STORYMIRROR

Biswajit Sahoo

Inspirational

3  

Biswajit Sahoo

Inspirational

ସଞ୍ଜ ସଳିତା

ସଞ୍ଜ ସଳିତା

1 min
275


  ଗାଁ ମୁଣ୍ଡରେ ଜଗନ୍ନାଥଙ୍କର ମନ୍ଦିର ଟିଏ। ମନ୍ଦିର ପଛପଟେ ସରିତାଙ୍କର ଛୋଟ କୁଡିଆ। ଆଉ ସଂସାର କହିଲେ ତାଙ୍କ ଏକମାତ୍ର ପୁଅ ଶିବୁ। ବାହାଘରର ଛଅ ମାସ ନ ପୁରୁଣୁ ଏକ ସଡକ ଦୁର୍ଘଟଣାରେ ସ୍ବାମୀ ସରୋଜଙ୍କର ପ୍ରାଣ ଚାଲିଗଲା। ଆଶ୍ବାସନା ପରିବର୍ତ୍ତେ ସରିତାଙ୍କୁ ମିଳିଲା ନିନ୍ଦା,ଅପବାଦ ଏବଂ ଅଲକ୍ଷିଣୀର ଆଖ୍ୟା। ଶାଶୁ ଘରୁ ବିତାଡିତ ହେବା ପରେ ତାଙ୍କ ଜୀବନ ଆହୁରି ଦୁର୍ବିସହ ହୋଇ ପଡିଲା। ଏହି ମନ୍ଦିରର ପୂଜକ ତାଙ୍କୁ ମନ୍ଦିର ପାଖରେ ରହିବା ପାଇଁ ଅନୁମତି ଦେଇଥିଲେ। ମନ୍ଦିରର ସମସ୍ତ କାର୍ଯ୍ୟ କରିବା ସହ ଫୁଲ ଏବଂ ଦୀପ ବ୍ୟବସାୟ ହିଁ ତାଙ୍କ ଜୀବିକା। ଏବେ ଶିବୁ କୁ ଛଅ ବର୍ଷ। ପୁଅ ପାଇଁ ସେ ସବୁ କିଛି ସହି ନେବାକୁ ପ୍ରସ୍ତୁତ। ହେଲେ ପୁଅ ଆଖିର ଲୁହ ସେ ସହି ପାରନ୍ତି ନାହିଁ

      ଦୀପାବଳି ଦିନ ସନ୍ଧ୍ୟାରେ ଦୋକାନ ବନ୍ଦ କରି ଘରକୁ ଆସି ଦେଖିଲେ ଯେ ଶିବୁ କାନ୍ଦୁଛି। କୋଳେଇ ନେଇ କାରଣ ପଚାରିବାରୁ ସେ କହିଲା," ବୋଉ! ସମସ୍ତଙ୍କ ଘରେ ଦୀପ ଜଳୁଛି, ବାଣ ଫୁଟୁଛି ସବୁଆଡେ ଆଲୋକ ହେଲେ ଆମ ଘର ଏତେ ଅନ୍ଧାର କାହିଁକି?" ସରିତା କେମିତି ବୁଝେଇବେ ଯେ ତାଙ୍କ ସ୍ବଳ୍ପ ଆୟରେ ଏତେ ଆଡମ୍ବରର ଆୟୋଜନ ସମ୍ଭବ ନୁହେଁ ବୋଲି। ସେ କହିଲେ,"ପୁଅ ତୁ ଯେବେ ପାଠ ପଢିବୁ , ଚାକିରି କରିବୁ,ସମାଜରେ ନିଜ ପରିଚୟ ସୃଷ୍ଟି କରିବୁ ସେତେବେଳେ ଆମେ ବି ଦୀପାବଳି ଧୁମଧାମରେ ପାଳିବା।" ସବୁ କିଛି ବୁଝିଯିବା ଭଳି ଶିବୁ ଆଖିରୁ ଲୁହ ପୋଛି ଦେଲା। ତା'ପରେ ସରିତା, ଶିବୁକୁ ନେଇ ବୃନ୍ଦାବତୀଙ୍କ ପାଖରେ ଅତି ଯତ୍ନରେ ଦୀପଟିଏ ଜାଳିଦେଲେ। ଘନ ଅନ୍ଧାକାରରେ ସଳିତାଟି ମିଞ୍ଜି ମିଞ୍ଜି ହୋଇ ଶେଷରେ ସ୍ଥିର ଶିଖାରେ ପରିଣତ ହେଲା। ଏହି ଶିଖା ସରିତାଙ୍କ ମନରେ ଭରିଦେଉଥିଲା ଆଶାର ଆଲୋକ ଯାହାକୁ ସାରା ଦୁନିଆଁର ଅନ୍ଧକାର ମଧ୍ୟ କବଳିତ କରି ପାରିବେ ନାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational