Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମା'ର ମମତା
ମା'ର ମମତା
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୩

Classics Inspirational

2 Minutes   7.3K    14


Content Ranking

ଇଂ ରଘୁନାଥ ପ୍ରସାଦ ଦାସ

ବୁଦୁବୁଦିକିଆ ଜଙ୍ଗଲ । ତା’ ଭିତରେ ନଈଟିଏ ବହିଯାଇଛି । ସେଇ ଜଙ୍ଗଲ ଭିତରେ ଗୋଟିଏ ହରିଣ ପରିବାର ରହୁଥିଲେ । ପରିବାର କହିଲେ ଛୁଆ ହରିଣଟିଏ ଆଉ ତା’ର ମା’ ଓ ଛୁଆ ଉଭୟେ ଉଭଯଙ୍କୁ ବହୁତ ଭଲ ପାଆନ୍ତି । କେହି କାହାରିକୁ ଛାଡ଼ି ରହିପାରନ୍ତିନି । ଏମିତି କେତେଦିନ ଗଲା । ଦିନେ ଛୁଆ ହରିଣଟି ତା’ର ମା’କୁ କହିଲା- ମାଆ ! ଦେଖ ତ – ନଈ ଆରପଟେ କେମିତି ବଢିଆ ସବୁଜ ଘାସ ହେଇଛି । ଆମେ ଟିକିଏ ସେପଟକୁ ଯାଇପାରିଲେ ପିଟ ଘାସ ଖାଇ ସନ୍ଧ୍ୟାକୁ ଫେରନ୍ତେ । ମାଆ ମନକୁ କଥାଟା ଗଲା । ସେ କହିଲା-ହଉ । କାଲୀ ସକାଳେ ସେପଟକୁ ଯିବା । ନଈଟା ବି ବେଶୀ ବଡ ନୁହେଁ । ତୁ ଆଗରେ ଆଗରେ ଯିବୁ । ମୁଁ ତୋ ପଛରେ ପଛରେ ଯିବି । ସଂଧ୍ୟା ଆଗରୁ ଫେରି ଆସିବା ।

ଛୁଆ ହରିଣକୁ ଆଉ ରାତିରେ ନିଦ ନାଇଁ, କେମିତି ରାତି ପାହିବ, ସେମାନେ ନଈ ପହଁରି ଆର ପଟକୁ ଯିବେ । ରାତି ପାହିବା ଆଗରୁ ଛୁଆଟି ତା ’ମାଆ କୁ ଉଠେଇବାରେ ଲାଗିଲା । କହିଲା- ଚାଲ ! ଜଲଦି ଯିବା, ନ ହେଲେ ଖରା ହେଇଯିବ । ଶେଷରେ ସକାଳର କଅଁଳ ଖରାରେ ଦୁହେଁ ବାହାରି ଗଲେ । ଆଗେ ଆଗେ ଛୁଆ ମନ ଖୁସିରେ ଯାଉଥାଏ, ପଛେ ପଛେ ମା’ ଛୁଆଟିକୁ ଜଗି ଜଗି ଯାଉଥାଏ । ନଈ ପଡିଲା । ଛୁଆଟି ନଈରେ ଚବର ଚବର କରି ଯାଉଥାଏ । ପଛରେ ରହି ମା’ ଦେଖୁଥାଏ ଛୁଆଟି ନିରାପଦରେ ପହଁରି ପାରୁଛି କି ନାହିଁ । ନଈ ପାରି ହେବାକୁ ଅଳ୍ପ ବାକି ଅଛି, ମା’ ଦେଖିଲା ଗୋଟିଏ କୁମ୍ଭୀର ଚୁପ୍ ଚାପ୍ ସେଇ ହରିଣ ଆଡକୁ ଆଗେଇ ଆସୁଛି ।

ମା’ର ମନକି ଆଉ ସମ୍ଭାଳେ ! ସେ ଜୋର୍ ରେ ପହଁରି ଆଗେଇ ଆସିଲା ସେଇ କୁମ୍ଭୀର ଆଉ ତା’ ଛୁଆର ମଝି ଜାଗାକୁ । କୁମ୍ଭୀର ଯଦି ଆସେ,ତେବେ ସେଇ ଛୁଆକୁ ଖାଇବା ଆଗରୁ ମା’ ହରିଣକୁ ଖାଇବ । ନିଜେ ପଛେ ମରିବ, କିନ୍ତୁ ଛୁଆକୁ ମାରିବାକୁ ଦେବନି । ସେଇଆ ହେଲା । କୁମ୍ଭୀର ମା’ ହରିଣକୁ ଗିଳିଦେଇ ଫେରିଗଲା । ନିରାପଦରେ ଛୁଆଟି ନଦୀ ପାର ହୋଇଗଲା ।

ମା’ର ଛୁଆ ପ୍ରତି କେତେ ମମତା ! ନିଜେ ପଛେ ମଲା, କିନ୍ତୁ ଛୁଆର ଜୀବନ ବଞ୍ଚେଇ ଦେଲା । ଏଇ ମମତା କେବଳ ପଶୁପକ୍ଷୀ ମାନଙ୍କ ଭିତରେ ନୁହେଁ, ମଣିଷ ମାନଙ୍କ ଭିତରେ ମଧ୍ୟ ଅଛି । ମାଆମାନେ ଛୁଆ ମାନଙ୍କୁ ପଣତ କାନିରେ ଘୋଡେଇ ରଖିଥାଆନ୍ତି । ନିଜେ ନ ଖାଇ ଛୁଆ ମାନଙ୍କୁ ଖାଇବାକୁ ଦିଅନ୍ତି । ପିଲାମାନଙ୍କ ଦେହ ଖରାପ ହେଲେ କୋଳରେ ପୁରାଇ ରଖନ୍ତି ।

ସେଥିପାଇଁ କୁହାଯାଏ- ମା’ର ରୁଣ କେହି କେବେ ଶୁଝି ପାରିବ ନାହିଁ ।

ବୁଦୁବୁଦିକିଆ ଜଙ୍ଗଲ ହରିଣ

Rate the content


Originality
Flow
Language
Cover design

Comments

Post

Some text some message..