Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଶିଶୁ ଗପ

Children

1.8  

ଓଡିଆ ଶିଶୁ ଗପ

Children

ଶୁଆ ଶାରୀ କଥା -୧

ଶୁଆ ଶାରୀ କଥା -୧

3 mins
779


ପାଗଳ ପ୍ରେମୀ

ଇଣ୍ଡିଆ ଦେଶର ମଗଧ ଦେଶ । ସେହି ସହରରେ ସୁନନ୍ଦ ସେନ ନାମକ ଜଣେ ରାଜା ଥିଲେ । ତାଙ୍କର ଛଇଳା ନାମରେ ଏକ କନ୍ୟା ଥିଲା । ରାଜକୁମାରୀ ଛଇଳା ଅତ୍ୟନ୍ତ ସୁନ୍ଦରୀ ଏତେ ସୁନ୍ଦରୀ ଯେ ସେହି ସୌନ୍ଦର୍ଯ୍ୟ ନମନ୍ତେ ରାଜକୁମାରୀ ଖୁବ୍ ଅହଂକାରୀ ଥିଲେ । ଆଉ ମଧ୍ୟ ସେ ଶପଥ କରି ଥିଲେ ଯେଉଁ ଯୁବକ ମୋର ସାତ ଗୋଟି ପ୍ରଶ୍ନର ଉତ୍ତର ଦେଇ ଦେବ ରାଜ କୁମାରୀ ଛଇଳା ସେହି ଯୁବକଙ୍କୁ ବିବାହ କରିବ ।

ରାଜ କୁମାରୀ ଛଇଳାଙ୍କର ଏହି ଘୋଷଣା ସବୁ ରାଜ୍ୟରେ ପ୍ରଚାର କରି ଦିଆ ଗଲା । ଏ ଖବର ପାଇ ଅନେକ ରାଜ୍ୟରୁ ଅନେକ ରାଜ କୁମାର ରାଜ କୁମାରୀଙ୍କର ପ୍ରଶ୍ନର ଉତ୍ତର ଦେବାକୁ ଆସିଲେ । ହେଲେ କେହି ଜଣେ ହେଲେ ଉତ୍ତର ଦେଇ ପାରିଲେ ନାହିଁ । ରାଜ କୁମାରୀ ସମସ୍ତଙ୍କୁ ବନ୍ଦୀ ଶାଳାରେ ରଖି ଦେଇ କହିଲା, ତୁମେ ସବୁ ପରାଜିତ ରାଜ କୁମାର ବନ୍ଦୀ ଶାଳାରେ ଥାଅ । ମୋର ବିବାହ ସରିବା ପରେ ମୁଁ ତୁମ ମାନଙ୍କୁ ବନ୍ଦୀରୁ ମୁକ୍ତ କରି ଦେବି ।

ଏହି ହାରିବା ରାଜ କୁମାର ମଧ୍ୟରେ ବିନମ୍ର କୁମାର ନାମରେ ଜଣେ ରାଜ କୁମାର ଥିଲା । କୌଣସି ଏକ ସୁବିଧା ପାଇ ଯିବାରୁ ସେ ବନ୍ଦୀ ଶାଳା ମଧ୍ୟରୁ ଲୁଚି ଲୁଚି ପଳାଇ ଗଲା । ଏକଥା ରାଜ କୁମାରୀ ଜାଣି ରାଜ୍ୟର ବହୁ କଟୁଆଳଙ୍କୁ ସେହି ରାଜ କୁମାରଙ୍କୁ ଖୋଜି ଆଣିବା କାର୍ଯ୍ୟରେ ଲଗାଇ ଦେଲେ ।

ଶୁଆ କହିଲା – ଦେଖିଲୁତ ଶାରୀ, ସେହି ବନ୍ଦୀ ଥିବା ରାଜ କୁମାରଙ୍କ ମଧ୍ୟରୁ ଜଣେ ରାଜ କୁମାର କିପରି ଖସି ପଳାଇଲା । ଶାରୀ କହିଲା – କୁଆଡେ ଖସି ଯିବ ସେ, ସେ ପରା ପାଗଳ ପ୍ରେମୀ । ସେ ସିନା ବନ୍ଦୀ ଶାଳାରୁ ଖସି ପଳାଇଲା କିନ୍ତୁ ରାଜ କୁମାରୀ ରୂପ ଦେଖିତ ସେ ପାଗଳ । ସେ ପରା ରାଜ କୁମାରୀ ରୂପରେ ବନ୍ଧା ।

ସତକୁ ସତ ଶୁଆ ଶାରୀଙ୍କର କଥା ସତ । ରାଜ କୁମାର ରାଜ କୁମାରୀ ଛଇଳାଙ୍କ କଥାକୁ ଭୁଲି ପାରିଲା ନାହିଁ । ବନ୍ଦୀ ଶାଳାରୁ ଖସି ଗଲା ସିନା, ହେଲେ ରାଜ କୁମାରୀଙ୍କ ଲାଗି ସେ ପାଗଳ ପ୍ରାୟ ଘୁରି ବୁଲୁଛି । ତା’ର ଖାଇବା ପିଇବା ଏ ସବୁରେ ଆଉ ମନ ନାହିଁ ।

ଏହି ପରି ଭାବରେ ସେ ବୁଲୁ ବୁଲୁ ଦିନେ ସେ ଏକ ନୂଆ ରାଜ୍ୟରେ ପହଁଚିଲା । ସେହି ରାଜ୍ୟ ଥିଲା ଚନ୍ଦ୍ରାବତୀଙ୍କର । କଂଟା, ଝଂଟା, ପାହାଡ, ପଥର ବାଲି ମାଟିର ରାସ୍ତାରେ ଚାଲି ଚାଲି ଶେଷକୁ ତା’ର ପାଦ ଦୁଇଟା ଅବଶ ହୋଇ ପଡିଥିଲା । ସେଥି ପାଇଁ ସେ ଏକ ଘନ ଅରଣ୍ୟରେ ପହଁଚିବା ପରେ ଗୋଟିଏ ବୃକ୍ଷ ମୂଳକୁ ଆଶ୍ରୟ ସ୍ଥଳ ମନେ କରି ସେହିଠାରେ ଶୋଇ ପଡିଲା ।

ଏମନ୍ତ ସମୟରେ ସେହି ଦେଶର ରାଜା ବିଜୟ ସେନ୍ ପାରିଧି କରିବାକୁ ଯାଉ ଯାଉ ସେହି ସ୍ଥାନରେ ପହଁଚି ଗଲେ । ବୃକ୍ଷ ମୂଳରେ ଜଣେ ସୁନ୍ଦର ଯୁବକକୁ ଶୋଇବାର ଦେଖି ତାକୁ ଯାଇ ଉଠାଇ ସବୁ କଥା ପଚାରିବାରୁ ରାଜ କୁମାର ଗୋଟି ଗୋଟି କରି ସବୁ କଥା କହି ଗଲା । ଯୁବକ ରାଜ କୁମାର ଠାରୁ ରାଜା ବିଜୟ ସେନ୍ ତାର ସମସ୍ତ କଥା ଶୁଣିବା ପରେ ରାଜ କୁମାରଙ୍କ ମନରେ ସାହାସ ଦେଇ ନିଜ ସାଥିରେ ନେଇ ଗଲେ ।

କିଛି ଦିନ ରାଜ କୁମାର ବିଜୟ ସେନ୍ଙ୍କ ରାଜ୍ୟରେ ରହିଲା । ବିଜୟ ସେନ୍ଙ୍କର ଗୁରୁ ଗୋରେଖ ନାଥ ଥିଲେ । ବିଜୟ ସେନ୍ଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ଗୋରେଖ ନାଥ ତାଙ୍କୁ ଗୋଟିଏ ସୁନ୍ଦର ଶୁଆ ଦେଇ ଥିଲେ ।

ଦିନେ ସେହି ଶୁଆ ରାଜ କୁମାରକୁ ପାଖକୁ ଡାକି କହିଲା – ହେ ରାଜ କୁମାର ତମେ ଆଉ କୌଣସି ସୁନ୍ଦରୀ ସ୍ତ୍ରୀଙ୍କର କଥାରେ ଭୁଲି ଯାଅ ନାହିଁ କି ସେମାନଙ୍କର ପ୍ରେମରେ ପଡ ନାହିଁ । ତୁମେ ଏହି ସ୍ତ୍ରୀ ମାନଙ୍କୁ କେବେ ବିଶ୍ୱାସ କରିବ ନାହିଁ । ସମସ୍ତେ ସ୍ତ୍ରୀ ଜାତିକୁ ଅବଳା ସରଳା କହି ଯେଉଁ ଉଚ୍ଚ ସମ୍ମାନ ଦେଇ ଥାନ୍ତି, ତାହା କିନ୍ତୁ ଭୁଲ୍, କାରଣ ସ୍ତ୍ରୀ ଜାତି ଜଗତରେ ହିଂସ୍ର ପଶୁ ମାନଙ୍କ ଠାରୁ ମଧ୍ୟ ଖୁବ୍ ହିଂସ୍ର । ସେଥି ପାଇଁ ମୁଁ ତୁମକୁ ଗୋଟିଏ ସତ୍ୟ ଘଟଣା କହୁଛି ତାହା ତୁମେ ମନ ପ୍ରାଣ ଦେଇ ଶୁଣ ।


Rate this content
Log in

Similar oriya story from Children