Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswajit Sahoo

Inspirational

4.0  

Biswajit Sahoo

Inspirational

ପରିବର୍ତ୍ତନର ଆଶା

ପରିବର୍ତ୍ତନର ଆଶା

1 min
214



  ଅଜୟ ବାବୁ ସହରର ଜଣେ ମାନ୍ୟଗଣ ବ୍ୟକ୍ତି। ଜଣେ ଧନୀ ବ୍ୟବସାୟୀ ମଧ୍ୟ। ତାଙ୍କ ପତ୍ନୀ ଗୀତା ଦେବୀ ଘରର ବଡ ବୋହୂ। ତାଙ୍କ ପ୍ରତି କାହାର ଆଦର ନଥାଏ। କାରଣ ସେ ଦୁଇଟି କନ୍ୟା ସନ୍ତାନର ଜନନୀ। ଶାଶୁ ଶ୍ବଶୂର ମଧ୍ୟ ତାଙ୍କୁ ହତାଦର କରନ୍ତି। ଟିକେ କିଛି ଭୁଲ୍ ହୋଇଗଲେ ତାଙ୍କୁ ଶୁଣିବାକୁ ପଡେ ଅନେକ କଥା। ଶାଶୁ ଦେଖେଇ ଶିଖେଇ ଅନେକ କଥା କୁହନ୍ତି। ସବୁବେଳେ କୁହନ୍ତି, " କେମିତି ଅଲକ୍ଷଣୀ ଝିଅଟିକୁ ବୋହୁ କରି ଆଣିଲି ସବୁ ପୁଅମାନଙ୍କର ପୁଅ ହେଲେ ମୋ ଅଜୁର ଦିଟା ଝିଅ।" 

   ନୀରବ ରହି ସବୁକିଛି ସହି ଯାଆନ୍ତି ଗୀତା। ଘରର ସମସ୍ତେ ଏପରିକି ଅଜୟ ବାବୁ ମଧ୍ୟ ଗାଳି କରନ୍ତି ତାଙ୍କୁ। ଝିଅ ଦୁଇଟିଙ୍କୁ କେବେ ସ୍ନେହ କରନ୍ତିନି କେହି।


ଦିନେ ସହିବାର ସୀମା ଟପି ଯିବାରୁ ସେ ଅଜୟ ବାବୁଙ୍କୁ କହିଲେ ," ଅଜୁ ତୁମକୁ କିଛି କହିବାର ଅଛି। ହଁ ବୋଲି କହିବାରୁ ଗୀତା ଦେବୀ ନିଜର ଲୁହ ଏବଂ କୋହ କୁ ଚାପି ନପାରି କହିଲେ," ତୁମେ ବି ଜଣେ ନାରୀଙ୍କଠୁ ଜନ୍ମ ହୋଇଛ। ତୁମର ଏହି ରକ୍ତ ମାଂସ ହାଡର ଶରୀର ଏକ ନାରୀ ଗର୍ଭରେ ତିଆରି ହୋଇଛି। ସେହି ନାରୀକୁ ତୁମେ ମା' ରୂପେ ଯେଉଁ ସ୍ନେହ ଆଦର ଦେଇ ପାରୁଛ ତାହାକୁ ଝିଅ ରୂପରେ ଦେବା ପାଇଁ ଏତେ କାର୍ପଣ୍ୟ କାହିଁକି?"

  ହଠାତ୍ ଏପରି ପ୍ରଶ୍ନରେ ଆଶ୍ଚର୍ଯ୍ୟ ଅଜୟ ବାବୁ କେବଳ ହତବାକ୍ ହୋଇ ଚାହିଁ ରହିଥିଲେ ଗୀତା ଦେବୀଙ୍କୁ । ଏପଟେ ଲୁଚି ଲୁଚି ସବୁ ଶୁଣୁଥିବା ଶାଶୁ ମଧ୍ୟ ପ୍ରାୟଶ୍ଚିତ ଅଗ୍ନିରେ ଜର୍ଜରିତ ହେଉଥିଲେ। ଏବଂ ଗୀତା ଦେବୀ ମନରେ ଗଢି ଉଠୁଥିଲା ପରିବାରର ମାନସିକତାରେ ପରିବର୍ତ୍ତନର ଆଶା ।


Rate this content
Log in

More oriya story from Biswajit Sahoo

Similar oriya story from Inspirational