Titi Sarangi

Others


2  

Titi Sarangi

Others


ଚୁଗୁଲି

ଚୁଗୁଲି

2 mins 1.8K 2 mins 1.8K

କହନ୍ତି ମଣିଷପଣିଆ ନଥିଲେ ସେ କୋଉ ମଣିଷରେ ଗଣା ।ହେଲେ କ'ଣ ଏଇ ମଣିଷପଣିଆ ?ତାର ନିର୍ଦ୍ଦିଷ୍ଟ କିଛି ସଂଜ୍ଞା କି ଫର୍ମୂଲା ଥାଆନ୍ତା ହେଲେ ସେଇ ଫର୍ମୂଲାଟି ଅଭ୍ୟାସ କରି ଜଣେ ନିଜ ଭିତରେ ମଣିଷପଣିଆଟି ପ୍ରତିଷ୍ଠା କରି ପାରନ୍ତା !! ସେମିତି କିଛି କିନ୍ତୁ ନାହିଁ ।ସେଥିପାଇଁ ଦେଖିବାକୁ ଗଲେ କେହି ଵି ତ ଅମଣିଷ ନୁହେଁ ।ଯାହା ଜଣକୁ ଖରାପ ଲାଗୁଛି ତାହା ଆଉ ଜଣକୁ ଭଲ ଲାଗୁଛି ।ତେଣୁ ନିଜ ନିଜର ଭଲ ଲାଗିବା ନେଇ ମଣିଷଟି ଯେତେବେଳେ ନିଜକୁ ତିଆରି କରୁଛି ସେତେବେଳେ ସେ ନିଜକୁ ଅମଣିଷ ବୋଲି ଭାବିବ କାହିଁକି ?

ଜହ୍ନ ମରେନି ।ଆଉ ଥରେ ପୂର୍ଣ୍ଣିମାରେ ଦେଖାଦବ ବୋଲି ସେ ମରିମରି ନିଜକୁ ତିଆରି କରୁଥାଏ ସାରାଟା ଅନ୍ଧାର ପକ୍ଷରେ ।ହେଲେ ବି ସେ ମଲାଜହ୍ନ ବୋଲି କଥାଟେ ଶୁଣେ ଲୋକ ମୁହଁରେ ।ଏମିତି ତ ପୂର୍ଣ୍ଣିମା ଜହ୍ନକୁ କେହି କହନ୍ତିନି ।ଓଲଟି କେତେ ଗୀତ,କବିତା ବିଭୋରତାରେ ମୁଗ୍ଧ ହୁଅନ୍ତି ଅନେକେ ।ତେବେ ପୁଣି ସେଇ ଜହ୍ନ ମଲାଜହ୍ନ କେମିତି ହେଇଯାଏ ? ଏଇ ଲୋକକଥାରେ ସିନା !କାହାକୁ କ'ଣ ନ କହନ୍ତି ? ପୁଣି ଚୁଗୁଲି ବୋଲି ଗୁରୁତ୍ଵପୂର୍ଣ୍ଣ କାମଟେ ବି ଅନେକେ କରନ୍ତି ।ଏଇଟା ମଣିଷପଣିଆ ଭିତରେ ଶ୍ରେଷ୍ଠ କାମ ବୋଲି ଭାବନ୍ତି ସେମାନେ ।ସେତିକି କରି ନିଜ ପାଖରେ ନିଜେ ଭାରୀ ଵଡ ବୋଲି ମନେ କରନ୍ତି ।ହଁ କେବଳ ନିଜ ପାଖରେ ନିଜେ ।କାରଣ ଚୁଗୁଲି ସବୁ ଦିନ ଚୁଗୁଲି ।ଯେତେ ଭଲ ଉଦ୍ଦେଶ୍ୟ ରଖି କଲେ ବି କାମଟି ପଛକୁହା ପର୍ଯ୍ୟାୟର ।ତେଣୁ ଲୋକ ସମର୍ଥନ ବେଶି ନଥାଏ ଜଣେ ଚୁଗୁଲି କରୁଥିବା ଲୋକ ସାଥୀରେ ।ଅବଶ୍ୟ ସର୍ବଶ୍ରେଷ୍ଠ ଚୁଗୁଲିଆ ବିଭୀଷଣ ।ତାଙ୍କ ଉଦ୍ଦେଶ୍ୟ ବି ଥିଲା ଦୁଷ୍ଟ ନିବାରଣ ।ପୁଣି ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ସମର୍ଥକ ।ତଥାପି ସେଇ ଯୁଗରୁ ସେ ଚୁଗୁଲିଆ ହେଇ ରହିଗଲେ ।

ଆଉ ଆଜି ଯୋଉମାନେ ତୁଛା ସ୍ଵାର୍ଥ ପାଇଁ ଚୁଗୁଲିଆ ପଦ ମଣ୍ଡନ କରିଛନ୍ତି ବୋଲି ଆମେ ଦେଖୁଛେ ସେଥିରେ ସେମାନଙ୍କ ମନ୍ଦ ଉଦ୍ଦେଶ୍ୟ ତ ପୂରଣ ହୁଏନି ,ବରଂ ସମାଜ ଭିତରେ ନିଜ ଅମଣିଷପଣିଆ ଜାହିର୍ କରି ମରନ୍ତି ।ନିଜ ଅସହାୟତାରେ ନିଜେ ଚୁଗୁଲି ଦେବୀଙ୍କ ହାତ ଧରି ବାଟ ଚାଲିବାକୁ ବାଧ୍ୟ ହୁଅନ୍ତି । ରାମ ନବମୀଠୁ ଏଵେ ପ୍ରତି ଗାଁ ରେ ରାମଲୀଳା ପାଠ ହଉଛି ।ଆଜି ସନ୍ଧ୍ୟାରେ ବାପାଙ୍କୁ ଫୋନ୍ କରିଥିଲି ।ଭାଗବତ ଘର ମେଲାରୁ ଶୁଭୁଥିଲା ରାମଲୀଳା ଗୀତ ।ମନେ ପଡି ଯାଉଥିଲା ପିଲା ଦିନ ।ସେଇ ଭାବନା ଭିତରେ ମୁଁ ଗାଁ ଗହଳରୁ ଚୁଗୁଲିଆମାନଙ୍କ ବିଷୟରେ ଶୁଣିଥିବା କିଛି ପ୍ରତ୍ୟକ୍ଷ କଥା ଆପଣଙ୍କୁ ଶୁଣେଇଲି ।


Rate this content
Log in