STORYMIRROR

Sunanda Mohanty

Drama Action Classics

3  

Sunanda Mohanty

Drama Action Classics

ଓମ୍ ନମୋଃ ଶିବାୟ

ଓମ୍ ନମୋଃ ଶିବାୟ

2 mins
166


   ପଡିଶା ଘର ଖୁଡିଙ୍କର ତିନି ପୁଅ। ତିନି ପୁଅଙ୍କର ଆଗ ପଛ ହୋଇ ତିନୋଟି ପୁଅ। ଜଣଙ୍କ ନାମ ଓମ୍, ଆଉ ଜଣେ ନମୋଃ ଓ ସବା ସାନପୁଅର ନାମ ଶିବାୟ। ଖୁଡି ନିଜେ ନାତି ମାନଙ୍କର ନାମକରଣ କଲାବେଳେ କେବେ ଭାବି ନଥିଲେ, ଓମ୍ ନମୋଃ ଶିବାୟ ମନ୍ତ୍ର ମନ ଓ ଶରୀରକୁ ଫୁର୍ତ୍ତି ରଖିବାର ମନ୍ତ୍ର ଅଟେ। ଶରୀର ଓ ମନକୁ ଆୟତ୍ତରେ ରଖିବା ପାଇଁ ଓମ୍ ନମୋଃ ଶିବାୟ ମନ୍ତ୍ର ଜପ କରିବା ନିହାତି ବିଦ୍ଧେୟ। କିନ୍ତୁ ତିନି ନାତି ଙ୍କୁ ଏକାଠି ଡାକୁ ଡାକୁ ମନ୍ତ୍ର ଉଚ୍ଚାରଣ ହେବା ସହ ଏ ସାହିରେ ଖୁଡିଙ୍କ ଆଦର୍ଶ ପାରିବାର ଦେଖି ପ୍ରେରଣା ମିଳେ। ତିନିଭାଇ ବା ଖୁଡିଙ୍କ ତିନିପୁଅ ମନମିଳେଇ ଚଳନ୍ତି। ଯୌଥ ପରିବାରର ମହତ୍ତ୍ଵ ଓ ଗୁରୁତ୍ତ୍ଵ ବୁଝିଥିବାରୁ ତିନିପୁଅଙ୍କ, ବ୍ୟବସାୟ ଲାଭ ଜନକ ରହିବା ସହ ଖୁଡିଙ୍କ ନିର୍ଦ୍ଦେଶକୁ ପୁଅ ବୋହୁ ଓ ନାତି ତିନିହେଁ ମାନି ଚଳୁଥିବାରୁ, ତାଙ୍କ ପରିବାରର ବିଭବ ଓ ବୈଭବ ଦେଖିବା କଥା। ନାତି ମାନଙ୍କ ମଧ୍ୟରେ କଳି କତରାଳ ର ପ୍ରଶ୍ନ ନଥାଏ।

   ସୁମତି ଭାବନ୍ତି ତିନି ନାତିଙ୍କ ନାମକରଣ ହିଁ ତାଙ୍କ ଘରର ସମୃଦ୍ଧି ରେ ସହାୟକ ହୋଇଛି। କାରଣ ଓମ୍ ଶବ୍ଦଟି ହେଉଛି, ସଂସାରର ସବୁଠାରୁ ଶକ୍ତିଶାଳୀ ଶବ୍ଦ। ନମୋଃ ଶିବାୟ ଭିତରେ ଥିବା ପାଞ୍ଚ ଗୋଟି ଅକ୍ଷରର ଅର୍ଥ ଭିନ୍ନ ଓ ଉଚ୍ଚାରଣ ଦ୍ଵାରା ଆଚରଣ ସିଦ୍ଧି ପ୍ରାପ୍ତି ହୋଇଥାଏ। ନ ର ଅର୍ଥ ପୃଥିବୀ, ମ ର ଅର୍ଥ ଜଳ, ଶି ଅର୍ଥ ଅଗ୍ନି, ବା ଅର୍ଥ ବାୟୁ, ୟ ଅର୍ଥ ମହାକାଶ। ଏହି ନମୋଃ ଶିବାୟ ମନ୍ତ୍ର ଭିତରେ ସମ୍ପୂର୍ଣ୍ଣ ପ୍ରକୃତି ବିଦ୍ୟମାନ। ଏହି ମନ୍ତ୍ର ଜପ କରିବା ଦ୍ଵାରା, ପ୍ରକୃତିଦତ୍ତ ସମସ୍ତ ଶକ୍ତି ପ୍ରାପ୍ତ ହୋଇ, ଖୁଡିଙ୍କ ପରିବାର ଧନ ଜନ ଗୋପ ଲକ୍ଷ୍ମୀ, ପ୍ରାଚୁର୍ଯ୍ୟ ରେ ଶକ୍ତିଶାଳୀ ଓ ଭରପୁର ବୋଲି ସୁମତିଙ୍କ ବିଶ୍ୱାସ।

  ଏଇ ଏଇ ସେ ବି ଖୁଡିଙ୍କ ପରି ଜେଜେ ମାଆ ହେବେ। ତାଙ୍କ ଭାଇଭଉଣୀ, ପୁଅ ଝିଅ ସମସ୍ତଙ୍କ ଅକ୍ଷର "ସ"ଶବ୍ଦରୁ ଆରମ୍ଭ ହେଲେ ଶକ୍ତି ବା ସାମର୍ଥ୍ୟ ଭଳି ନାମ କଣ ଚଳିବ??? ଝିଅର ଝିଅଟିଏ ଅଛି, ପୁଅର ପୁଅ ଟିଏ ହେଲେ ଡାକ ନାମ ସାମୀ ଓ ଭଲ ନାମ ଶହସ୍ରାଂଶୁ ଦେବାକୁ ଭାବି ସେ ଜପୁଥିଲେ "ଓମ୍ ନମୋଃ ଶିବାୟ"ମନ୍ତ୍ରଟିକୁ। ପୁଅ ଝିଅ ଯେବେ ପଚାରୁଥିଲେ ଯଦି ଝିଅ ହୁଏ??? ପୁଣି ଉତ୍ତର ନିଜେ ରଖି କହୁଥିଲେ କଣ ଦୁର୍ଗା ମାଆଙ୍କ ଅବତରଣ ହେଉଛି ଧରାକୁ ନବଦିନବ୍ୟାପି ବୋଲି, ତାଙ୍କ ନାମ ଅନୁଯାୟୀ ରଖିବୁ ଭାବୁଛୁ କି? ତ ହସି ହସି ସୁମତି କହୁଥିଲେ ପ୍ରଥମ ନାତୁଣୀ ତ ସେ ନାମ ନେଇସାରିଛି, ଶିବାନ୍ୟା, ଆଉ ଯଦି ଝିଅ ହୁଏ ତା ବାପା ମାଆ ପିଉସୀ ବୁଝିବେ। ଦୂରରୁ ଜେଜେ କହୁଥିଲେ ମୁଁ ନାମ ଦେବି ଏଥର, ତ ସମସ୍ତେ ହସୁଥିଲେ।


Rate this content
Log in

Similar oriya story from Drama