Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Maheswar sahoo

Inspirational

3  

Maheswar sahoo

Inspirational

ନିଜ ଭଗବାନ

ନିଜ ଭଗବାନ

5 mins
641



ବବୁଲ ବାପା ମାଆଙ୍କର ବହୁତ ଗେହ୍ଲା ଓ ଏକୋଇର ବଳା ବିସିକେସନ । ବାପା ମାଆ ବବୁଲ କୁ ବହୁତ ଭଲ ପାଆନ୍ତି ତା ସହିତ ବବୁଲର ସମସ୍ତ ଇଛା ମଧ୍ୟ ପୂରଣ କରନ୍ତି । ବବୁଲ ମନ ଦେଇ ପାଠ ପଢେ । ବାପା ମାଆଙ୍କର କଥା ମାନେ । ବବୁଲ ଛୋଟ ପିଲାଟିଏ । ଦୈନିକ ବିଦ୍ୟାଳୟ ଯାଇଥାଏ । ଦିନେ ବି ବିଦ୍ୟାଳୟ ବନ୍ଧ କରେ ନାହିଁ ।


ଦିନେ ଗୁରୁଜୀ ପିଲା ମାନଙ୍କୁ ଶିକ୍ଷା ଦେଉଥାନ୍ତି ଓ କହୁଥାନ୍ତି ପିତା ମାତା ହେଉଛନ୍ତି ପିଲାଙ୍କର ପ୍ରକୃତ ଦେବତା । ଆମେ ମନ୍ଦିର, ମସଜିଦ, ଚର୍ଚ୍ଚ ଓ ଗୁରୁଦ୍ୱାର ଯାଇଥାନ୍ତି । ସେଠାରେ କେବଳ ଆମକୁ ପଥରର ମୂର୍ତ୍ତି ଗୁଡିକ ଦେଖା ଯାଇଥାନ୍ତି । ହେଲେ ଘରେ ନିଜର ପିତା ମାତା ହେଉଛନ୍ତି ପ୍ରକୃତ ଭଗବାନ ।


ଆମକୁ ଜ୍ୱର ହେଲେ କି କୌଣସି ଜିନିଷ ପାଇବାର ଆଗ୍ରହ ହେଲେ ଭଗବାନ ଦେଇ ନ ଥାନ୍ତି । କେମିତି ଦେବେ ଯେ ଭଗବାନ ତ ପଥରଟିଏ ମାତ୍ର, ହେଲେ ଆମକୁ ରୋଗ ସମୟରେ ମାଆଙ୍କର ସେବା ମିଳିଥାଏ । କିଛି ଜିନିଷର ଆବଶ୍ୟକତା ରହିଲେ ବାପା ଯୋଗାଇ ଦିଅନ୍ତି । ଏମିତି କି ନିଜେ ଛିଡା ଗୁନ୍ଥା ପିନ୍ଧି ନିଜର ସନ୍ତାନଙ୍କର ମଙ୍ଗଳ କମାନରେ ସଦା ସର୍ବଦା ବାପା ମାଆ ନିଜ ପାଖରେ ରହିଥାନ୍ତି ।


ଆମେ ଯଦି ମନ୍ଦିର ମସଜିଦ କି ଗୁରଦ୍ୱାରରେ ଦିନ ଦିନ ବସିରହି କୌଣସି ଦରବର କାମନା କରିବା ତେବେ ତାହା ଆମକୁ ମିଳିବ ନାହିଁ । କିଏ ଦେଵ ଯେ ? ହେଲେ ଆମେ ଥରେ କହିଦେଲେ ବାପା ମୋ ପାଇଁ ଜମା ଆଣିବ ତେବେ ସଙ୍ଗେ ସଙ୍ଗେ ବାପା ଯୋଗାଇ ଦିଅନ୍ତି । ବାପା ମାଆ ହେଉଛନ୍ତି ଚଳନ୍ତି ଦେବତା ଓ ଆମେ ସେମାନଙ୍କର ସେବା କରିବା ଆବଶ୍ୟକ । ଏମିତି ଗୁରୁଜୀ ନିଜ ବକ୍ତବ୍ୟରେ ବିଶ୍ଳେଷଣ କରୁଥାନ୍ତି । ବବୁଲ ମନ ଦେଇ ଶୁଣୁ ଥାଏ । ସେ ଘରକୁ ଆସିଲା ଓ ବାପା ମାଆଙ୍କୁ ପଚାରିଲା । ବାପା ବାପା ! ମାଆ ମାଆ କୁହତ ତମେ କଣ ମୋ ପାଇଁ ଭାଗବନ ଆମ ଗୁରିଜୀ କହୁଥିଲେ ।


ବାପା କହିଲେ ଜଉ ମାନେ ଆଦର୍ଶ ଛାତ୍ର ସେମାନଙ୍କ ପାଇଁ ତାଙ୍କର ବାପା ଆଉ ମାଆ ଭଗବାନ ସଦୃଶ । ତେଣୁ ତୁ ଯଦି ତୋ ଗୁରୁଙ୍କର ଆଦର୍ଶ ଛାତ୍ର ହେଇଥିବୁ ତାହାହେଲେ ଆମେ ତୋ ପାଇଁ ଭଗବାନ ସଦୃଶ । ବବୁଲ କହିଲା ହଁ ମାଆ ! ହଁ ବାପା ମୁଁ ହେଉଛି ଜଣେ ପିତୃ ମାତୃ ଭକ୍ତ ଆଦର୍ଶ ଛାତ୍ର ।


ତେବେ ଆଦର୍ଶ ଛାତ୍ର ସବୁବେଳେ କଣ କରନ୍ତି ।କଠିନ ପରିଶ୍ରମ କରନ୍ତି ଓ ଭଲ ମାର୍କ ରଖନ୍ତି ପରା ! ବାପା ମୁଁ ଭଲ ମାର୍କ ରଖିବି, ମୁଁ ବି ଭଲ ପଢିବି ଖୁସିରେ କହି ପକେଇଲା ବବୁଲ । ସେଇ ଦିନ ଠାରୁ ପିଲାଟିର ଏମିତି ପରିବର୍ତ୍ତନ ହୋଇ ଗଲା ଯେ , ସେ ଖାଲି ଦିନ ଆଉ ରାତି ଯେତେବେଳେ ସମୟ ପାଇଲା ବହି ପଡଗିବାରେ ଲାଗିଲା ଓ ବାପା ମାଆଙ୍କର ପାଦ ସେବା କରବାକୁ ଆଗ୍ରହୀ ହେଲା । ଘରେ ଟିକିଏ ବି ଅପରିଷ୍କାର ପକାଏ ନାହିଁ । ଧୂଳି ମଳି ଟିକେ ଦେଖିଲେ ସଙ୍ଗେ ସଙ୍ଗେ ସଫା କରି ଦିଏ । ତା ମନରେ ଏହି ଚିନ୍ତା ଆସିଯାଇଥିଲା ସତରେ ଦୁନିଆରେ ଭଗବାନ କହିଲେ ମୋ ବାପା ଓ ମାଆ ଅଟନ୍ତି । ତେଣୁ ବାପାଙ୍କର ପାଦ ଦବେଇ ଦିଏ ଯେତେବେଳେ ବାପା ନିଜ କାର୍ଯ୍ୟରୁ ଥକି ଯାଇ ଘରକୁ ଫେରି ନିଜର ନିତ୍ୟ କର୍ମ ସାରନ୍ତି ସେତେବେଳେ ବବୁଲ ଟାଣି ଟୁଣି ବାପାଙ୍କର ଗୋଡ଼ ଦବେଇ ଦିଏ । ବାପା ଯେତେ ମନା କଲେବି ଛାଡେ ନାହିଁ ଆଉ କାନ୍ଧି କାନ୍ଧି କହେ ବାପା ବାପା ତମେ ପରା ମୋର ଭଗବାନ ଆଉ ମୋତେ ମୋର ଭଗବାନଙ୍କ ସେବା କରିବାକୁ ଦିଅ । ମାଆଙ୍କୁ ମଧ୍ୟ ଏମିତି କରିଥାଏ । ବାପା ମାଆ ଯେତେ ବାରଣ କଲେ ମଧ୍ୟ ବାବୁରେ ଶୋଇବୁ ଯାଆ । ଶୁଣିବ କାହିଁକି ଯେ, ଯେ ପରା ତା ବାପା ମାଆ ରୂପୀ ଚଳନ୍ତି ଭାଗବନଙ୍କର ପ୍ରତିମାର ସେବା କରୁଛି ।


ସତରେ ଘରେ ବୁଢ଼ୀ ମାଆ କି ବୁଢ଼ା ବାପା କ୍ଷୀର ଟିକିଏ ପିଇବାକୁ ସ୍ୱପ୍ନ ହୋଇଥାଉ ! ଫଳର ସ୍ୱାଦ ପାଇବାକୁ ସ୍ୱପ୍ନ ହେଇଥାଉ ହେଲେ ଆଜି କାଲିର ପୁଅ ନିଜ ଭକ୍ତି ଆଉ ନିଜର ଦେଖାଣିଆ ପ୍ରହସନ ଯୋଗୁଁ ହଜାର ହଜାର ଟଙ୍କାର ଫଳ ମୂଳ ମିଠା ନେଇ ଭଗବାନଙ୍କ ଉଦ୍ଧେଶ୍ୟରେ ଅର୍ପଣ କରି ପୂଜାରୀକୁ ମୋଟା ଅଙ୍କରେ ଦକ୍ଷିଣା ଦେଇ ଆସନ୍ତି । ହେଲେ ବୁଢା ବାପାକୁ ଟିକେ ସବଳ କରିବା ପାଇଁ ଗୋଟିଏ ବା ଖଣ୍ଡିଏ ଫଳର ଆବଶ୍ୟକତାରୁ ବଞ୍ଚିତ ହେବାକୁ ପଡିଥାଏ । କ୍ଷୀର ଟୋପେ ବୁଢା ବାପା କି ବୁଢ଼ୀ ମାଆଙ୍କୁ ସ୍ୱପ୍ନ କରି ପଥର ଉପରେ କେଉଁ ଲାଳସାରେ ମଣିଷ ଏମିତି କରିଥାଏ କେଜାଣି ? ଭଣ୍ଡ ଓ ତାନ୍ତ୍ରିକ ବାବାଙ୍କର ଅଲୌକିତ ଶକ୍ତିରେ ନିଜକୁ ମାଲାମାଲ କରିବାର ସ୍ୱପ୍ନ ନେଇ ଏହି ଲୋଭି ଓ ଆସକ୍ତି ପୂର୍ଣ୍ଣ ମାନବ ସମାଜ ଆଗେଇ ଚାଲିଛି ଗନ୍ତବ୍ୟ ପଥରେ ଯାହାକି ଅଜଣା ପାପର ନିଜକୁ ଭାଗୀ କରେଇ । ହେଲେ ଛୋଟ ଓ ଟିକି ବୟସରୁ ବବୁଲ ଉପରେ ପ୍ରଭାବ ପଡ଼ିଥିଲା ଗୁରୁଜ୍ଞାନ । ଉତ୍ତମ ଜ୍ଞାନର ଅଧିକାରୀ ହୋଇ ଗୋଟିଏ ଆଦର୍ଶ ଓ ଗୌରବାନ୍ୱିତ ଛାତ୍ରର ନମୁନା ହୋଇ ପ୍ରକଟ ହୋଇଥିଲା ଦୁନିଆ ଆଗରେ ବବୁଲ ।


ଶିକ୍ଷକ, ଶିକ୍ଷୟତ୍ରୀ, ପିତା, ମାତା ଓ ଅନ୍ୟ ଗୁରୁଜନ ମାନେ ସଦା ସର୍ବଦା ଆଶୀର୍ବାଦର କଳସି ଉଜାଡ଼ି ଦେଇଥିଲେ ବବୁଲ ଉପରେ । ସମସ୍ତେ ମନ୍ଦିର ଯାଆନ୍ତି ଭଗବାନଙ୍କ ଦର୍ଶନ ପାଇଁ ହେଲେ ବବୁଲ ନିଜ ଭାଗବବଙ୍କୁ ନିଜ ଚକ୍ଷୁ ସମ୍ମୁଖରେ ସର୍ବଦା ଦେଖି ଅତ୍ୟନ୍ତ ଖୁସି ଓ ଆନନ୍ଦିତ ହେଉଥାଏ ।


ଦିନକର କଥା ଭଗବାନ ତାର ପିତୃ ମାତୃ ସେବାରେ ସନ୍ତୁଷ୍ଟ ହୋଇ ଅତ୍ୟଧିକ ଦର୍ଶନଭିଲାସୀ ହୋଇ ଗଲେ । ୟେ ବବୁଲ କିଏ ଆଉ ତାର ଏତେ ପିତୃ ମାତୃ ସେବା ! ନିଶ୍ଚୟ ଏହି ପିଲାର ଦର୍ଶନ କରିବି ଭାବି ଭଗବାନ ବା ଈଶ୍ୱର ଧାଇଁ ଆସିଲେ ମର୍ତ୍ତ୍ୟପୁରକୁ । ଆସି ସିଧା ପହଞ୍ଚି ଯାଇଥିଲେ ବବୁଲର ବାସ ଭବନରେ । ବବୁଲକୁ ଦେଖିବାକୁ ପହଞ୍ଚି ଦେଖିଲେ ବବୁଲ ତା ବାପାଙ୍କର ପାଦ ଦବେଇ ଦେଉଛି । ଅତି ଯତ୍ନରେ ତେଲ ଲଗେଇ ବାରମ୍ବାର ନମସ୍କାର କରୁଛି । ଆସି ବାହାରେ ଛିଡ଼ା ହୋଇ ଭଗବାନ କହିଲେ ବବୁଲ ତମେ ଟିକେ ବାହାରକୁ ଆସ । ମୁଁ ତୁମର ଦର୍ଶନ କରିବାକୁ ଚାହେଁ । ହେଲେ ବବୁଲ କହିଲା ମୁଁ ଏଇନେ ମୋ ପିତାଙ୍କର ପାଦ ସେବା କରୁଛି ତା ପରେ ମାଆଙ୍କର କରିବି ତା ପରେ ମୁଁ ବାହାରକୁ ଯିବି । ଭଗବାନ କହିଲେ ବାବା ମୋର ବହୁତ କାମ ଅଛି, ତମେ ଟିକେ ବାହାରକୁ ଆସ ମୁଁ ଦର୍ଶନ କରି ଚାଲିଯିବି । ହେଲେ ବବୁଲ କହିଲା ଭଗବାନ ମୋତେ କ୍ଷମା କରିବେ ମୋ ଭଗବାନଙ୍କ ସେବା ନ ସରିବା ଯାଏ ମୁଁ କେମିତି ଯିବି କହିଲେ ।


କିଛି ସମୟ ଅନ୍ତେ ବବୁଲର ପିତା ମତାଙ୍କର ପଦ ସେବା ସରିଯାଇଥିଲା । ବବୁଲ ବାହାରକୁ ଆସି ଦେଖିଲା ଭଗବାନ ସେମିତି ତା ପାଇଁ ଅପେକ୍ଷା କରିଛନ୍ତି । ବବୁଲକୁ ଦେଖି କୋଳେଇ ନେଇଥିଲେ ଭାଗବନ ଆଉ କହିଲେ ବାବା ରେ ମୋ ଦର୍ଶନ ପାଇଁ ଲୋକ କେତେ ବ୍ରତ କେତେ ତପ କରି ଦର୍ଶନ ପାଉ ନାହାନ୍ତି ହେଲେ ତମେ କାହିଁକି ଆସିଲ ନାହିଁ । ବବୁଲ କହିଥିଲା ଭଗବାନ ମୁଁ ମୋ ପିତା ମାତାଙ୍କର ସେବା କରିଥିବାରୁ ଆପଣ ମୋ ପାଖକୁ ଆପେ ଆପେ ଟାଣି ହୋଇ ଆସିଲେ । ମୁଁ ଜାଣିପାରିଲି ପିତା ମାତାଙ୍କ ସେବାରେ ଭଗବାନଙ୍କ ସେବା ହୋଇଥାଏ । ତେଣୁ ଆପଣ ମୋ ପାଖକୁ ଆପେ ଆପେ ଆସିଛନ୍ତି ଅର୍ଥାତ ମୋର ଭଗବାନଙ୍କ ସେବା ଓ ନିଷ୍ଠାରେ ମୁଁ ନିଶ୍ଚୟ ମୋ ଭଗବାନଙ୍କୁ ଦେଖି ପାରୁଛି ଏବଂ ଦେଖି ପାରିବି ମଧ୍ୟ । ତେଣୁ ମୁଁ ବିବ୍ରତ ହେଲି ନାହିଁ ।


ଏବେ ଜାଣିପାରିଲି ଈଶ୍ୱର ଆହ୍ଲା ଓ ଭାଗବନ କିଏ ? ଆମେ ନିଜ ପିତା ମାତାଙ୍କ ଅବହେଳା କରି ହଜାରେ ଚଦର ଚଢ଼େଇ , ହଜାରେ ଭୋଗ ଦେଇ କି ହଜାରେ ପ୍ରାଥନା କରି କୌଣସି ଲାଭ ହୋଇ ନ ଥାଏ । ତେଣୁ ମହତ ମାନେ କହିଛନ୍ତି ପ୍ରୀତରେ ପ୍ରତିମା ପଂନେ ପ୍ରିୟନ୍ତେ ସର୍ବ ଦେବତା ।


ଭଗବାନ ଯାଚି ଯାଚି ବବୁଲ କୁ ଦିବ୍ୟ ଜ୍ଞାନ, ବିଚକ୍ଷଣ ସ୍ମରଣ ଶକ୍ତି ଓ ମାନବ ସେବା ଆଦି ଗୁଣ ଭରିଦେଇଥିଲେ । ଏବେ ସେଇ ବବୁଲ ଦୁନିଆ ପାଇଁ ଏକ ନବୀନ ଆଲୋକ ହୋଇ ପ୍ରକଟିତ ହୋଇ ଅଛି । ଯାହା ଆଜିର ଛାତ୍ର ସମାଜକୁ ଏକ ପ୍ରେରଣା ଅଟେ।



Rate this content
Log in

Similar oriya story from Inspirational