Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Jena

Classics Fantasy Inspirational

4.0  

Anita Jena

Classics Fantasy Inspirational

ହୃଦୟର କମ୍ପନ

ହୃଦୟର କମ୍ପନ

4 mins
246



   ସେଦିନ ପ୍ରତୀକ ଶୋଇ ରହି ଥାନ୍ତି ବେଡ୍ ରେ । ସମୟ ଆସି ସକାଳ ୯ ଟା ହେଲାଣି ତଥାପି ନିଦ ଭାଙ୍ଗି ନାହିଁ । ଶୀତୁଆ ସକାଳ ରେ ଘୋଡି ହେଇ ଲେଟ୍ ଯାଏଁ ଶୋଇବାକୁ ପସନ୍ଦ କରନ୍ତି ସେ । ହେଲେ ସେଦିନ କାହିଁକି କେଜାଣି ହଠାତ୍ ଉଠି ପଡ଼ିଲେ , ଦେହ ହାତ ରୁ ଗମ୍ ଗମ୍ ହେଇ ବୋହି ଯାଉଥାଏ ଝାଳ । ଓଃ କେତେ ଖରାପ୍ ସ୍ବପ୍ନ , ହେ ପ୍ରଭୁ ଏମିତି କେବେ ବି ନ ହଉ ବୋଲି କହି ଦେଇ ସଙ୍ଗେ ସଙ୍ଗେ ବାଥରୁମ୍ ଭିତରକୁ ଚାଲିଗଲେ । ଫ୍ରେସ୍ ହେଇ ସାରି ପତ୍ନୀ ପ୍ରିୟା କୁ କଲ୍ କଲେ ଆଉ କହିଲେ - ଜାଣିଛ ଆଜି ଶୋଇ ଥିବା ସମୟରେ ଗୋଟିଏ ଖରାପ୍ ସ୍ବପ୍ନ ଦେଖିଲି , ମନ ଟା କାଇଁ ଭଲ ଲାଗୁନି । ତମେ ଠିକ୍ ଅଛ ତ ? ମା , ଆଉ ମା କେମିତି ଅଛି ? 

  ସେପଟୁ ପ୍ରିୟା ଧିମା ସ୍ୱର ରେ ହଁ ଆମେ ସବୁ ଭଲ ଅଛୁ ବୋଲି ଉତ୍ତର ଦେଲେ । ଆଉ କହିଲେ ଆଜି ରବିବାର ଟା ବୋଲି ଏତେ ବେଳ ଯାଏଁ ଶୋଇ ରହିଛ , ମୁଁ ଏବେ ଭାବୁ ଥିଲି କଲ୍ କରିବି ଆଉ ତମେ ସେପଟୁ କଲ୍ କଲ । 

   ପ୍ରତୀକ ବେଶୀ କିଛି ଆଉ କଥା ନ ହେଇ ଫୋନ୍ ରଖିଦେଲେ ଆଉ ସଙ୍ଗେ ସଙ୍ଗେ ଯାଇ ବ୍ୟାଗ୍ ଭିତରେ ଅଳ୍ପ କିଛି ଡ୍ରେସ୍ ରଖି ବାହାରି ପଡିଲେ ବସ୍ ଷ୍ଟାଣ୍ଡ କୁ ଆଉ ଅପେକ୍ଷା କରି ରହିଲେ ତାଙ୍କ ଗାଁ କୁ ଯାଉଥିବା ବସ୍ ର ଆସିବା ବାଟ କୁ ।ବସିଥିବା ସମୟରେ ଆଖି ଆଗରେ ନାଚି ଉଠିଲା ଅତୀତ ର କିଛି ଦିନ । 

   ଆଜି କୁ ପ୍ରାୟ ବର୍ଷେ ହବ ଘରୁ ଆସିଛନ୍ତି ପ୍ରତୀକ ଚାକିରୀ ରେ ବାହାରକୁ । ବର୍ଷେ ହବ ଘରକୁ ଫେରି ନାହାଁନ୍ତି କୁ ଫେରିବାକୁ ଇଚ୍ଛା କରି ନାହାଁନ୍ତି , ଘରକୁ ଫେରିଲେ ତାଙ୍କର ବେଶୀ ମନେ ପଡେ ରିଙ୍କି କଥା । ରିଙ୍କି ହେଉଛି ସେଇ ଝିଅ ଯାହା ସହ ଦିନେ ପ୍ରତୀକ ର ବିବାହ ସ୍ଥିର ହେଇ ଥିଲା । ଭାରି ଭଲ ଝିଅ ଟିଏ ଥିଲା । ପ୍ରତୀକ ଆଉ ରିଙ୍କି ଙ୍କ ର ବିବାହ ଠିକ୍ ହେବା ପରେ ହିଁ ଦୁହେଁ ଦୁହିଁକୁ ଦେଖି ଥିଲେ, ହେଲେ ଧିରେ ଧୀରେ ଦୁହେଁ ପରସ୍ପର ଙ୍କୁ ପସନ୍ଦ କରିବାକୁ ଲାଗି ଥିଲେ । ରିଙ୍କି ପ୍ରାୟ ସମୟ ପ୍ରତୀକ ର ଘରକୁ ଆସେ ଆଉ ପ୍ରତୀକ ଙ୍କ ମା ଙ୍କ ର ଯତ୍ନ ନିଏ । ଆଉ ରିଙ୍କି ର ଏହି ଆପଣେଇ ନେବା ଗୁଣ କୁ ଖୁବ୍ ପସନ୍ଦ କରନ୍ତି ପ୍ରତୀକ । ବାହାଘର ଆଉ ପ୍ରାୟ ଅଳ୍ପ ଦିନ ଥାଏ । ଶୀତ ଦିନ , ରିଙ୍କି ସେଦିନ କଲ୍ କରି କହିଲେ ପ୍ରତୀକ କାଲି ସକାଳୁ ଟିକେ ସପିଙ୍ଗ ମଲ୍ ଯିବା ମୋର କିଛି ଆଣିବାର ଅଛି । ପ୍ରଥମ ଥର ରିଙ୍କି କିଛି ମାଗି ଥିବାରୁ ପ୍ରତୀକ ମନା କରି ପାରିଲେ ନାହିଁ , ସଙ୍ଗେ ସଙ୍ଗେ ହଁ ମାରି ଦେଲେ । ହେଲେ ସେଦିନ ରାତିରେ ଶୋଇବା ବେଳେ ପ୍ରତୀକ ରିଙ୍କି ନେଇ ଏକ ଦୁଃସ୍ଵପ୍ନ ଦେଖି ଉଠି ପଡେ ଆଉ ସଙ୍ଗେ ସଙ୍ଗେ ରିଙ୍କି କୁ କଲ୍ କରି ଏ ବିଷୟରେ କୁହେ । ହେଲେ ପ୍ରତୀକ ଠାରୁ ସ୍ଵପ୍ନ ଦେଖି ଡରିବା କଥା ଶୁଣି ରିଙ୍କି ବହୁତ୍ ହସେ ଆଉ କୁହେ ଏଗୁଡ଼ା ସବୁ ବିଶ୍ବାସ କରି ପାରୁଛ ତମେ କେମିତି ? ଏ ସବୁ ଏମିତି ହୁଏ । ସେ ସ୍ଵପ୍ନ କୁ ମାର ଗୁଲି ଆଉ ଆମେ କାଲି ଯେମିତି ହଉ ଯିବା । 

  ରିଙ୍କି ର ଜିଦ୍ ଆଗରେ ହାର୍ ମାନିଲେ ପ୍ରତୀକ । ତା ପରଦିନ ସକାଳୁ ଦୁହେଁ ବାହାରି ପଡିଲେ ସପିଙ୍ଗ କରିବାକୁ । ସବୁ କିଛି ଠିକ୍ ଚାଲି ଥାଏ । ଦୁହେଁ ମିଶି ଅନେକ କିଛି କିଣିଲେ, ସାଙ୍ଗ ହେଇ ଖାଇଲେ ଆଉ ୟା ଭିତରେ ପ୍ରତୀକ କାଲି ର ସ୍ବପ୍ନ କୁ ଭୁଲି ସାରି ଥାନ୍ତି । କୋହଲା ପାଗ ହେଇ ଥାଏ ରିଙ୍କି ପ୍ରତୀକ ଙ୍କୁ ପାଖ ଦୋକାନରୁ ଆଇସକ୍ରିମ ଆଣିବାକୁ କହିଲେ, ପ୍ରତୀକ ଦୋକାନ କୁ ଯିବା ପରେ ହଠାତ୍ ରାସ୍ତା ଉପରକୁ ଚାଲି ଆସିଲା ଗୋଟିଏ ଛୁଆ ଟିଏ, ଆଉ ଛୁଆ ଟି ସାମ୍ନା ରେ ଗୋଟିଏ ଦ୍ରୁତ ଗାମୀ ଟ୍ରକ୍, ରିଙ୍କି ଧାଇଁ ଗଲେ ରାସ୍ତା ମଝି କୁ ପିଲା ଟି କୁ ଟାଣି ଆଣି ଦେଲେ ରାସ୍ତା କଡକୁ ଆଉ ନିଜେ ରହି ଗଲେ ଟ୍ରକ୍ ର ଚକା ତଳେ , ବାସ୍ ସେଇଠି ହିଁ ଲିଭି ଗଲା ଜୀବନ ଦୀପ ରିଙ୍କି ର । ପ୍ରତୀକ ଧାଇଁ ଆସିଲେ ଜୋରରେ ଚିତ୍କାର କରିବାକୁ ଲାଗିଲେ ହେଲେ ଆଉ କିଛି ବାକି ନ ଥିଲା । ରିଙ୍କି ର ରକ୍ତ ଭିଜା ଶରୀର କୁ ଦେଖି ପ୍ରତୀକ ନିଜର ସତ୍ତା ହରେଇ ବସିଲେ ଆଉ ଚେତା ହରେଇ ପଡି ଗଲେ । ଆଖି ଖୋଲିଲା ବେଳକୁ ନିଜକୁ ହସ୍ପିଟାଲ୍ ବେଡ୍ ରେ ପାଇଲେ ଆଉ କାଲି ଘଟି ଥିବା ସବୁ ଘଟଣା କୁ ମନେ ପକେଇ ଖୁବ୍ କାନ୍ଦିଲେ । ସେ ଯଦି ସେ ସ୍ବପ୍ନ ଦେଖି ନ ଥାନ୍ତେ କି ରିଙ୍କି ଙ୍କ ଜିଦି ଆଗରେ ହାର ମାନି ନ ଥାନ୍ତେ ତାହେଲେ ହୁଏତ ଏମିତି କିଛି ହେଇ ନ ଥାଆନ୍ତା ।ସେଇ ଦିନ ଠୁ ସେ ସ୍ବପ୍ନ ଦେଖି ଥିବା ଯୋଗୁଁ ନିଜକୁ ଦୋଷୀ ମାନି ଚାଲିଲେ । 

  ମା ଙ୍କ ଅସୁସ୍ଥ ଶରୀର କୁ ଦେଖି ଅନେକ ବୁଝା ଶୁଝା ପରେ ପୁଣି ଥରେ ପ୍ରିୟା ଙ୍କ ସହ ପ୍ରତୀକ ର ବିବାହ ସ୍ଥିର ହେଲା ଆଉ ଗୋଟିଏ ବର୍ଷ ହେବ ଦୁହିଁ ଙ୍କ ର ବିବାହ ହେଇଛି । ହେଲେ ରିଙ୍କି ର ଚେହେରା ଏବେ ବି ଅସ୍ତବ୍ୟସ୍ତ କରି ଦିଏ ତାଙ୍କୁ ସେଥି ପାଇଁ ସେ ପ୍ରିୟା କୁ ଆଜି ଯାଏଁ ବି ଗ୍ରହଣ କରି ପାରି ନାହାନ୍ତି । 

  ତା ପରେ ବି ପ୍ରିୟା ଆଜି ଯାଏଁ କୌଣସି ଅଭିଯୋଗ ନ କରି ବିନା ସ୍ବାର୍ଥ ରେ ଏ ସମ୍ପର୍କ କୁ ନିଭେ଼ଇ ଚାଲିଛନ୍ତି। 

   ବସ୍ ର ଶବ୍ଦ ଶୁଣି ହଠାତ୍ ଭାବନା ଦୁନିଆ ରୁ ନିଜକୁ ବାହାରକୁ ଆଣିଲେ ପ୍ରତୀକ । ପୁଣି ଥରେ ଦେଖିଥିବା ସ୍ଵପ୍ନ ବାସ୍ତବ ରେ ପରିଣତ ହେଇ ଯିବାର ଭୟ ତାଙ୍କୁ ବିଚଳିତ କରି ଦେଉଥାଏ । ସେ ପୁଣି ଥରେ ନିଜ ଜୀବନ ସାଥି ହରେଇ ଦେବାକୁ ଚାହୁଁ ନ ଥିଲେ । ସେଥି ପାଇଁ ସଙ୍ଗେ ସଙ୍ଗେ ବସ୍ ଧରି ବାହାରି ପଡିଲେ ଘରକୁ ।

 ଘରେ ପହଞ୍ଚିଲା ବେଳକୁ ତା ପରଦିନ ଭୋର୍ । ଧାଇଁ ଯାଇ ଜାବୁଡ଼ି ଧରିଲେ ପ୍ରିୟା କୁ । ଆଉ ପ୍ରିୟା କିଛି ବୁଝି ନ ପାରି କେବଳ ଶୁଣୁ ଥିଲେ ପ୍ରତୀକ ର ହୃଦୟ ର କମ୍ପନ କୁ । । 


..................... ସମାପ୍ତ .......................


Rate this content
Log in

More oriya story from Anita Jena

Similar oriya story from Classics