍ରୀକୃଷ୍ଣ ଆସି ଇଜ୍ଜତ ବଞ୍ଚାଇ ଦେଲେ ,ହେଲେ ନା ଆଜି ଶ୍ରୀକୃଷ୍ଣ ଆସୁଛନ୍ତି ନା ଶହ ଶହ ଦ୍ରୌପଦୀଙ୍କ ଇଜ୍ଜତ ରକ୍ଷା ହଉଛି ।ସେ ମଣିଷ ରୂପୀ ରାକ୍ଷସମାନଙ୍କ କବଳରେ ପଡି ଏକା ଥରକେ ନିସ୍ବ ହୋଇପଡୁଛନ୍ତି ।
ଏମିତି ଏକ ଘଟଣା ଘଟିଥିଲା ପଦ୍ମପୁରରେ ।ସେଇଠି ଗୋଟିଏ ଲୋକ ତା ଭଉଣୀକୁ ନେଇ ସେଇଠି ରହୁଥିଲା । ସେ ଦିନରେ ରିକ୍ସା ଚଳାଉଥିଲା ଆଉ ରାତି ଉଭୟ ଭାଇ ଭଉଣୀ ଶୋଇଯାଉଥିଲେ ରାସ୍ତା କଡରେ । ନା ରହିବା ପାଇଁ ଘର ଥିଲା ,ନା କିଛି ଖାଇବା ପାଇଁ ଅର୍ଥ ।ଦିନକରେ ଭାଇ ଯେତେ ରୋଜଗାର କରୁଥିଲା ସେଥିରେ ମେଣ୍ଟୁଥିଲା ତାଙ୍କ ଗୁଜୁରାଣ । ସେ ରିକ୍ସାବାଲାର ଭଉଣୀର ବୟସ ହେବ 18 -19 ବର୍ଷ । କିନ୍ତୁ ସେ ଥିଲା ମାନସିକ ବିକୃତ । ତାର ଚାଲିଚଳଣୀରେ ନ ଥିଲା ବୟସର ଭାବ । ଗୋଟିଏ ଶିଶୁ ପରି ଥିଲା ତାର ମାନସିକ ଅବସ୍ଥା । ନା ସେ ଜାଣିଥିଲା ଏ ଦୂନିଆକୁ , ନା ଏ ଦୂନିଆର ମଣିଷକୁ । ଦିନସାରା ସେ ବସିଥାଏ ରାସ୍ତା କଡରେ ଏବଂ ନିଜେ ନିଜ ସହ କଥା ହେଉଥାଏ । ତାର ଭାଇଟା ଦିନସାରା କାମ ଖୋଜି ବୁଲିଥାଏ ।ଯେଉଁ ଦିନ କାମ ମିଳେନାହିଁ ସେଦିନ ଦୁଇଜଣକୁ ଭୋକରେ ରହିବାକୁ ପଡିଥାଏ । ଭାଗ୍ୟବଶତଃ ସେ ସମୟରେ ଖୋଲିଥାଏ ଆହାର କେନ୍ଦ୍ର ଯେଉଁଠି କମ୍ ପଇସାରେ ଗୋଟାଏ ଓଳିର ଖାଇବା ମିଳିଯାଉଥିଲା ।
ସେ ବିଚାରୀ ମାନସିକ ବିକୃତ ଯୁବତୀଟା ଦିନସାରା କାଟିଥାଏ ଏକା
ଏକା । ରିକ୍ସାଚାଳକ ମାନଙ୍କ ମଧ୍ୟରେ ଲୁଚି ରହିଥିବା କେତେକ ରାକ୍ଷସମାନଙ୍କ ଉପରେ ବଢ଼ି ଉଠିଥିଲା ମଣିଷ ମାଂସର ଭୋକ । ସେ ଯୁବତୀର ଦେହର ବାସ୍ନାରେ ମେଣ୍ଟାଇବାକୁ ଚାହୁଁଥିଲେ ତାଙ୍କ ସେ କ୍ଷୁଧାକୁ । ଆଉ ଖୋଜି ବୁଲୁଥିଲେ ଏପରି ଏକ ସୁଯୋଗକୁ । ଠିକ ଦିନକର ରାତିରେ ସେମାନେ ଟେକି ନେଇଥିଲେ ସେଇ ଯୁବତୀକୁ ଗୋଟିଏ ନିଛାଆଟିଆ ଯାଗାକୁ । ଆଉ କରି ପକାଇଥିଲେ ତାକୁ ବସ୍ତ୍ରହୀନ ଆଉ ମେଣ୍ଟାଇଥିଲେ ତାଙ୍କ କ୍ଷୁଧାକୁ । ସେ ଯୁବତୀଟା ଜଣି ପାରିଲାନାହିଁ ତା ସହ କଣ ହେଉଛି । ସେ ଥିଲା ଶିଶୁ ସୁଲଭ । ନା ତାର ଞ୍କାନ ଥିଲା ,ନା ତାର ଚେତା । ଏମିତି ରାତ୍ରି ପରେ ରାତ୍ରି ସେ ରାକ୍ଷସଗଣ ମେଣ୍ଟାଇ ଚାଲିଥିଲେ ତାଙ୍କ କାମନାର ବାସ୍ନାକୁ ।
ଏମିତି କେତେଦିନ ବ୍ୟତିକ୍ରମରେ ସେ ଯୁବତୀଟା ହୋଇପଡିଛି ଗର୍ଭବତୀ । ଯେତେବେଳେ ଜାଣିପାରିଛି ତାର ଭଉଣୀର ଗର୍ଭ ବିଷୟରେ ।ସେ ଭାବି ପାରିଲା ନାହିଁ ,କଣ କରିବ ? କାହାକୁ ଦୋଷ ଦେବ ? ନା ତା ପାଖରେ ପଇସା ଅଛି ଯେ ତା ଭଉଣୀକୁ ଡାକ୍ତରଖାନା ନେବ । ସେମିତି ବି ସେ ପାଗଳୀଟା ତାକୁ ସେ ବିଷୟରେ ଜଣା ବି ନାହିଁ । ଆଉ ଯେଉମାନେ ହିଁ ଏଥିପାଇଁ ଦାୟୀ ସେମାନେ ଆଜି ତା ଭାଇକୁ ଟାହିଟାପରା କରୁଛନ୍ତି ।
ଠିକ ଦିନେ ରାତିରେ ସେ ଯୁବତୀର ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ।ଆଉ ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗୁଛି । ଆଉ ସେ ନିଜ ଗର୍ଭରେ ଥିବା ଶିଶୁ ସହ ଆଖିବୁଜି ଦେଇଛି । ଆଜି ସେ ଦୂନିଆରେ କଳଙ୍କିନୀ ପାଗେଳୀର ଆଖ୍ୟା ପାଇ ମୃତ୍ୟୁ ବରଣ କରିଛି । ଆଉ ଯେଉଁମାନେ ସେଥିପାଇଁ ଦାୟୀ ସେମାନେ ଏ ପର୍ଯ୍ୟନ୍ତ ଭଦ୍ର ବ୍ୟକ୍ତି ହିସାବରେ ବୁଲିଚାଲିଛନ୍ତି ।ଆଉ ତାଙ୍କ ସେ ରାକ୍ଷସର ପରିଚୟକୁ ସମାଜର ଅନ୍ତରାଳରେ ଲୁଚେଇ ରଖିଛନ୍ତି ।କିନ୍ତୁ ସେ ନିରୀହ ଯୁବତୀଟା ଆଜି ତାର ନିରୀହତାର ଦଣ୍ଡ ପାଇଛି ।ଆଉ ସେ ଦଣ୍ଡରେ ଲିଭିଯାଇଛି ତା ଦିପ୍ତୀ ଶିକ୍ଷା ।।
ଶିବାନନ୍ଦ ବନଛୋର