ବାଘ ଓ ବିଲୁଆ (ମାମୁଁ ଭଣଜା )
ବାଘ ଓ ବିଲୁଆ (ମାମୁଁ ଭଣଜା )
ଗୋଟିଏ ଜଙ୍ଗଲ ଥିଲା । ସେ ଜଙ୍ଗଲରେ ଗୋଟେ ବାଘ ରହୁଥିଲା । ବୟସ ହେବା ସାଙ୍ଗକୁ ବାଘଟି ଧୀରେ ଧୀରେ ବୁଢା ହୋଇଗଲା । ଆଉ ଚାଲିପାରିଲାନି,ଆଉ ପୂର୍ବପରି ଶିକାରକୁ ଯାଇପାରୁନଥାଏ । ସବୁବେଳେ ସେ ତା ଗୁମ୍ଫା ସାମ୍ନାରେ ମନ ଦୁଃଖ କରି କି ବସିଥାଏ । ଛୋଟ ଛୋଟ ନିରହ ଯିବା ଯେତେବଳେ ତା ଗୁମ୍ଫା ଦେଇ ଜଙ୍ଗଲ ଭିତରେ ଯାଉଥିଲେ ସେତେବେଳେ ତାଙ୍କୁ ସେ ତାଙ୍କୁ ଡାକି ,ମାରି କି ଖାଉଥାଏ ।
ଗୋଟିଏ ଦିନର କଥା ସେଇବାଟ ଦେଇ ଗୋଟେ ବିଲୁଆ ଯାଉଥିଲା । ବୁଢା ବାଘ ତାକୁ କଅଁଳେଇକି ଡାକିକି କହିଲା "ଭଣଜା :ଏ ସକାଳୁ ସକାଳୁ କୁଆଡେ ବାହାରିଲ ?" ଟିକେ ଏ ଆଡକୁ ଆସ ଗପ ସପ କରିବା କେହି ଦେଖାଯାନାହାନ୍ତି । ଆସ ପାଖରେ ବାସ ବହୁତ ଦିନ ପରେ ତମକୁ ଦେଖିବାକୁ ପାଇଲି ।
ବିଲୁଆ ବୁଢା ବାଘର ମୁହଁକୁ ଚାହିଁକି କହିଲା "ମାମୁଁ ତମ ରୁପକୁକୁ ଦେଖିଲେ ତ ମୋତେ ଡର ଲାଗୁଚି " ଆଉ ତମ ପାଖକୁ ଯିବି ମାମୁଁ ଏଇଟା ସମ୍ଭବ ନୁହଁ । ତମ ପାଖକୁ ଗଲେ ତମେ କଣ ମୋତେ ନ ଖାଇ ଛାଡ଼ିଦେବ ?
ବାଘ ଭାବିକି କହିଲା "ରେ ଭଣଜା ,ତୁ ଏ କି କଥା କହୁଛୁ ? ମୁଁ ତ ବୁଢା ହୋଇଗଲିଣି । ଶରୀର ଅତି ଦୁର୍ବଳ । ଟିକିଏ ଚଲାବୁଲା ମଧ୍ୟ କରିପାରୁ ନାହିଁ । ଶିକାର କରିବାକୁ ଆଉ ମୋର ବଳନାହିଁ ?ମୋ କଥାକୁ ଯଦି ତୁ ବିଶ୍ୱାସ କରୁନାହୁଁ ଦେଖୁଣୁ ଏଠି କେମିତି ଜନ୍ତୁ ମାନଙ୍କର ପାଦ ଚିହ୍ନ ପଡିଛି । ସେମାନେ ପରା ସବୁଦିନ ମୋତେ ଦେଖିବାକୁ ଆସିକି ମୋ ସହିତ ଦୁଃଖ ସୁଖ ହୋଇକି ଯାଉଛନ୍ତି ।
ବିଲୁଆ ଏତିକି ଶୁଣିଲା ଆଉ ଚାରିଆଡେ ଅନେଇ କି ଦେଖିଲା । ତାପରେ କହିଲା "ମାମୁଁ ତମେ ଯାହା ସବୁ କହୁଛ ତାହା ସତ ଆସିବାର ପାଦ ଚିହ୍ନ ପଡିଛି ହେଲେ ଫେରିବାର ପାଦଚିହ୍ନ ପଡ଼ିନାହିଁ ।
ବିଲୁଆ ତା ପରେ କହିଲା ମୁଁ ଚାଲିଲି ମାମୁଁ ମୁଁ ଜାଣିସାରିଲିଣି ତମେ ହିଁ ସବୁ ଜୀବଜନ୍ତୁକୁ ମାରିକି ଖାଉଛ । ବାଘ ପୁଣିଥରେ ମନ ଖଟା କରିକି ବସିଲା ।
"ବୁଦ୍ଧି ବିଚାରି କାମ କଲେ ,ବିପଦ ନ ପଡଇ ଭଲେ ।"