Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Inspirational

2  

ଓଡ଼ିଆ ଗଳ୍ପ ଓ କବିତା - ୧

Inspirational

ଜୀବନକୁ ପାଣି ଛଡେଇ

ଜୀବନକୁ ପାଣି ଛଡେଇ

2 mins
480


ଗୀତା ଓ ସଞ୍ଜୟ ଦୁଇ ଭାଇ ଓ ଭଉଣୀ l ଗୀତା ପଞ୍ଚମ ଶ୍ରେଣୀରେ ପଢେ ଆଉ ସଞ୍ଜୟ ପଢେ ଚତୁର୍ଥ ଶ୍ରେଣୀରେ l ଦୁହେଁ ଯାକ ଏକାଠି ହଷ୍ଟେଲରେ ରହି ପାଠ ପଢନ୍ତି l ସେମାନଙ୍କ ସ୍କୁଲଟି ଗାଁ ଠାରୁ ବହୁତ ଦୂର l ତେଣୁ ରମେଶ ବାବୁ ପିଲା ଦୁଇଜଣଙ୍କୁ ଆଣି ଏଠାରେ ଛାଡି ଦେଇଛନ୍ତି l

     ଘରେ ଥିବା ବେଳେ ରମେଶ ବାବୁ ପିଲା ମାନଙ୍କୁ ବଡମଣିଷ ହେବାପାଇଁ ଅନେକ ଉପଦେଶ ଦିଅନ୍ତି l ଅଥିପାଇଁ ଦରକାର ହେଲେ କିପରି ସାହସ ଦେଖାଇବାକୁ ହୁଏ ସମସ୍ତଙ୍କ ସହ ମଧୁର ସମ୍ପର୍କ ରଖି ସେମାନଙ୍କ ସୁବିଧା ଅସୁବିଧାରେ କିପରି ଭାଗୀ ହେବାକୁ ହୁଏ, ସେ ସବୁ କଥା ରମେଶବାବୁ ପ୍ରତିଦିନ ଗୀତା ଓ ସଞ୍ଜୟକୁ ବୁଝାନ୍ତି l

     ରମେଶବାବୁ ସହରଠାରୁ ବହୁଦୂରରେ ରହି ଚାକିରି କରୁଥାନ୍ତି l ସ୍କୁଲ ଶିକ୍ଷକମାନଙ୍କ ଉପରେ ନିଜ ପିଲା ମାନଙ୍କର ଦାୟୀତ୍ୱ ଛାଡିଲେ ସେ ନିଶ୍ଟିନ୍ତରେ ରହି ପାରନ୍ତି ନାହିଁ l

     ଦିନକର କଥା l ସେଦିନ ଏକ ଛୁଟିଦିନ ଥିଲା l ଗୀତା ଓ ସଞ୍ଜୟ ସାଙ୍ଗମାନଙ୍କ ସହ ଖେଳ ପଡିଆରେ ଖେଳୁଥାନ୍ତି l ଏଇ ସମୟରେ ପାଖ ବସ୍ତିରେ ନିଆଁ ଲାଗିଗଲା l ସେଇ ବସ୍ତିରେ ଯେତେଲୋକ ରହୁଥିଲେ ସଭିଏଁ ହେଲେ ଶ୍ରମିକଶ୍ରେଣୀର l କାରଣ ସେଠାରୁ କିଛି ଦୂରରେ ଏକ ନଦୀବନ୍ଧ ତିଆରି ଚାଲିଥାଏ l ନିଆଁ ଲାଗିବା ସମୟରେ ସେମାନେ ସମସ୍ତେ କାମକୁ ଯାଇଥିଲେl

     ସେତେବେଳେ ହେଉଛି ଖରାବେଳ l ବସ୍ତିର କେତେକ ପିଲା ଶୋଇଥାନ୍ତି l ଆଉ କେତେକ ପିଲା ବାହାରେ ଖେଳୁଥାଆନ୍ତି l ହଠାତ୍ ଘରେ ନିଆଁ ଲାଗିଯିବାର ଦେଖି ସେମାନେ କେବଳ ପାଟିତୁଣ୍ଡ କରିବାକୁ ଲାଗିଲେ l ଆଉ ବା ସେମାନେ କଣ କରିପାରିବେ l

     ଏହା ଦେଖି କିଛି ଦୂରରେ ଖେଳୁଥିବା ଗୀତା ଓ ସଞ୍ଜୟ ସେମାନଙ୍କର ଧୈର୍ଯ୍ୟ ହରାଇଲେ ନାହିଁ l ବସ୍ତି ଲୋକଙ୍କର ଏଇ ବିପଦ ସମୟରେ ସାହାଯ୍ୟ କରିବାପାଇଁ ସେଠାକୁ ଧାଇଁଗଲେ l

     ହଠାତ୍ ଗୀତା ଦେଖିପାରିଲା ଜଣଙ୍କର ଚାଳଉପରୁ ପ୍ରଚଣ୍ଡ ବେଗରେ ଅଗ୍ନିଶିଖା ବାହାରୁଛି,

ସେଇ ଘରଭିତରେ ଗୋଟିଏ ପିଲା ରହିଯାଇଥାଏ l ନିଆଁ ଝାସ ତା ଦେହରେ ବାଜୁଥିବାରୁ ସେ ଜୋରରେ କାନ୍ଦୁଥାଏ l

     ପିଲାଟିକୁ କୌଣସି ଉପାୟରେ ବାହାର ନକଲେ ସେ ପୋଡିଯିବ, ଏଇଆ ଭାବି ଗୀତା ଓ ସଞ୍ଜୟ ଦୁଇଜଣଯାକ ସଙ୍ଗେ ସଙ୍ଗେ ଘର ଭିତରକୁ ପଶିଗଲେ l ପ୍ରଚଣ୍ଡ ନିଆଁ ଝାସପ୍ରତି ସେମାନଙ୍କର ଖାତିରି ନଥିଲା l କୌଣସି ଉପାୟରେ ପିଲାଟିକୁ ଧରି ସେମାନେ ଘର ଭିତରୁ ବାହାରି ଆସିଲେ l ହେଲେ ସେତେବେଳକୁ ସେମାନଙ୍କ ଦେହର କିଛି ଅଂଶ ପୋଡି ଯାଇଥାଏ l ଅନ୍ୟମାନେ ତାଙ୍କୁ ପାଖରେ ଥିବା ଏକ ଡାକ୍ତରଖାନାକୁ ନେଇଗଲେ l

     ନିଜ ଜୀବନକୁ ବିପଦରେ ପକେଇ ଯେଉଁ ଶିଶୁଟିକୁ ଗୀତା ଓ ସଞ୍ଜୟ ଉଦ୍ଧାର କରିଥିଲେ ସେ ଏକ ନିଶ୍ଚିତ ମୃତ୍ୟୁମୁଖରୁ ରକ୍ଷା ପାଇଗଲା l ତା ବାପା ମା ଙ୍କର ମଥା କୃତଜ୍ଞତାରେ ତଳକୁ ନଇଁଗଲା l ଅନ୍ୟ ପିଲାମାନେ ମଧ୍ୟ ଏମାନଙ୍କର ଅପୂର୍ବ ସାହସିକତାକୁ ଖୁବ୍ ପ୍ରଶଂସା କଲେ l ସେ ବର୍ଷ ପୁରସ୍କାର ବିତରଣ ଉତ୍ସବରେ ଏ ଦୁଇଜଣଙ୍କୁ ଏମାନଙ୍କର ସାହସିକତା ପାଇଁ ପୁରସ୍କାର ମିଳିଲା l


Rate this content
Log in

Similar oriya story from Inspirational