STORYMIRROR

Sunanda Mohanty

Drama Action Inspirational

3  

Sunanda Mohanty

Drama Action Inspirational

କୂଳବଧୂ

କୂଳବଧୂ

2 mins
230

   ଦାଣ୍ଡ ଦୁଆର ଆଡ଼କୁ ମୁହଁ କରି ବସିଥିଲେ ପ୍ରଶାନ୍ତ ତ ଅଟୋ ଟିଏ ଲାଗିଲା ଓ ହାତେ ଓଢଣା ଦେଇ ବଧୂ ଟିଏ ଓହ୍ଲେଇ ସିଧା ଆସି ତାଙ୍କୁ ମୁଣ୍ଡିଆ ମାରି ,ଘର ଭିତରକୁ ଗଲା ଓ ସୃଷ୍ଟିଙ୍କୁ ମୁଣ୍ଡିଆ ମାରି ରୋଷେଇ ଘରେ ପଶି ସୃଷ୍ଟିଙ୍କ ବାକି ଥିବା ରୋଷେଇ ସାରି, ବଢା ବଢ଼ି କଲା ତ ସୃଷ୍ଟି ପଚାରିଲେ ତୁ କିଏ ମାଆ ? ମୁଁ ଆପଣଙ୍କ ବୋହୁ ବୋଲି କହି ବୋହୁଟି ପରଷି ଚାଲିଥିଲା। ହାତ ଚାଟି ଖାଉ ଖାଉ ପ୍ରଶାନ୍ତ ଭାବୁଥିଲେ, କାହା ବୋହୁ ଇଏ, କେଡ଼େ ସୁନ୍ଦର ସଣ୍ଠଣା! ସେହି ଦିନଠୁ ମହାଳୟା ଯାଏଁ ବୋହୁଟି ଘରର ଯାବତୀୟ କାମରେ ଖାଲି ହାତ ବଟାଉ ନଥିଲା, ନିଜ ମୁଣ୍ଡକୁ ସବୁ ଜଞ୍ଜାଳ, ଦାଇତ୍ୱ ଓ କର୍ମ ନେଇ, ଆସୁଥିବା ମାହାଳୟା ଶ୍ରାଦ୍ଧ ପାଇଁ ପ୍ରଶାନ୍ତ ଓ ସୃଷ୍ଟିଙ୍କ ସମସ୍ତ ଲୁଗାପଟା ସହ ଚାଦର ବେଦସିଟ ପରିଷ୍କାର କରି ପ୍ରଶାନ୍ତ ଓ ସୃଷ୍ଟିଙ୍କ ମନଜାଣି ସବୁ କରିଯାଉଥିଲା।

ବେଡ ରୁ ଆରମ୍ଭ କରି ଖାଦ୍ୟ ପାନୀୟ ଓ ଔଷଧ ସମୟ ବୁଝି ଏମିତି ମନନେଇ ଝିଅ ପରି ସେବା ଶୁଶ୍ରୁଷା କରୁଥିବା ବୋହୁଟି ନିଶ୍ଚୟ ତାଙ୍କ ବୋହୁ ହିଁ ହେଇଥିବ ବୋଲି ବୁଝିପାରୁଥିଲେ ପ୍ରଶାନ୍ତ ଓ ସୃଷ୍ଟି। ଯାହାକୁ ନିଜ ପସନ୍ଦରେ ,ବାପାମାଆ ଙ୍କ ସହମତି ବିନା ମନ୍ଦିରରେ ପୁଅ ଖୁସ୍ ବାହା ହୋଇଗଲା ବୋଲି, ତାକୁ ତେଜ୍ୟପୁତ୍ର କରିଥିଲେ ପ୍ରଶାନ୍ତ, ଏ କଣ ସେହି ଝିଅ? ଜାତି, କୂଳ ଗୋତ୍ର ବିହୀନ ଅଜ୍ଞାତକୂଳଶୀଳ ବିହୀନ ଝିଅ କଣ ଏହି ସେ ଝିଅ? ଖାଇବା ଥାଳିରେ, ବିଭିନ୍ନ ପ୍ରକାର ଶାଗ ଓ ପିତା ଖାଦ୍ୟ ହିସାବରେ କଲରା ନିହାତି ଅଳ୍ପ ତେଲ ବା ସିଝା ହୋଇ ପାଗ ହୋଇଥିବ, ତାଙ୍କ ମନଲାଖି, ପୂଜା ବେଳେ ମଧ୍ୟ କିଛି ଖୋଜିବାକୁ ପଡେନି, ହାତ ପାଆନ୍ତାରେ,ସବୁ ଜିନିଷ ମିଳିଯାଏ ତାଙ୍କୁ। ଫୁଲ ଚନ୍ଦନ ଧୂପକାଠି, ପାଣି ଢାଳ ସହ କର୍ପୁର ମିଶା ଘିଅ ବତୀ। କେଡ଼େ ସଣ୍ଠଣା ସତରେ ! ନିଜ ବୋହୁ ବୋଲି ଗର୍ବ ରେ ଛାତି କୁରୁଳି ଉଠୁଥିଲା ପ୍ରଶାନ୍ତ ଙ୍କର।

ସୃଷ୍ଟି ବି ଅନୁଭବ କରୁଥିଲେ ସର୍ବଗୁଣ ସମ୍ପର୍ନ୍ନ ଝିଅଟିର ହାତ ମୁଠାରେ ମିଠା ମିଠା ଘଷାର ସ୍ପର୍ଶ। ଅଭିଭୂତ ହୋଇପଡ଼ିଥିଲେ ବ୍ୟବହାର, ଚାଲିଚଳନ, ସଂସ୍କୃତି ଓ ପରମ୍ପରା ପ୍ରତି ବଧୂ ଟିର ସମ୍ମାନ ଓ ସହମତି ତଥା କାର୍ଯ୍ୟଧାରାକୁ ପ୍ରଶଂସା ନକରି ରହିପାରୁନଥିଲେ ମଧ୍ୟ, ହୃଦୟର ଶବ୍ଦ ଓଠ ପାଖେ ଅଟକି ଯାଉଥିଲା କିଛି କହିବାକୁ। ଶ୍ରାଦ୍ଧ ସରିବା ପରେ ବଧୂ ଟି ବୋଧହୁଏ ଫେରିଯିବ ପୁଅ ପାଖକୁ ଭାବି ମନେ ମନେ ବିବ୍ରତ ବିଚଳିତ ହେଇଥିଲେ, ଶଶୁର ପ୍ରଶାନ୍ତ ବାବୁ ଓ ଶାଶୁ ସୃଷ୍ଟି, ହେଲେ ବୋହୁଟି ତା ଆଡୁ କହିଥିଲା ଦୁର୍ଗା ପୂଜା ପରେ ସେ ଫେରିବ। ଗୋଡ ପାଞ୍ଚ ହାତରେ ପଡୁଥିଲା ପ୍ରଶାନ୍ତ ଓ ସୃଷ୍ଟିଙ୍କର। ନବଦିନ ବ୍ୟାପି ଘରେ ଖୁସିର ମାହୋଲ ସାଙ୍ଗକୁ ଅତିଥି ଅଭ୍ୟାଗତ ଭୂରି ଭୂରି ପ୍ରଶଂସା କରୁଥିଲେ ବଧୂ ଟିକୁ। ଶାରଦୀୟ ପୁଜା ପାର୍ବଣ ସରିବା ପରେ ବୋହୁଟି, ଯିବାକୁ ବାହାରିଥିଲା। ଯିବା ପୁର୍ବରୁ ଫୋନ ଟିଏ ଦେଇ କହିଥିଲା ଫୋନ କରିବାକୁ।

ବୋହୁଟି ଚାଲିଯିବା ପରେ ପ୍ରଶାନ୍ତ ଓ ସୃଷ୍ଟି ଭାଙ୍ଗିପଡିଥିଲେ। ସ୍ମାର୍ଟ ଫୋନ ବ୍ୟବହାର ଓ ସମସ୍ତ କୌଶଳ ଶିଖାଇ ଯାଇଥିଲା ସିପ୍ରା। ତ ମନହୁଏ ଭିଡିଓ କଲ କରିବାକୁ କିନ୍ତୁ ଡର ହୁଏ । ପୁରୁଣା ଦିନର, ପାରିବାରିକ ଝଡ଼ କଥା ମନେ ପଡେ। ସେଦିନ ହଠାତ ସିପ୍ରା ଓ ପୁଅ ଦୁହେଁ ମିଶି ଭିଡିଓ କଲ କରି ପ୍ରଣାମ ଜଣାଇବା ପରେ, ପୁଅ ଖୁସ୍ ହିଁ ପ୍ରଥମେ ପାଟି ଖୋଲି ଥିଲା, ବାବା ମାଆ ଜାଣିବ, ସିପ୍ରା, ଆପଣ ଦୁହିଁଙ୍କ ଆଶୀର୍ବାଦ ରେ ମାଆ ହେବାକୁ ଯାଉଛି। ପ୍ରଶାନ୍ତ ଓ ସୃଷ୍ଟି ଙ୍କ ଲୁହ ନିର୍ଜୀବ ଫୋନ ଦେଇ ସିପ୍ରାର ସାଷ୍ଟାଂଗ ପ୍ରଣାମରେ ଆଶୀର୍ବାଦ ହୋଇ ଝରିଯାଉଥିଲା। ବିନା ବାକ୍ୟବ୍ୟୟରେ, ମିଶ୍ର ଦମ୍ପତ୍ତି ବ୍ୟାଗ ସଜାଡୁଥିଲେ, ଖୁସ୍ ଓ ସିପ୍ରା ପାଖକୁ। ଆଖିରେ ଥିଲା ଆକଟ ମାନୁନଥିବା ଅନୁତାପ ଭରା ଲୁହ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama