Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Children Classics

0.2  

ଓଡ଼ିଆ ଗଳ୍ପ ଓ କବିତା - ୩

Children Classics

ବାଘ ପାଇଲା ପାନେ

ବାଘ ପାଇଲା ପାନେ

3 mins
7.2K


ଶାନ୍ତନୁ କୁମାର ପଣ୍ଡା

ପାହାଡ ଜଙ୍ଗଲରେ ରାହୁଥାଏ ଗୋଟିଏ ବଳୁଆ ବାଘ l ପାହାଡ ପର୍ବତ ଘେରା ଜଙ୍ଗଲରେ ବିରାଟ ବିରାଟ ଗଛ ଆକାଶକୁ ଚାହିଁ ଠିଆ ହୋଇଥାନ୍ତି l ପାହାଡ ମଝିରୁ କୁଳୁ କୁଳୁ ନାଦ କରି ଝରଣା ପାଣି ତଳକୁ ଆସୁଥାଏ l ଜଙ୍ଗଲରେ ଠେକୁଆ, ବାରାହା, ହାତୀ, ବାଘ ଇତ୍ୟାଦି ସମସ୍ତ ପ୍ରକାର ଜୀବଜନ୍ତୁ ବସବାସ କରୁଥିଲେ, କାହିଁକି ନା ସେଠାରେ ସମସ୍ତ ତୃଣଭୋଜି, ମାଂସାହାରୀ ଜୀବଜନ୍ତୁଙ୍କ ପାଇଁ ଯଥେଷ୍ଟ ଖାଦ୍ୟ ମିଳୁଥିଲା ଏବଂ ପିଇବା ପାଇଁ ପାଣି l

ବଳୁଆ ବାଘ ଯେତେବେଳେ ତା ବସାରୁ ବାହାରେ ଜଙ୍ଗଲରେ ରହୁଥିବା ଅନ୍ୟ ସମସ୍ତେ ଭୟରେ ତାକୁ ବାଟ ଛାଡି ଦିଅନ୍ତି l ସେ ମନ ଇଚ୍ଛାରେ ହରିଣ,କୁଟୁରା, ଠେକୁଆ, ନୀଳଗାଇ ଇତ୍ୟାଦି ପଶୁ ଜନ୍ତୁଙ୍କୁ ଶିକାର କରି ତାର ଭୋକ ମେଣ୍ଟାଏ l ଦିନେ ବାଘ ଭାବିଲା ମୁଁ ତ ଏ ଜଙ୍ଗଲରେ ସମସ୍ତ ପ୍ରାଣୀଙ୍କ ଠାରୁ ବଳୁଆ ଆଉ ମୁଁ କାହିଁକି ଶିକାର କରିବି ? ଅନ୍ୟମାନେ କରିଥିବା ଶିକାର ଛଡେଇ ଯଦି ମୁଁ ମୋ ଆହାର କରିବି ତାହାଲେ ଶିକାର କରିବା ପାଇଁ ମୋତେ ଆଉ ପରିଶ୍ରମ କରିବାକୁ ପଡିବ ନାହିଁ l ତା ପରଦିନଠୁ ବଳୁଆ ବାଘଟି ଆଉ ଶିକାରକୁ ଗଲା ନାହିଁ, ଅନ୍ୟ ମାଂସାଶୀ ଜୀବମାନେ କରିଥିବା ଶିକାର ତାଙ୍କଠୁ କଳିଗୋଳ କରି ଛଡାଇ ଆଣି ଖାଇବାରେ ଲାଗିଲା l ଫଳରେ କୋକିଶିଆଳ, ବିଲୁଆ ଇତ୍ୟାଦି ଅନେକ ଜୀବଜନ୍ତୁ ଭୋକରେ ଆଉଟୁ ପାଉଟୁ ହେଲେ l ବଳୁଆ ବାଘଟି କିନ୍ତୁ ସବୁଦିନ ଅନ୍ୟ ପଶୁମାନେ କରିଥିବା ଶିକାର ତାଙ୍କଠୁ ଛଡାଇ ଆଣି ନିଜେ ରହୁଥିବା ଗୁମ୍ଫାର ପଥର ଖୋପ ଭିତରେ ସାଇତି ରଖେ ଓ ଆରାମରେ ବସିକି ଖାଏ l

ଏପରି ଅନେକ ଦିନ ଗଲାପରେ ଦିନେ ବିଲୁଆ ଯାଇ ସିଂହ ରାଜାଙ୍କ ଠାରେ ଏ ସବୁ ବିଷୟରେ ଜଣାଇ ତାର ପ୍ରତିକାର ସକାଶେ ଫେରାଦ ହେଲା l ବିଲୁଆ ସହିତ ଅନେକ ସାଥି ଜୀବଜନ୍ତୁ ମଧ୍ୟ ବଳୁଆ ବାଘ ବିରୁଦ୍ଧରେ ସିଂହ ରାଜାଙ୍କ ଆଗରେ ପ୍ରତିବାଦ ଜଣାଇ ବିଲୁଆ ଲେଖିଥିବା ଦରଖାସ୍ତରେ ସମସ୍ତେ ସନ୍ତକ କଲେ l ସିଂହ ରାଜା ତାରିଖ ନିର୍ଦ୍ଧାରିତ କରି ବାଘକୁ ଡକାଇ ଭବିଷ୍ୟତରେ ଅନ୍ୟ ମାନଙ୍କ ଖାଦ୍ୟ ଜୋର ଜବରଦସ୍ତ ନ ଛଡାଇବା ପାଇଁ ତାଗିଦ କଲେ ଏବଂ ନିଜ ନିଜ ଧର୍ମକୁ ବଜାୟ ରଖି ଶାନ୍ତିରେ ବସବାସ କରିବା ପାଇଁ ଆଦେଶ ଦେଇ ସଭା କାର୍ଯ୍ୟ ଶେଷ କଲେ l

ବଳୁଆ ବାଘ କିନ୍ତୁ ଏହାକୁ ତାର ସମ୍ମାନ ହାନୀ ହେଲା ଭାବି ସେ ଦିନଠାରୁ ବିଲୁଆ ଠୁ ଆରମ୍ଭ କରି ଅନ୍ୟାନ୍ୟ ପଶୁ ଜନ୍ତୁଙ୍କୁ ଆକ୍ରମଣ କରି ଘାଇଲା କରିଦିଏ ଏବଂ ତାଙ୍କଠାରୁ ପୂର୍ବପରି ଖାଦ୍ୟ ଛଡାଇ ନେଇ ନିଜେ ଖାଇଦିଏ l ଦିନେ ଚିତାବାଘ, ଶିଆଳ ବିଲୁଆ ଆଦି ପଶୁମାନେ ବିଚାର କରି ବଳୁଆ ବାଘକୁ ଗୋଟାଏ ଜାଗାରେ ଛପିକି ଅପେକ୍ଷା କଲେ l ଯେମିତି ବଳୁଆ ବାଘ ପଦାକୁ ବାହାରିଲା ଏକା ଥରକେ ସମସ୍ତେ ତାକୁ ଆକ୍ରମଣ କଲେ l ବଳୁଆ ବାଘ ଯୁଆଡକୁ ଗଲେ ସୁଦ୍ଧା ତାକୁ ଘେରି ରହିଥିବା ଜୀବଜନ୍ତୁ ତାକୁ ଦେଲେ ନାହିଁ, ଶେଷରେ ବଳୁଆ ବାଘ ଖଣ୍ଡିଆ ଖାବରା ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଲା l କୌଣସି ପ୍ରକାରେ ଏ କଥାଟା ଭାଲୁ କାନରେ ପଡିଲା l

ଭାଲୁ ସାଙ୍ଗେ ସାଙ୍ଗେ ତା ଜଡିବୁଟି ମୁଣି କାନ୍ଧରେ ଓହଳାଇ ବଳୁଆ ବାଘ ପାଖରେ ପହଞ୍ଚିଲା, କ୍ଷତ ସ୍ଥାନମାନଙ୍କରେ ବିଶଲ୍ୟ କରଣୀ ରସ ଦେଇ ଉପଚାର କଲା ଓ ବାଘକୁ ଉପଦେଶ ଦେଇ ତା ଘରେ ପହଞ୍ଚାଇ ଦେଲା l ପୁଣି ପ୍ରତିଦିନ ବଳୁଆ ବାଘକୁ ଚିକିତ୍ସା କରିବାରୁ ଆସ୍ତେ ଆସ୍ତେ ସେ ଭଲ ହୋଇ ଗଲା l ସିଂହ ରାଜାଙ୍କ ଦରବାରରେ ବଳୁଆ ବାଘ ଲିଖିତ ସ୍ଵୀକାରନାମା ଦାଖଲ କରିଛି ଆଉ ସେ ଆଗଭଳି ଅନ୍ୟ ପାସୁଜନ୍ତୁ ମାନଙ୍କ ଉପରେ ଜୁଲୁମ କରିବ ନାହିଁ l ସିଂହ ରାଜା ମଧ୍ୟ ପଶୁ ମାନଙ୍କୁ ଆଇନ ହାତକୁ ନେଇ ଭବିଷ୍ୟତରେ କୌଣସି ହିଂସାକାଣ୍ଡ କରିବା ପାଇଁ ମନା କରି ସଭା ସାଙ୍ଗ କଲେ l ସେ ଦିନଠୁ ଜଙ୍ଗଲରେ ପୁଣି ଶାନ୍ତି ଫେରି ଆସିଲା, ଯିଏ ଯା ବାଟରେ ସୁଖରେ ଦିନ କାଟିଲେ l


Rate this content
Log in

Similar oriya story from Children