Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅବୋଲକରା କାହାଣୀ - ୪
ଅବୋଲକରା କାହାଣୀ - ୪
★★★★★

© ଓଡିଆ ଶିଶୁ ଗପ

Children

4 Minutes   7.1K    16


Content Ranking

ନାରୀ ମାୟା ଦେବେ ଅଗୋଚର

ରାତ୍ରି ପାହି ଗଲା । ସହଳ ସହଳ ଚତୁର ବ୍ୟଙ୍ଗକାର ଶଯ୍ୟାତ୍ୟାଗ କରି ଡାକ ପକାଇଲେ ।

ଉଠ ଅବଲୋକରା ପାହିଲା ରାତି

ଯିବା ତୀର୍ଥ ଜାଣ ଚଂଚଳ ମତି ।

ଉପଦେଷ୍ଟାଙ୍କର ପାଟି ଶୁଣିବା ମାତ୍ରେ ଅବୋଲକରା ଉପଦେଷ୍ଟାଙ୍କର ସମସ୍ତ ଗଣ୍ଠିଲି ପତ୍ର କମ୍ବଳାଦି ଧରି ବାହାରି ପଡିଲା । ଏହା ପରେ ଚତୁର ବ୍ୟଙ୍ଗକାର ଆଗେ ଆଗେ ଚାଲିଲେ । ପଛେ ପଛେ ଚାଲି ଥାଏ ଅବୋଲକରା ।

ଏମିତି କିଛି ବାଟ ଚାଲୁ ଚାଲୁ ଉତ୍କଳ ରାଜ୍ୟ ସମାପ୍ତ ହେଲା । ଉତ୍କଳର ସୀମା ବାହାରକୁ ଯିବା ପରେ ଉପଦେଷ୍ଟାଙ୍କ ଦୃଷ୍ଟିକୁ ଏକ ରମଣୀୟ ସ୍ଥାନ ଦେଖା ଗଲା । ସ୍ଥାନଟି ନାନା ପ୍ରକାର ପୁଷ୍ପ ଫଳ ବିମଣ୍ଡିତ ବୃକ୍ଷ ଲତାରେ ପରିପୂର୍ଣ୍ଣ । ସ୍ଥାନଟି ସମ୍ପୂର୍ଣ୍ଣ ନିକାଂଚନ ଥିବାରୁ ନାନା ପ୍ରକାର ପକ୍ଷୀ ମାନଙ୍କର ଭୟ ହୀନ ବିଚରଣ ଥାଏ । ସେଠାରେ ପକ୍ଷୀ ମାନଙ୍କର ନାନା ପ୍ରକାର କଳରବ ଶୁଭୁ ଥାଏ । ଆଉ ମଧ୍ୟ ଚତୁର ବ୍ୟଙ୍ଗକାର ଦେଖିଲେ ଏପରି ଏକ ସୁଶୋଭନୀୟ ସ୍ଥାନରେ ସେହି ରାଜ୍ୟ ଜମିଦାରଙ୍କ ଦ୍ୱାରା ଏକ ସୁନ୍ଦର ଧର୍ମଶାଳା ନିର୍ମାଣ ହୋଇଛି । ଚତୁର ବ୍ୟଙ୍ଗକାର କହିଲେ – ଦେଖତ ଅବୋଲକରା ଏହି ଧର୍ମଶାଳାଟି ଖୁବ୍ ଭଲ ହୋଇଛିକିନା?

ଅବୋଲକରା ସେହି ଧର୍ମଶାଳାଟିକୁ ଦେଖି ଖୁବ୍ ଖୁସିଟିଏ ହୋଇ ଯାଇ କହିଲା ବାଃ କି ସୁନ୍ଦର ଘର! ଆମେ ଏହି ସ୍ଥାନରେ ଦୁଇ ଚାରି ଦିନ ବିଶ୍ରାମ ନେଲେ ଭଲ ହୁଅନ୍ତା । ଚତୁର ବ୍ୟଙ୍ଗକାର ଅବୋଲକରା ଠାରୁ ଏପରି ଶୁଣିବା ପରେ କହିଲେ –

ରହ ବୋଲକରା ଶ୍ରୁତିକୁ ଶୁଣି

ସ୍ଥାନୀୟ ଦେବତା ପୂଜିବା ଏଠାରେ ଜାଣି ।

ବଡ ମନୋରମ ଅଟଇ ଏ ସ୍ଥାନ

ବସି ଲଗାଇବା ପ୍ରଭୁଙ୍କୁ ଧ୍ୟାନ ।

ଅବୋଲକରା ଗୃହ ମଧ୍ୟକୁ ପଶି ଯାଇ ପରିଷ୍କାର କରି ଆଣି ଗଣ୍ଠିଲିକୁ ଥୋଇ ଦେବା ପରେ ଚତୁର ବ୍ୟଙ୍ଗକାର ଆଦେଶ କଲେ ଯେ – ତୁ ଯା, ଯଥା ଶୀଘ୍ର ପାଖ ହାଟରୁ ଡାଲି ତଣ୍ଡୁଳ କୋଶଳା ଶାଗ ଆଉ କିଛି କଂଚା କଦଳି ଧରି ଚାଲିଆ । ମୁଁ ସ୍ନାନାଦି କାର୍ଯ୍ୟ ସମାପନ କରୁଛି ।

ଉପଦେଷ୍ଟାଙ୍କ ଠାରୁ ପଇସା ଓ ମୁଣା ଧରି ଅବୋଲକରା ଆଉ ମୁହୂର୍ତେ ମଧ୍ୟ କାଳ ବିଳମ୍ବ ନକରି ଶୀଘ୍ର ଶୀଘ୍ର ଚାଲି ଗଲା ପାଖରେ ଥିବା ହାଟକୁ । ହାଟରେ ପହଁଚି ସମସ୍ତ ସଉଦା କିଣି ସାରି ଧର୍ମଶାଳାକୁ ଫେରି ଆସିବା ବାଟରେ ସଂନ୍ଧ୍ୟା ହୋଇ ଗଲା । ସେଥି ଲାଗି ତରବରିଆ ଭାବରେ ଆଗକୁ ଆଗକୁ ପାଦ ପକାଉ ଥାଏ । ଏମିତି ଚାଲି ଚାଲି ଆସୁ ଆସୁ ପଥ ମଧ୍ୟରେ ତା’ର ପାଦଟା ଅଟକି ରହି ଗଲା । ସେ ଦେଖିଲା ପଥ ପାଶ୍ୱର୍ରେ ଏକ ଖୁବ୍ ମନୋରମ ପୁଷ୍କରିଣୀ । କିନ୍ତୁ ପୁଷ୍କରିଣୀ ମଧ୍ୟରେ ଖୁବ୍ ସୁନ୍ଦର ନୀଳ ପଦ୍ମ ଗୋଟିଏ ଫୁଟି ମଉଳି ଯିବାକୁ ବସି ଥାଏ । ପୁଷ୍କରିଣୀ ଚତୁଃପାଶ୍ୱର୍ରେ ମୁଗୁନି ପଥରର ପ୍ରାଚୀର । ଆଉ ପୁଷ୍କରିଣୀର ତୁଠଟି କେବଳ ଶଙ୍ଖ ମଲମଲ ପଥର ଦ୍ୱାରା ନିର୍ମାଣ ହୋଇଛି । ଚାରି ପାଶ୍ୱର୍ରେ ଖୁବ୍ ସୁଗନ୍ଧ ଯୁକ୍ତ ଫୁଲ ଗଛ ଗୁଡିଏ ଲଗା ଯାଇଛି । ସୁଲୁ ସୁଲିଆ ପବନ ବହୁଛି । ଏପରି ଏକ ମନୋରମ ସ୍ଥାନ ଆଉ କେଉଁଠାରେ ଅବୋଲକରା ଆଗରୁ ଦେଖି ନଥିଲା ।

ସ୍ଥାନଟି ଅବୋଲକରାକୁ ଖୁବ୍ ଭଲ ଲାଗିଲାରୁ ଅବୋଲକରା ପୁଷ୍କରିଣୀ ପାଖକୁ ଯାଇ ଦେଖିଲା ଯେ, ତୁଠର ଅନତୀ ଦୂରରେ ଶଙ୍ଖ ମଲ ମଲ ପଥରରେ ନିର୍ମିତ ଚଉତରା ଉପରେ ଏକ ସୁନ୍ଦରୀ ଉଲଗ୍ନା ନାରୀର ମୂର୍ତ୍ତି ରହିଛି । ଆଉ ମୂର୍ତ୍ତିର ପାଶ୍ୱର୍କୁ ଲାଗି ରହିଥିବା ଫଳକରେ ଲେଖା ଯାଇଛି –

“ନାରୀଣାଂ ମାୟାବିନୀଶ୍ଚ ନାରୀ ମାୟା ଦେବେ ଅଗୋଚର ।” ପୁଣି ଲେଖା ଯାଇଛି “ମୂର୍ତ୍ତିକୁ ସ୍ପର୍ଶ କରନ୍ତୁ ନାହିଁ, ବିପଦ” ।

ଏହା ଦେଖି ଅବୋଲକରା ବିଚଳିତ, ଅସ୍ଥିର ହୋଇ ଏହାର କାରଣ ଜାଣିବା ନିମନ୍ତେ ସେ ଉପଦେଷ୍ଟାଙ୍କ ପାଖକୁ ଧାଇଁବାକୁ ଲାଗିଲା ।

ଅବଲୋକରା ଧଇଁ ସଇଁ ହୋଇ ଆସି ଠିଆ ହେବାରୁ ଚତୁର ବ୍ୟଙ୍ଗକାର ପଚାରିଲେ – କ’ଣ ହେଲାକିରେ ବୋଲକରା, ଦୀର୍ଘ ନିଃଶ୍ୱାସ ନେଉଛୁ । ଅବୋଲକରା କହିଲା – ଆଶ୍ଚର୍ଯ୍ୟ, ସବୁ ଆଶ୍ଚର୍ଯ୍ୟ । ଏଡେ ସୁନ୍ଦର ପୁଷ୍କରିଣୀ, ଜଳ ଅମୃତ ପ୍ରାୟ । ଶଙ୍ଖ ମଲମଲ ପଥରରେ ତୁଠ ପାବଚ୍ଛ । ସେଥିରେ ପୁଣି ସୁନ୍ଦରୀ ସ୍ତ୍ରୀର ଉଲଗ୍ନ ମୂର୍ତ୍ତି । ପୁଣି ତାକୁ ସ୍ପର୍ଶ କରିବାକୁ ମନା । ଏମିତି ହେବାର କାରଣ କ’ଣ ଚତୁର ବ୍ୟଙ୍ଗକାର । ଚତୁର ବ୍ୟଙ୍ଗକାର କହିଲେ – ବ୍ୟସ୍ତ ହୁଅ ନାହିଁ । ନିତ୍ୟ କର୍ମତ ସାରିଲଣି । ଅଳ୍ପ ଗଣ୍ଡିଏ ରୋଷେଇ କରି ଦେବା । ତା’ପରେ ଖାଇ ପିଇ ଦେଇ ଫାଙ୍କାରେ ବସି ଯିବା ଆଉ ମୁଁ ଏହାର କାରଣ ଗୋଟି ଗୋଟି କରି ତୋତେ କହି ଦେବି । ଖିଆ ପିଆ କାମ ସରି ଯିବାରୁ ଚତୁର ବ୍ୟଙ୍ଗକାର କହିଲେ ଏବେ –

ବସ ଅବୋଲକରା ମନକୁ ଧରି

କହିବା କଥାତା କେଡେ ସୁନ୍ଦରୀ

ଉଲଗ୍ନା କାମିନୀ ଛାଡି ଯାମିନୀ

ଉଭା ହୋଇ ଅଛି ଦିବସ ଜାଣି ।

ଅଳକା ପୁର ନାମରେ ଏକ ରାଜ୍ୟ ଥିଲା । ସେହି ରାଜ୍ୟକୁ ଶାସନ କରୁ ଥିଲେ ରାଜା ଅମର୍ତ୍ୟ ସେନ । ରାଜା ଅମର୍ତ୍ୟ ସେନ ଥିଲେ ଜଣେ ଧାର୍ମିକ, ନ୍ୟାୟବନ୍ତ ଓ ପ୍ରଜା ପାଳକ । ପ୍ରଜା ତଥା ଦେଶ ବିଦେଶରୁ ଆସୁଥିବା ଲୋକ ମାନଙ୍କ ରହିବାର ସୁବିଧା ନିମନ୍ତେ ସେ ଏକ ସୁନ୍ଦର ଧର୍ମଶାଳା ନିର୍ମାଣ କଲେ । ସ୍ନାନାଦି କାର୍ଯ୍ୟ ସମାପନ ନିମନ୍ତେ ପାଖ ଦେଶରେ ଏକ ସୁନ୍ଦର ପୁଷ୍କରିଣୀ ଖନନ ମଧ୍ୟ କଲେ । ପୁଷ୍କରିଣୀର ସୌନ୍ଦର୍ଯ୍ୟତା ନିମନ୍ତେ ଚାରି ପାଶ୍ୱର୍ରେ ନାନା ପ୍ରକାର ପୁଷ୍ପ ଫଳର ବୃକ୍ଷ ଲଗାଇଲେ ।

ଦିନକର କଥା ରାଜା ଅମର୍ତ୍ୟ ସେନ ଇଣ୍ଡିଆ ଭ୍ରମଣରେ ଯାଇ ସୁବର୍ଣ୍ଣାନନ୍ଦ ନାମକ ଏକ ରାଜ୍ୟରେ ପହଁଚିଲେ । ସେ ରାଜ୍ୟରେ ରାଜାଙ୍କର ଏକ କନ୍ୟା ଥିଲା । କନ୍ୟାର ଅପୂର୍ବ ସୁନ୍ଦର ରୂପ ଦେଖି ରାଜା ମୋହିତ ହୋଇ ପଡିଲେ ।

ଏହା ଛଡା ରାଜ କନ୍ୟାର ନାମ ଥିଲା ମାୟାବତୀ । କନ୍ୟାଙ୍କର ନାମ ଯେପରି କାର୍ଯ୍ୟ ମଧ୍ୟ ଠିକ୍ ସେହି ପରି ଥିଲା । ରାଜ କୁମାରୀ ମାୟାବତୀ କିଛି ମାୟା କରିବା ଜାଣି ଥିଲେ । ପଶୁ ପକ୍ଷୀ ମନୁଷ୍ୟ ଏପରି ସେ ଯାହାଙ୍କ ପ୍ରତି ଆକୃଷ୍ଟ ହୁଅନ୍ତି ତାହାଙ୍କୁ ନିଜର ମନ୍ତ୍ର ବଳରେ ମାୟାରେ ବଶୀଭୂତ କରି ରଖନ୍ତି । ପ୍ରତି ଦିନ ସେ ନୂଆ ନୂଆ ପୁରୁଷଙ୍କୁ ନିଜ ମାୟାରେ ବଶୀଭୂତ କରନ୍ତି । ରାତ୍ର ହେଲେ ତାଙ୍କ ସହିତ ରତି କ୍ରୀଡା କରନ୍ତି । ପୁଣି ସକାଳ ହେଲେ ସେହି ପୁରୁଷ ଜଣଙ୍କର ମୃତ୍ୟୁର ଶରୀର ବାହାରକୁ ଆସେ । ଏପରି କାହିଁକି ହୁଏ, ରାଜ କୁମାରୀ ଅନ୍ୟାୟ ଭାବରେ କାହିଁକିବା ସେ ପୁରୁଷର ମରଣ ଦେଖନ୍ତି, ତାହା ହେଉଛି ଏକ ବିସ୍ମୟର କଥା । ସେ କଥା ହେଲା ରାଜ କୁମାରୀ ସିନା ପ୍ରତିଦିନ ନୂଆ ନୂଆ ପୁରୁଷକୁ ନିଜର ବଶ୍ୟ କରି ନିଜର ମନୋ କାମନା ପୂରଣ କରନ୍ତି, ହେଲେ ଆଉ ଏକ ମାୟା ନାମକ ରାକ୍ଷାସ ପ୍ରତିଦିନ ରାଜ କନ୍ୟାଙ୍କ ପାଖକୁ ଆସେ । ରାଜ କୁମାରୀ ଯେଉଁ ପୁରୁଷ ମାନଙ୍କ ସହିତ ରାତ୍ରିରେ ରତିକ୍ରୀଡା କରି ସାରି ଲୁଚାଇ ରଖନ୍ତି । ମାୟା ରାକ୍ଷାସ କିନ୍ତୁ ମନୁଷ୍ୟ ମାନଙ୍କର ଗନ୍ଧ କୌଣସି ପ୍ରକାରେ ଜାଣି ପାରି ରାଜ କୁମାରୀଙ୍କ ଅନ୍ତଃପୁରେ ଖୋଜି ଖୋଜି ସେ ମନୁଷ୍ୟକୁ ହିଂସାପରାୟଣତା ହୋଇ ମାରି ଦିଏ । ତାପରେ ରାଜ କୁମାରୀଙ୍କ ସହିତ ରତି କ୍ରୀଡା କରି ସାରି ଚାଲି ଯାଏ ।

ଅବୋଲକରା ନାରୀ ମାୟା

Rate the content


Originality
Flow
Language
Cover design

Comments

Post

Some text some message..