Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gitanjali Pujapanda

Tragedy Others

3  

Gitanjali Pujapanda

Tragedy Others

ଭିନ୍ନ ଏକ ମାଆ

ଭିନ୍ନ ଏକ ମାଆ

2 mins
190



ଦିଦି ଦିଦି ଚିଣ୍ଟୁ ବଡ଼ ପାଟି ରେ ଡାକି ଡାକି ଘର ଭିତରୁ ଦୌଡ଼ି ଦୌଡ଼ି ଧଇଁସଇଁ ହେଇ ପଶିଗଲା ସୁରେଖା ଦିଦି ଆରେ କଣ ହେଲା କାହିଁକି?? ଦୌଡ଼ୁ ଛୁ ଦିଦି ସ୍କୁଲ ଗଲା ବାଟରେ ପୁରା ଗହଳି ହେଇଥିଲେ।ସବୁଲୋକ ରୁଣ୍ଡ ହେଇ ଥିଲେ । ମୁଁ ଗହଳି ଭିତରକୁ ଯାଇ ଦେଖିଲା ବେଳ କୁ ଛୋଟ ଛୁଆ ଟେ ପଲିଥିନ ରେ ବନ୍ଧା ହୋଇ ପଡିଛି ,କୁକୁର ମାନେ ବେଢ଼ିକି ଥିଲେ ଲୋକ ମାନେ ସେ ମାନଙ୍କୁ କୁ ଆଡ଼ ଉଥିଲେ ମୁଁ ଯାଇକି ଦେଖିଲି ।ପିଲା ଟା ହାତ ଗୋଡ଼ ହଲାଉଛି ତେଣୁ ଦୌଡ଼ିକି ଆସିଲି କହିବାକୁ ଚାଲ ଦିଦି ଯିବ ଦେଖିବ ଶୀଘ୍ର ଚାଲ।

ସୁରେଶ ରୁ ସୁରେଖା ଆଜି ଗୋଟେ ଅନାଥ ପିଲାକୁ ନେଇ ଚଳଉଛି ଏକ ଅନାଥ ଆଶ୍ରମ।ମାନେ ଗୋଟେ କିନ୍ନର ସେ ।ଦୁନିଆଁ ଠୁ ଅନେକ ଭିନ୍ନ ସେ ,ବାବା ମାଆ ସେ ଗୋଟେ କିନ୍ନର ଜାଣିବା ଦିନୁ ସେମାନେ ତାଠୁ ସବୁ ସଂପର୍କ ଛିଣ୍ଡେଇ ଦେଇ ଥିଲେ ହେଲେ ,ମାତ୍ର ଏ ଅବାଞ୍ଛିତ ଶିଶୁ ମାନକୁ ନେଇ ତା ସାଂସର ।ଆଜି ସମାଜ ର ସବୁ ଅବାଞ୍ଛିତ ଏକାକାର ଏ ଇ ଅନାଥ ଆଶ୍ରମ ସଂପୂର୍ଣା ରେ ।ସୁରେଶ ଆଜି ସେମାନଙ୍କର ଉଭୟ ମା ଆଉ ବାବା ଆଉ ଦୁଇ ତିନି ଟି କର୍ମଚାରୀ କୁ ନେଇ ସେ ଚଳାଏ ଆଶ୍ରମ ଟି କୁ ।

ସୁରେଖା ଯେତେ ବେଳେ ଜାଣିଲା ସେ ସୁରେଶ ନୁହେଁ ବୋଲି ତା" ଭିତରେ ଏକ ନାରୀ ସୁଲଭ ମାର୍ତ୍ତୃତ୍ୱ ଅଛି ।ପୁଅ ରୁ ସେ ସମ୍ପୂର୍ଣ୍ଣ ଝିଅ ହେଇ ଯାଇଥିଲା ।ଏ ସବୁ ତାର ଘର ଲୋକ ମାନଙ୍କର ହଜମ ହୋଇ ନଥିଲା ।ତେଣୁ ସେମାନେ ସମାଜ କୁ ଡରି ତାକୁ ଘରୁ ଯିବାକୁ କହିଥିଲେ ।ଯେତେ କା କୁତୀ ମିନତି ହେଲେ ମଧ୍ୟ ସେମାନେ ତାକୁ ଗ୍ରହଣ କରି ନଥିଲେ ।ସେ ଦିନ ସେ ଘରୁ ଚାଲିଆସିଥିଲା ସତ ,ହେଲେ ତା ମନ ଭିତରେ ଅବାଞ୍ଛିତ ହେବାର ଦୁଃଖ  ଘର କରିଥିଲା  ।କଣ କରି ବ କିଛି ବି ବୁଝି ପରି ନ ଥିଲା ସେ ଭାବିଲା ସବୁ ଅବାଞ୍ଛିତ ମାନକୁ ଏକାଠି କରି ଗଢ଼ିବ ସଂପୂର୍ଣ ଏକ ଅନାଥ ପରିବାର ଯାହାର କେହିଁ ନାହିଁ ଏ ସମାଜ ରେ ସେମାନଙ୍କୁ ସବୁ ଏକାଠି କରିବ।କେତେ ଦୁଃଖ କଷ୍ଟ ସହି ଆଜି ଏ ଅନାଥ ପିଲା ମାନଙ୍କୁ ସେ ଦୁଇ ମୁଠା ଖାଇବାକୁ ଦଉଛି ।ତାକୁ ଦେଖି କେତେ ସମାଜସେବୀ ମାନେ ମଧ୍ୟ ସାହାଯ୍ୟ ର ହାତ ବଢ଼ାଇ ଛନ୍ତି ଅନାଥ ପିଲା ମାନେ ଆଜି ପାଠ ପଢ଼ିବାର ସୁଯୋଗ ପାଉଛନ୍ତି ସେମାନଙ୍କୁ ଦେଖି ସେ ତାର ସବୁ ଦୁଃଖ ଭୁଲି ଯାଇଛି ।ସେ ଆଜି ସୁରେଶ ରୁ ସୁରେଖା ମାଆ ହେଇ ଯାଇଛି ।

ସୁରେଖା ଏ ସବୁ ଭାବୁଚି ଚିଣ୍ଟୁ ହଲେଇ ଦେଲା ଦିଦି ଚାଲ ପିଲା କୁ ଆଣିବା ।ଚିଣ୍ଟୁ ବି ଗୋଟେ ଅନାଥ ତାକୁ କିଏ ରାସ୍ତାରେ ଡ଼ଷ୍ଟବିନ ରେ ପିଙ୍ଗି ଦେଇଥିଲେ ।କି ଯୁଗ ହେଲା ଅଳିଆ ଫିଙ୍ଗା ଜାଗା ରେ ଏଠି ପିଲା ଫିଙ୍ଗା ଯାଏ।ମଣିଷ ଆଜି ରାକ୍ଷସ ପାଲଟି ଯାଇଛି ।ପାଳି ବନି ଯଦି ପିଲା ମାନକୁ କହିଁକି?? ଜନ୍ମ କରୁଛି କଣ ଫିଙ୍ଗା ଫୋପାଡା ପାଇଁ ଧର୍ମ ର ଡର ଆଉ ନାହିଁ ଏ ସମାଜ ରେ ଆଇନି ର ବି ତଆଖିନାହିଁ ।ତେଣୁ ଆଜି ଏ ଅସହ୍ୟ ଅନ୍ୟାୟଚାଲିଛି ଏ ଦୁନିଆଁ ରେ ଅବାଞ୍ଛିତ ଗର୍ଭ ଧାରଣ କରି କୋଉ ଗୋଟେ କୁମାରୀ ତା ପିଲାଟିକୁ ନାଳ କୁ ଫିଙ୍ଗେ ଗଛ ବୁଦା ରୁ ପିଲା ମିଳୁ ଚି ତ ମାଟି ଖୋଳି ଲେ ଜୀବନ୍ତ ପିଲା ।

ସୁରେଖା ଆଉ ଚିଣ୍ଟୁ ଯାଇ ସେ ଜାଗାରେ ପହଞ୍ଚିଲେ ଲୋକ ମାନଙ୍କ ର ହୋ ହଲା ଚାଲିଥାଏ ,କିଏ ଫିଙ୍ଗିଲା ଏପରି ପିଲାଟି କୁ ଭାଗ୍ୟ କୁ ବଞ୍ଚିଛି ହେଲେ ଏନଫେକ୍ସନ ଚାରି ଆଡ଼େ ଦେହ ରେ ତାର କିଏ ତାକୁ ନେବ ।ପିଲା ଆଗକୁ ନେବା ପାଇଁ ଗୋଟେ ହାତ ଆଗେଇ ଲା ଯାହାକୁ କିନ୍ନର କହି ସମାଜ ରୁ ନିଷ୍କାସନ କରାଯାଇଥିଲା ।ସମସ୍ତେ ସୁରେଖା ଆଡ଼କୁ ଚାହିଁଛନ୍ତି ସେ ଅତି ଯତ୍ନ ରେ ପିଲାଟିକୁ ନେଇ   ସଂପୂର୍ଣା  ଅନାଥ ଆଶ୍ରମ ରାସ୍ତାରେ ଚାଲିଗଲା ।ଆଜି ସେ ପ୍ରାୟ ଶହେ ପିଲା ର ମାଆ ସେ , ଭିନ୍ନ ଏକ ମାଆ


Rate this content
Log in

Similar oriya story from Tragedy