Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଶୃଗାଳ ଏବଂ ବାଦ୍ୟ କଥା
ଶୃଗାଳ ଏବଂ ବାଦ୍ୟ କଥା
★★★★★

© ଓଡିଆ ଶିଶୁ ଗପ

Children

6 Minutes   7.5K    9


Content Ranking

ଅନେକ ଦିନ ତଳେ ‘ଗୋମୟ’ ନାମକ ଏକ ଶୃଗାଳ ଅରଣ୍ୟ ମଧ୍ୟରେ ବସବାସ କରୁଥିଲା । ଏକଦା ସେ ନିଜକୁ ଭାରି ଭୋକିଲା ମନେ କଲା । ଖାଦ୍ୟ ଅନ୍ୱେଷଣରେ ଏଣେ ତେଣେ ଘୂରି ବୁଲିଲା । ଶେଷରେ ସେ ଏକ ଯୁଦ୍ଧ କ୍ଷେତ୍ରରେ ଯାଇ ପହଁଚିଲା । ଯୁଦ୍ଧରତ ସୈନିକ ମାନେ ଯୁଦ୍ଧ କ୍ଷେତ୍ରରେ ଏକ ବାଦ୍ୟ ଛାଡି ଚାଲିଯାଇଥାଆନ୍ତି । ସେହି ବାଦ୍ୟଟି ଏକ ଲତାଗହଳ ମଧ୍ୟରେ ପଡି ରହିଥାଏ । ବାଦ୍ୟଯନ୍ତ୍ର ସହିତ ଲତା ପତ୍ରଗୁଡିକ ଘସି ହେବାଫଳରେ ଏକ ଅଦ୍ଭୁତ ଧ୍ୱନି ସୃଷ୍ଟି ହେଉଥାଏ ।

ଦିନେ ଶୃଗାଳ ଏହି ଧ୍ୱନିକୁ ଶୁଣିପାରି ଭୟଭୀତ ହୋଇ ପଡିଲା । କିଏ ଏହି ଧ୍ୱନି ସୃଷ୍ଟି କରୁଛି ତାହା ଚିନ୍ତା କଲା । ସେ ପ୍ରଥମେ ଭାବିଲା ଯେ ମୋତେ ଖୋଜି ବାହାର କରିବା ପାଇଁ ପଡିବ ଏହି ଧ୍ୱନି କିଏ ସୃଷ୍ଟି କରୁଛି । ମନରେ ସାହସ ସଂଚୟ କରି ସେ ଖୋଜିବା ଜାରି ରଖିଲା । ଶେଷରେ ସେ ଜାଣିବାକୁ ପାଇଲା ଯେ ତାହା ହେଉଛି ଏକ ପ୍ରକାରର ବାଦ୍ୟଯନ୍ତ୍ର । ବାଦ୍ୟ ଯନ୍ତ୍ରକୁ ଖୋଜିବା ସମୟରେ ସେ ଏତେ ପରିମାଣରେ ଖାଦ୍ୟ ଖାଇବାକୁ ପାଇଲାଯେ ବହୁତ ଦିନ ପର୍ଯ୍ୟନ୍ତ ତା’ର ଆଉ କୌଣସି ଖାଦ୍ୟ ଜନିତ ଅସୁବିଧା ହେଲା ନାହିଁ । ଏହି କାହାଣୀକୁ ଆଖି ଆଗରେ ରଖି ଦମନକ ରାଜା ପିଙ୍ଗଳକଙ୍କୁ କହିଲେ: ମହାରାଜ! ଆପଣ ଏଇ ସାମାନ୍ୟ ଧ୍ୱନି ଶୁଣି ଭୟଭୀତ ହୁଅନ୍ତୁ ନାହିଁ । ରାଜା କହିଲେ: ମୁଁ କିପରି ନିଜକୁ ଦୃଢମନା କରିପାରିବି । ଯେତେବେଳେ ମୋର ସମସ୍ତ ସଦସ୍ୟମାନେ ଭୟଭୀତ ଏବଂ ଜଙ୍ଗଲ ପରିତ୍ୟାଗ କରି ଅନ୍ୟତ୍ର ଚାଲି ଯିବାକୁ ବସିଛନ୍ତି ମୁଁ ବା, ସେଥିରୁ ବାଦ୍ ଯିବି କିପରି?

ଦମନକ’ କହିଲେ : ମହାରାଜ! ରାଜାଙ୍କୁ ଅନୁସରଣ କରିବା ହେଉଛି ପ୍ରଜାମାନଙ୍କର କର୍ତ୍ତବ୍ୟ । ତେଣୁ ରାଜା ଯଦି ନିଜକୁ ଭୟଭୀତ ମନେ କରିବେ ତେବେ ପ୍ରଜାମାନେ ମଧ୍ୟ ସର୍ବଦା ସଂଶୟ ଅବସ୍ଥାରେ କାଳାତିପାତ କରିବେ । ତେଣୁ ଆପଣ ଧୈର୍ଯ୍ୟର ସହିତ ଅପେକ୍ଷା କରନ୍ତୁ । ମୁଁ ସନ୍ଧାନ ନେଇ ପାରିବି ସେହି ଶବ୍ଦଟି କାହାର? ତେଣୁ ମୁଁ ବର୍ତ୍ତମାନ ସେହି ଅଦ୍ଭୁତ ଶବ୍ଦଟି କ’ଣ ତାହାର ଅନ୍ୱେଷଣ ପାଇଁ ଆପଣଙ୍କ ଅନୁମତି ଚାହୁଁଛି ।

ପିଙ୍ଗଳକ କହିଲେ : ତୁମେ ଏକାକୀ ସାହସ ସଂଚୟ କରି ଯାଇ ପାରିବ?

ଉତ୍ତରରେ ଦମନକ କହିଲେ : ମହାରାଜ! ନିଶ୍ଚିତ ଯାଇ ପାରିବି । ଏହା କହିସାରି ଦମନକ ମହାରାଜଙ୍କୁ ପ୍ରଣାମ କରି ଯାତ୍ରା ଆରମ୍ଭ କଲେ । ଯେଉଁ ଦିଗରୁ ସେହି ବିକଟାଳ ଶବ୍ଦ ଶୁଭୁଥିଲା ତାକୁ ଅନୁସରଣ କରି ସେହି ଦିଗକୁ ଯାତ୍ରା ଆରମ୍ଭ କଲେ ।

ଶୃଗାଳ ବିଦାୟ ନେବା ପରେ ପିଙ୍ଗଳକ ପୁଣି ଭୟଭୀତ ହୋଇପଡିଲେ । ଅନ୍ୟ ଏକ ଦୁଶ୍ଚିନ୍ତା ମଧ୍ୟ ତାଙ୍କୁ ଗ୍ରାସ କଲା । ସେ ଚିନ୍ତା କଲେ : ମୋର ଭୟ କରିବାର କାରଣ ମୁଁ ଦମନକଙ୍କ ଆଗରେ ପ୍ରକାଶ କରି ଭୁଲ୍ କରିଛି । ହୁଏତ ମୋ ଦୁର୍ବଳତାର ସୁଯୋଗ ନେଇ ସେ ଶତ୍ରୁ ସହିତ ହାତ ମିଳାଇ ମୋ ଉପରେ ପ୍ରତିଶୋଧ ନେଇ ପାରନ୍ତି । ତେଣୁ ମୁଁ କୌଣସି ଏକ ଗୋପନୀୟ ସ୍ଥାନରେ ଲୁଚି ରହି ଦମନକଙ୍କ ଫେରିବା ସମୟକୁ ଅପେକ୍ଷା କରିବା ହିଁ ଉଚିତ୍ ହେବ ।

ଧ୍ୱନିକୁ ଅନୁକରଣ କରି ଦମନକ ସଂଜୀବକ ନିକଟରେ ପହଁଚିଲେ । ଏବଂ ଜାଣିବାକୁ ପାଇଲେ ଯେ ବିକଟାଳ ଧ୍ୱନି କରୁଥିବା ଏହି ଜୀବଟି ହେଉଛି ଏକ ‘ବଳଦ’ । ଏହା ଦେଖି ଦମନକ ଅତ୍ୟନ୍ତ ଆନନ୍ଦିତ ହୋଇଉଠିଲା । ଚିନ୍ତାକଲା ଏହା ମୋ ପାଇଁ ଏକ ଶୁଭ କାର୍ଯ୍ୟ । ବର୍ତ୍ତମାନ ପିଙ୍ଗଳକ ମୋ ହାତ ମୁଠା ମଧ୍ୟରେ ରହିପାରିବ । କାରଣ ମୁଁ ଚାହିଁଲେ ମହାରାଜଙ୍କ ସହିତ ବଳଦର ଶତ୍ରୁତା ବା ମିତ୍ରତା କରାଇ ଦେଇ ପାରିବି । ଏହା ଭାବି ଭାବି ଦମନକ ରାଜା ପିଙ୍ଗଳକଙ୍କ ନିକଟକୁ ଆସିଲା । ରାଜାଙ୍କ ସମ୍ମୁଖରେ ଉପସ୍ଥିତ ହୋଇ କହିଲା : ମହାରାଜ! ପ୍ରଣାମ ଆପଣଙ୍କ ଆଶୀର୍ବାଦ ଯୋଗୁଁ ମୁଁ ମୋ କାର୍ଯ୍ୟରେ ସଫଳ ହୋଇପାରିଛି । ମୁଁ ଜାଣିପାରିଛି ବିକଟାଳ ଶବ୍ଦ କରୁଥିବା ସେହି ଜୀବଟି କିଏ ।

ଆଶ୍ଚର୍ଯ୍ୟାନ୍ୱିତ ହୋଇ ପିଙ୍ଗଳକ ପଚାରିଥିଲେ : ଦମନକ! ତୁମେ ସତ କଥା କହୁଛ?

ଉତ୍ତରରେ ଦମନକ କହିଲେ : ‘ମହାରାଜ! ଆପଣଙ୍କ ସମ୍ମୁଖରେ ଠିଆ ହୋଇ ମିଛ କହିବାର ସତ୍ସାହାସ ମୋର ନାହିଁ ।’

ପିଙ୍ଗଳକ କହିଲେ : ‘ତା ହେଲେ, ଏହା କଣ ସତ’? “ତୁମେ ତାଙ୍କୁ ଦେଖିଛ ତାର ଶକ୍ତି ନିକଟରେ ଆମ ଶକ୍ତି ନିଶ୍ଚିତ ଦୁର୍ବଳ । ସେ ତୁମକୁ କଣ ମାରି ପାରିଲା ନାହିଁ ।”

ଦମନକ କହିଲେ : ‘ମୋତେ ଖାଲି ଆଦେଶ ଦିଅନ୍ତୁ ମୁଁ ତାଙ୍କୁ ଆପଣଙ୍କ ପାଦ ତଳକୁ ନେଇ ଆଣି ପାରିବି ।’

ପିଙ୍ଗଳକ କହିଲେ, ‘ଠିକ୍ ଅଛି’, ଏହା ଯଦି ତୁମେ କରି ପାରିବ ତା’ହେଲେ ବର୍ତ୍ତମାନ ମୁଁ ତୁମକୁ ମନ୍ତ୍ରୀ ପଦରେ ଅଭିଷିକ୍ତ କରାଇବି ।

ଏହା ଶୁଣିସାରି ଦମନକ ସିଧା ସଂଜୀବକ ନିକଟକୁ ଗଲା । ପ୍ରଥମେ ତାଙ୍କୁ ନାନାଦି ଖରାପ ଭାଷାରେ ଗାଳି କରିବାକୁ ଆରମ୍ଭ କଲା । କହିଲା, “ତୁଚ୍ଛ ବଳଦ! ତୁ ଜଙ୍ଗଲର ରାଜା ପିଙ୍ଗଳକଙ୍କୁ ଭୟ କରୁନାହୁଁ? ମୋ ସହିତ ଆସ ମହାରାଜ ମୋ ହାତରେ ତ ନିକଟକୁ ଏହି ବାର୍ତ୍ତାପଠାଇଛନ୍ତି ।

ଏହା ଶୁଣି ସାରିବାପରେ ସଂଜୀବକ କହିଲା, ‘ମୋର ପ୍ରିୟ ଶୃଗାଳ, ପ୍ରଥମେ କୁହ ପିଙ୍ଗଳକ କିଏ’?

ଦମନକ କହିଲେ, ‘କଣ ହେଲା!’ ପିଙ୍ଗଳକଙ୍କ ନାମ ତୁ ଶୁଣିନାହୁଁ । କିଛି ସମୟ ପରେ ତୁ ଜାଣିପାରିବୁ ସେ କିଏ? ସେ ଏହି ଜଙ୍ଗଲରେ ଅଛନ୍ତି । ଏକ ବୃକ୍ଷ ମୂଳରେ ତାଙ୍କର ଅନୁଚର ବର୍ଗଙ୍କ ସହିତ ଅବସ୍ଥାନ କରୁଛନ୍ତି ।

ସଂଜୀବକ ଏହା ଶୁଣିବା ପରେ ଅତ୍ୟନ୍ତ ଭୟଭୀତ ହୋଇ ପଡିଲା, ଏବଂ ଚିନ୍ତା କଲା, ମୋ ଜୀବନର ଅନ୍ତ ହୁଏତ ପାଖେଇ ପାଖେଇ ଆସୁଛି ।

ଦମନକଙ୍କୁ କହିଲା : “ଏହି ସମୟରେ ତୁମେ ହେଉଛ ମୋର ପ୍ରକୃତ ବନ୍ଧୁ । ତୁମେ ମୋ ପ୍ରତି ଦୟା କର । କାରଣ ତୁମେ ହିଁ ମହାରାଜାଙ୍କ ସହିତ ମୋର କଥୋପକଥନ କରାଇ ପାରିବ । ତୁମେ ଯଦି ଚାହୁଁଥାଅ, ମୋତେ ମହାରାଜ ସିଂହଙ୍କ ନିକଟକୁ ନେବା ପାଇଁ ତା’ ହେଲେ ମୋ ଜୀବନ ପ୍ରତି ଯେପରି କୌଣସି ବିପଦ ନ ଆସେ ସେଥିପାଇଁ ତୁମକୁ ମୋ ନିକଟରେ ପ୍ରତିଜ୍ଞା କରିବାକୁ ପଡିବ ।”

ଏହାର ଉତ୍ତରରେ ଦମନକ କହିଲେ : “ତୁମେ ଠିକ୍ କଥା କହୁଛ, ଜଣେ ମନୁଷ୍ୟ ତାର ବୁଦ୍ଧି ବଳରେ ପୃଥିବୀର ଶେଷଭାଗରେ ପହଁଚିଯାଇପାରେ, ସମୁଦ୍ରର ଗଭୀରତାକୁ ମାପିପାରେ, ପର୍ବତର ଶିଖର ଦେଶରେ ଉପନୀତ ହୋଇପାରେ, କିନ୍ତୁ ମହାରାଜାଙ୍କ ମନ ଭିତରେ କ’ଣ ଅଛି ତାହା କେହି ଜାଣି ପାରିବେ ନାହିଁ ।” “ତେଣୁ ତୁମେ ଅପେକ୍ଷା କର, ମୁଁ ସଠିକ୍ ସମୟ ଆସିଲେ ମୁଁ ତୁମକୁ ମହାରାଜାଙ୍କ ନିକଟକୁ ନେଇଯିବି ।” ଏହା କହି ଦମନକ ପିଙ୍ଗଳକଙ୍କ ନିକଟକୁ ଆସିଲେ, ଏବଂ କହିଲେ, “ହେ ମୋର ପ୍ରଭୁ, ଗର୍ଜନ କରୁଥିବା ଜୀବ ଏକ ସାଧାରଣ ଜୀବ ନୁହେଁ । ସେ ହେଉଛନ୍ତି ଗୋଟିଏ ବଳଦ ଏବଂ ମହାଦେବଙ୍କର ସ୍ୱତନ୍ତ୍ର ବାହନ । ମୁଁ ତାଙ୍କୁ ଯେତେବେଳେ ତାଙ୍କର ପରିଚୟ ପଚାରିଲି ସେ ମୋତେ କହିଲେ : ମୋର ପ୍ରଭୁ ଦେବ ଦେବ ମହାଦେବ ମୋ ପ୍ରତି ସନ୍ତୁଷ୍ଟ ହୋଇ କିଛି ଦିନ ପାଇଁ ଏଠାରେ ଯମୁନା ନଦୀ ତଟର କଅଁଳ ଘାସ ଖାଇ, ବିଶ୍ରାମ ନେବା ପାଇଁ ମୋତେ ଏଠାକୁ ପଠାଇଛନ୍ତି । ଏବଂ ଭଗବାନ ଶିବ କହିଛନ୍ତି ଏହି ଜଙ୍ଗଲ ହେଉଛି ମୋର ଚରାଭୂଇଁ । ଏଠାରେ ମୁଁ ମୋର ଇଚ୍ଛା ଅନୁସାରେ ବିଚରଣ କରିପାରିବି ।

ଏହା ଶୁଣିସାରିବା ପରେ ପିଙ୍ଗଳକ କହିଲେ : ‘ବର୍ତ୍ତମାନ ସତ୍ୟ କ’ଣ ତାହା ମୁଁ ଜାଣି ପାରୁଛି । ଭଗବାନ ମହାଦେବଙ୍କର ଆଶୀର୍ବାଦ ନଥିଲେ ଜଣେ ତୃଣଭୋଜୀ ଜୀବ ଜଙ୍ଗଲରେ କେବେବି ସ୍ୱାଭାବିକ ଭାବରେ ବିଚରଣ କରିପାରିବ ନାହିଁ । ପିଙ୍ଗଳକ ଦମନକଙ୍କୁ ପଚାରିଲେ, ‘ଏହା ଶୁଣି ସାରିବା ପରେ ତୁମେ ତାଙ୍କୁ କ’ଣ କହିଲ’?

ଦମନକ କହିଲେ, ‘ଏହି ଜଙ୍ଗଲ ଅନେକ ଦିନରୁ ମହାରାଜ ସିଂହକୁ ଦେବୀ ଦୁର୍ଗା ଅର୍ପଣ କରିସାରିଛନ୍ତି, ଯାହାଙ୍କର ବାହନ ରୂପେ ସେ ବିଦ୍ୟମାନ । ତୁମେ ଯେତେବେଳେ ଏହି ଜଙ୍ଗଲକୁ ଆସିଛ ତୁମକୁ ଆମ୍ଭେ ସ୍ୱାଗତ କରିବୁ । ତୁମେ ରାଜା ପିଙ୍ଗଳକଙ୍କ ସହିତ ନିଜ ଭାଇ ପରି ରହିବ ଓ ସୁଖରେ ସମୟ ଅତିବାହିତ କରିବ । ଦମନକ ଠାରୁ ଏହା ଶୁଣିସାରିବା ପରେ ସଂଜୀବକ ଏଥିରେ ନିଜର ସମ୍ମତି ପ୍ରକାଶ କଲେ । କିନ୍ତୁ ଆପଣଙ୍କୁ ମୋର ଅନୁରୋଧ ଆପଣ ତାଙ୍କୁ କେବେ ବି ମାରିବାକୁ ଚେଷ୍ଟା କରିବେ ନାହିଁ ।

ଏହା ଶୁଣି ସାରିବା ପରେ ପିଙ୍ଗଳକ କହିଲେ, ‘ଭଲ କଥା ମୋର ଇଚ୍ଛା ଅନୁଯାୟୀ ତୁମେ କାର୍ଯ୍ୟ କରିଛ । ମୁଁ ତୁମ ନିକଟରେ ପ୍ରତିଜ୍ଞା କରୁଛି ତାଙ୍କ ଜୀବନକୁ କୌଣସି ବିପଦ ନାହିଁ । କିନ୍ତୁ ତୁମେ ମଧ୍ୟ ମୋତେ ସେତିକି ଭରସା ଦେବା ଆବଶ୍ୟକ । ଏବଂ ତୁମେ ମୋ ସାମ୍ନାରେ ଯଥାଶୀଘ୍ର ତାଙ୍କୁ ଆଣି ଉପସ୍ଥିତ କରାଇବ ।

ପିଙ୍ଗଳକଙ୍କ ନିକଟରୁ ବିଦାୟ ନେଇ ଦମନକ ସଂଜୀବକଙ୍କ ନିକଟରେ ପହଁଚିଲେ । କହିଲେ, ‘ମୋର ପ୍ରଭୁ ଅତ୍ୟନ୍ତ ଦୟାଳୁ । ମୁଁ ଯାହା ତାଙ୍କ ନିକଟରୁ ଆଶା କରୁଥିଲି ତାହା ହିଁ ଘଟିଲା । ସଂଜୀବକଙ୍କ ନିକଟରେ ପହଁଚି ଅତ୍ୟନ୍ତ ବିନୟ ଭାବରେ ଦମନକ ଏହା କହିଲା! ସମ୍ମାନନୀୟ ମହାଶୟ, ମୁଁ ମୋର ମହାରାଜଙ୍କୁ ଅନୁରୋଧ କରିଛି ସେ ଆପଣଙ୍କ ଜୀବନ ପ୍ରତି କୌଣସି ବିପଦ ଆଣିବେ ନାହିଁ । କିନ୍ତୁ ଆପଣ ଯେତେବେଳେ ମହାରାଜଙ୍କ ନିକଟକୁ ଯିବେ ମୋତେ ଯେତିକି ସମ୍ମାନ ଦେବା କଥା, ସେଥିରେ ଯେପରି କୌଣସି ଅବହେଳା ନହୁଏ ।

‘ଏହିପରି କଲେ ଆମେ ଉଭୟେ ସୁଖ, ଶାନ୍ତିରେ କାଳାତିପାତ କରି ପାରିବା । ଏହା କୁହାଯାଇ ପାରେ ଯେ, ଜଣେ ଯଦି ତା’ର ଅହଂକାରକୁ ବଳି ଦେବା ସତ୍ୱେ ଯଦି ଉଚ୍ଚ, ମଧ୍ୟମ ଓ ନିମ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ସଠିକ୍ ଭାବରେ ପରିଚାଳିତ କରିପାରେ ନାହିଁ, ଶେଷରେ ସେ ଧ୍ୱଂସ ହୋଇଥାଏ । ଯେପରି ରାଜାଙ୍କର ପ୍ରିୟଭାଜନ ହୋଇଥିଲେ ମଧ୍ୟ ‘ଦାନ୍ତିଲ୍’ ଦୁଃଖଦ ପରିଣାମ ଭୋଗ କରିଥିଲା ।’

ଏହା ଶୁଣି ସଂଜୀବକ ପଚାରିଲେ, ‘ଦାନ୍ତିଲ୍ କିଏ’? ଦାନ୍ତିଲ୍ର ପରିଚୟ ଦେବାକୁ ଯାଇ ଦମନକ ସଂଜୀବକଙ୍କୁ ତାଙ୍କ ବିଷୟରେ ଏକ କାହାଣୀ କହିଲେ ।

‘ଗୋମୟ ଶୃଗାଳ ଅରଣ୍ୟ

Rate the content


Originality
Flow
Language
Cover design

Comments

Post

Some text some message..