Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amit Bal

Abstract Classics Inspirational

5.0  

Amit Bal

Abstract Classics Inspirational

(୩)*ମାଲଗୁଡିର ସନ୍ଧ୍ୟାତାରା ସ୍ବାମୀ *

(୩)*ମାଲଗୁଡିର ସନ୍ଧ୍ୟାତାରା ସ୍ବାମୀ *

3 mins
422


     ଲେଖନୀ ମାଧ୍ୟମରେ ଆଧୁନିକ ଯୁଗରେ କାଳଜୟୀ ଚରିତ୍ରଟେ ସୃଷ୍ଟି କରିବା କିଛି କମ୍ କଥା ନୁହେଁ । ଲୋକ ସ୍ମୃତି ର ସଂପଦ,ଲୋକ ଚଳଣିର ଉପାଦାନ , ଏବଂ ସମାଜର ଦୃଢ଼ ଅଧ୍ୟୟନ ରୁ ହିଁ ଜନ୍ମ ଲାଭ କରେ ଏଭଳି ଚରିତ୍ର । ଜୀବନର ଆନନ୍ଦ ବିଷାଦ, ଭଲ ମନ୍ଦ , ପ୍ରାପ୍ତି ଅପ୍ରାପ୍ତି, ହାନି ଲାଭ ଆଦି ଦିଗକୁ ଆଲୋକିତ କରେ ସେ କାଳ୍ପନିକ ପାତ୍ର । ଚରିତ୍ରର ଭିତର ବାହାର ଶୁଦ୍ଧ ପବିତ୍ର ହେଲେ ସେ ସମୟ କ୍ରମେ ଐଶ୍ୱର୍ଯ୍ୟ ମଣ୍ତିତ ହୁଏ । କାହାଣୀରେ ଚରିତ୍ର ର ବାସ୍ତବତା ପ୍ରକାଶ ପାଏ । ଲୋକପ୍ରିୟତା ର ଅଭିବୃଦ୍ଧି ଘଟେ।ଶେଷରେ ଚରିତ୍ର ଅମର ହୋଇ ଯାଏ ।

         ମନକହେ ଆର୍.କେ.ନାରାୟନ୍ ଙ୍କ ରଚିତ ମାଲଗୁଡି ଡେଜ୍ ର (ସ୍ବାମୀନାଥନ) ସ୍ବାମୀ ଚରିତ୍ର ,ସେଇ ଭଳି ଏକ ବାସ୍ତବଧର୍ମୀ ସମୟ ଉପଯୋଗୀ କାଳଜୟୀ ନିଆରା ଚରିତ୍ର । ଯାହାକୁ ପାଠକ ପ୍ରତି ପିଢିରେ ଶ୍ରଦ୍ଧା ସ୍ନେହ ଦେଇ ଚାଲିଛି ଚାଲିଥିବ ଅତ୍ର ତତ୍ର ସର୍ବତ୍ର ।

         କାହାଣୀ ସ୍ବାଧୀନତା ପୂର୍ବର ଦକ୍ଷିଣ ଭାରତର ଏକ ସହରକୁ ନେଇ ଗତିଶୀଳ । ଜଣେ ଜଣାଶୁଣା ଓକିଲଙ୍କ ବଡ଼ ପୁଅ ସ୍ବାମୀ , ବୟସ ପାଖାପାଖି ଆଠ ନଅ ବର୍ଷ । ଖୁବ୍ ଶାନ୍ତ ସରଳ ସ୍ବଭାବ । ତା'ର ଶୃଙ୍ଖଳିତ ଜୀବନ ଧାରାକୁ ଲେଖକ ଜୀବନ୍ତ କରି ଗଢି ତୋଳିଛନ୍ତି । ଏତେ ବାସ୍ତବବାଦୀ ଶିଶୁ ଚରିତ୍ର ଭାରତୀୟ ଭାଷା ସାହିତ୍ୟରେ କ୍ଵଚିତ ଦେଖିବା ପାଇଁ ମିଳେ ।ଲାଗେ ଯେପରି ଏ କାହାଣୀ ନିଜର।ପ୍ରତ୍ୟେକ ଭାରତୀୟ ବାଳକର ନୀତିଦିନର ଘଟଣାବଳୀର ସମାହାର । ସତରେ ନାରାୟନ୍ ଙ୍କ ବର୍ଣ୍ଣନା ଚାତୁରୀ ଅତ୍ୟନ୍ତ ମନ୍ତ୍ର ମୁଗ୍ଧକର ।

         କଥାକାର ସ୍ବାମୀ ଚରିତ୍ର କୁ ଜୀବନ୍ତ କରିବାକୁ ସମସ୍ତ ଚେଷ୍ଟା ଆନ୍ତରିକତାର ସହ କରିଛନ୍ତି । ସ୍ବାମୀ ଖୁବ୍ ଶୃଙ୍ଖଳିତ । ତଥାପି ସୋମବାର ସକାଳୁ ସ୍କୁଲ୍ ନଯିବା ପାଇଁ ସେ ବି ସବୁ ପିଲାଙ୍କ ଭଳି , ଜେଜେମା ପାଖରେ ବାହାନା କରେ । ପୁଣି ବାପାକୁ ମଧ୍ୟ ଡରେ । ମଣି ସୋମୁ ଶଙ୍କର ରାଜମ୍ ସହ ବନ୍ଧୁତ୍ୱ ନିଭାଏ । ନିଜ ଧର୍ମରେ ସ୍କୁଲ ଶିକ୍ଷକଙ୍କ ଅଯଥା ହସ୍ତକ୍ଷେପ ର ପ୍ରତିବାଦ କରେ । ମୋଟାମୋଟି ଜୀବନକୁ ଅନୁଶାସନ ରେ ଜିଏ ।

        ସ୍ବାମୀ ବାପାର ସ୍ନେହକୁ ପ୍ରଶଂସା କରେ । ଛୋଟ ଭାଇକୁ ଗେହ୍ଲ କରି କୋଳରେ ଧରେ । ମା' କୁ ସାଙ୍ଗ ମାନଙ୍କ ପାଇଁ ଆଚାର ମାଗେ ।ରାତିରେ ଗପଶୁଣିବା ଲାଗି ଜେଜେମା କୁ ଜଗେ । କ୍ରିକେଟ ଖେଳାଳିବାକୁ ସ୍ବାମୀ ଖୁବ୍ ଭଲପାଏ । ସେଥିପାଇଁ ପାଠପଢା ସାରି ସେ ପ୍ରାକ୍ଟିସ୍ କରିବାକୁ ବି ଯାଏ । ଖୁସିରେ ଜେଜେମା କୁ କହେ ସେ ମାଲଗୁଡି କ୍ରିକେଟ ଟିମର ଭାଇସ କ୍ୟାପଟେନ୍ । ସେ ଅପନିଙ୍ଗ ବୋଲର ଏବଂ ବ୍ୟାଟ୍ସମ୍ୟାନ୍ ।

       ହଠାତ୍ ଦିନେ ସ୍ବାମୀ ଭାରତୀୟ ସ୍ବାଧୀନତା ଆନ୍ଦୋଳନ କୁ ଅତି ପାଖରୁ ଦେଖେ । କେହି ଜଣେ କହେ ତା' ପାଖେ ।ସେ ପିନ୍ଧିଥିବା ଟୋପି ମଧ୍ୟ ବିଲାତର। ସେ ତାକୁ କାଢି ଫିଙ୍ଗି ଦିଏ ନିଆଁ ଭିତରକୁ , ଭାବି ଦେଇ ତାକୁ ବି ପର । ହଁ ସେ ବି ଦେଶପ୍ରେମୀ , ପୂଜାକରେ ମାତୃଭୂମିର । 

       ନିଶ୍ଚିତରେ ସ୍ୱାମୀର ଚରିତ୍ର କୁ ପଢୁ ପଢୁ ମଣିଷ କିଛି ସମୟ ପାଇଁ ହେଲେ ବି ମାଲଗୁଡି଼ରେ ହଜିଯାଏ । ସ୍ବାମୀ ଓ ତା' ସାଙ୍ଗ ମାନଙ୍କ ସହ ମଜ୍ଜିଯାଏ । ଜୀବନ ସହଜ ସୁନ୍ଦର ମନେହୁଏ । ସତେକି ବିନା ଓ୍ବାଇଫାଇରେ ହୃଦୟ ବଞ୍ଚିବା ଶିଖିଯାଏ । ମନରେ ଭାବନା ଆସେ , ଏମିତି ବି ଦିନ ଥିଲା, ନା ଏସବୁ କଳ୍ପନା ଭଲା ! ହୋଇଥାଉ କଳ୍ପନା , ସେ କଳ୍ପନାରେ ବି ଜୀବନ ଥିଲା , ରାତି ଥିଲା , ସ୍ବପ୍ନ ଥିଲା । ଜିଇଁ ବାର ଜିଜୀବିଷା ଥିଲା ।

      ଆର୍.କେ.ନାରାୟନ୍ ଏକ ସାଧାରଣ ଜୀବନକୁ ଚରିତ୍ରରେ ଢାଳି ଥିଲେ । ସ୍ନେହ ପ୍ରେମ ଅନୁଶାସନ ଦେଇ ନିଜ ମାନସ ଚକ୍ଷୁ ରେ ସେ ସ୍ବାମୀ କୁ ପାଳିଥିଲେ । ଅଜାଡ଼ି ଦେଇଥିଲେ ନିଜର ସ୍ବର୍ବସ୍ବ ତା'ର ଗଢଣରେ । ତେବେ ଯାଇ ସେ ସାମିଲ ହୋଇଥିଲା ସହସ୍ର ଜନ ମାନସରେ ।

      ଆଜି ବି ମନେହୁଏ ସ୍ବାମୀ ଆମ ଆଖ ପାଖର ଚରିତ୍ର । ଏଇ ଯେମିତି ଏବେ ଦେଖା ହୋଇଯିବ ତା' ସହ ।ଆଉ ଲାଗିଯିବ ତା'ଠାରେ ମୋହ । ଜାଣିବାକୁ ମିଳିବ ଅନେକ ଅଜଣା ଅଶୁଣା କାହାଣୀ । ଖୋଲି ଦେବ ଯେବେ ସେ ଗପର ମୁଣି । ଏବେ ବି ସେ ଖୁବ୍ କଥା କହୁଥିବ ଏବଂ ସେଇ ସରଳତା ଉତ୍ସୁକତା ଭରା ତା' ଚାହାଁଣୀର, ଚାହିଁ ରହୁଥିବ । ସତରେ ହୁଏତ ବସି ଥିବ ସେଇ ସରାୟୁ ନଦୀ କୂଳରେ , ଧୋତି କୁର୍ତ୍ତା ଟୋପି ପିନ୍ଧି , ହାତେ ହାତ ଛନ୍ଦି ନିଜ ସାଙ୍ଗ ସାଥି ମେଳରେ ।

       ଏମିତିରେ ବି ଲୋଡ଼ା ନାହିଁ ତା'ର ପରିଚୟ । ସେ ରହିଥିବ ଭାରତୀୟ ସାହିତ୍ୟ ଆକାଶେ ଚିରଦିନେ ଉଜ୍ଜ୍ୱଳ ନକ୍ଷେତ୍ରଟେ ହୋଇ , ଆଗାମୀ ପିଢ଼ିକୁ ସ୍ପୃହା ଦେବା ପାଇଁ ।ସମୟର ବିସ୍ତୀର୍ଣ୍ଣ ପ୍ରାନ୍ତରେ , ପ୍ରତି କ୍ଷଣେ ପ୍ରତି ମୂହୁର୍ତ୍ତରେ ।     



Rate this content
Log in

Similar oriya story from Abstract