Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Titi Sarangi

Inspirational Abstract Others

3  

Titi Sarangi

Inspirational Abstract Others

ଗୋଠଖଣ୍ଡିଆ

ଗୋଠଖଣ୍ଡିଆ

2 mins
7.4K


ଘରକାମ କରୁ କରୁ ସେ ଫଟା କାନ୍ଥ ଫଟେଇ ଉଠିଥିବା ଗଛଟିକୁ ଦେଖେ। କେତେ ବା ମାଟି ! ହେଲେ ସେତିକି ମାଟିରେ ଜୀବନଟିଏ ଠିଆ ହେଇଛି କଅଁଳ ପତ୍ର ମେଲି । କଣ ତାର ଭବିଷ୍ଯତ ସେ ନିଜେ ବି ଜାଣିନି । ତଥାପି ମୁଣ୍ଡ ହଲେଇ ଖେଳୁଛି ପବନ ସାଥୀରେ । ଆଲୁଅ ମୁହାଁ ହେଇ ଦେଖୁଛି ଆକାଶକୁ । ସେଇଠୁ ସେ ବୁଝିଗଲା ଜଗତ ଆଉ ଜଗଦୀଶଙ୍କ ସହିତ ଜୀବନର ଏକ ନିବିଡ ସଂପର୍କ ଅଛି । ସେ ବି ପାଳିବ ନିଜ ଜୀବନକୁ ବୋଲି ପ୍ରତିଜ୍ଞା କଲା ନିଜ ସାଥୀରେ ।

ହଁ କାଲି ଗାଈକୁ ଘାସ ଦି’ମୁଠା ଦେଇ ଆଉଁସି ଦେଲା ବୋଲି କେତେ ଟାପରା ଶୁଣିଲା ଶାଶୁଘରୁ । ମଡର୍ଣ୍ଣ ଫାମିଲିରେ କୁଆଡୁ ଗୋଟେ ନିପଟ ମଫସଲୀଆଣୀ ଆସି ଜୁଟିଛି । ଗୁହାଳକୁ ଯାଇ ସେଇ ମୁକ ପଶୁମାନଙ୍କ ନୀରବ ଚାହାଣୀ ଭିତରେ ସେ ଖୋଜି ପାଏ ନିରୁତା ଭଲ ପାଇବା । ସେ କଥା ସେ କାହାକୁ କହି ପାରେନି । ସତରେ ସେ ମଫସଲିଆଣୀଟେ । ନହେଲେ ଦିପହରେ ବାସନ ମାଜିବାକୁ ଆସିଥିବା ଚାକରାଣୀ ସାଙ୍ଗରେ ବସି ଗପ ଯୋଡନ୍ତା ?ସେମାନେ ଛୋଟ ଲୋକ । ମୁଣ୍ଡରେ ବସେଇଲେ ଆଉ କଥା ମାନବେନି । କିନ୍ତୁ ଏତିକି ଟେକନିକ୍ ସେ ଜାଣିନି ।"ଗୋଡ ତଳର ଲୋକଗୁଡାକୁ ମୁଣ୍ଡରେ ବସାନି "କହିଲେ ଓଲଟା ଯୁକ୍ତି କରେ ।

"ଗୋଡ ତଳର କିଏ ମ।ସମସ୍ତେ ତ ସମାନ ।ଆଉ ସତରେ ଯଦି ଗୋଡ ତଳର ତେବେ ତମମାନଙ୍କ ମୁଣ୍ଡଟା ତ ତା ଗୋଡ ଉପରେ ଥୁଆ ହେଇଛି ।ଗାନ୍ଧୀ ବିନା ଇଣ୍ଡିଆ ଚଳିବ ,କିନ୍ତୁ ସେ ନହେଲେ ତମର ଦିନେ ବି ଚଳେନି । ସମସ୍ତଙ୍କ ଅଣ୍ଟା ପିଠି ଧରି ଯାଏ "।

"ବାଃ ,ତୋର ଖୁରାକୁ ଜୁହାର । ଭୁଲ୍ କରିବୁ ,କହିଲେ ପୁଣି ଜବାବ ଦେବୁ । ଗୋଠ ଖଣ୍ଡିଆଟେ ।'

ହଁ ସେ ଗୋଠ ଖଣ୍ଡିଆ । ମୁଖା ପିନ୍ଧା ଜୀବନ ଭିତରେ ସତ ମୁହଁଟେ ଖୋଜେ ।ଉପରେ ଉପରେ କୋଳାକୋଳି ଭିତରେ ସେ ସତସତିକାଭଲ ପାଇବା ଟିକେ ପାଇଁ ଝୁରି ମରେ । ବଂଶ ଭିତରେ ଥିବା ଆଡବାୟା ପୁଅଟିକି ଅକୁଣ୍ଠ ଭଲ ପାଏ । ସେ ଟୋକା ବି ସେମିତି । ତା ଆସିବା ବାଟକୁ ଚାହିଁ ବସିଥାଏ । ଆଉ ଯେତେ ଯିଏ ଥିଲେ ବି ସେଇ ସାନ ମାଆଟି ତାର ଅତି ପ୍ରିୟ । ସମସ୍ତେ ଯୋଉ ବାଟରେ ଚାଲନ୍ତି ସେ ବାଟରେ ସେ ଚାଲି ଶିଖିନି ।ଆଉ ତା ବାଟଟା ସବୁଦିନେ ଅଗମ୍ଯ।ସେ ବାଟେ କିଏ ବା କାହିଁକି ଚାଲିବ ? ତଥାପି ସେ ମନେ ପକାଏ ଜଗତ ଆଉ ଜଗଦୀଶଙ୍କ ସହିତ ତାର କିଛି ନା କିଛି ସମ୍ପର୍କ ଅଛି । ସେଥିପାଇଁ ସେ ବି ଜୀବନ ଜୀଇଁବାକୁ ଆଉ ଆକାଶମୁହାଁ ହେଇ ସ୍ବପ୍ନ ଦେଖିବାକୁ କେବେ ବି ଭୁଲେନି ।

ଶୁଭରାତି ।


Rate this content
Log in

Similar oriya story from Inspirational