Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ashok Digal

Romance

1.0  

Ashok Digal

Romance

ପ୍ରଥମ ବର୍ଷା

ପ୍ରଥମ ବର୍ଷା

4 mins
7.2K


ଆକାଶ ମଳିକ ଫୁଲମାଳ ଜିଲ୍ଲାର ସବ୍ ଡିଭିଜନ ବାଲିଗୁଡା଼ ସହରର ଅନତି ଦୂର ନିପଟ ମଫସଲ ଗାଁରେ ଜନମ ।ପିଲାଟି ବେଳରୁ ବାପା ନାହାଁନ୍ତି। ସେ ଯେବେ ମାତୃ ଗର୍ଭରେ ଥିଲା।ସେତେବେଳରୁ ହିଁ ବାପାଙ୍କ ବିୟୋଗ ହୋଇସାରିଛି। ପିତୃହୀନ ଆକାଶ ବାପା ଶବ୍ଦଟି ଶୁଣୁଛି ହେଲେ ଧରିବାର କେବେ ସୁଯୋଗ ପାଇନି। ହେଲେ ଅନେକ ଥର ବାପାଙ୍କ ନାମ ଗବେଡା଼ ମଳିକ କାଗଜରେ ଲେଖିଛି ।ସେହି ଚିର ଅଭୁଲା ନାମ ଜାରଜ ସୁତ ଠାରୁ ମୁକ୍ତି ଦେଇଛି।ତେଣୁ ସେ ବାପାଙ୍କୁ ଧନ୍ୟବାଦ ସାଙ୍ଗେ ଇଶ୍ଵରପାଶେ ପ୍ରାର୍ଥନା କରୁଛି।ଆଉ ମାଁ ମ୍ଡିଆଲୀ ମଳିକ କେବେ ଆକାଶର ଯତ୍ନ ପ୍ରେମ ଓ କର୍ତ୍ତବ୍ୟରେ ଅବହେଳା କରିନି।ଗାଁ ପିଲାମାନେ କୋଉ ସ୍କୁଲରେ ପଢନ୍ତି ସେହି ସ୍କୁଲରେ ମାଁ ଭର୍ତ୍ତି କରିଛି।ସେମାନଙ୍କ ପରି ଭଳିକି ଭଳି ରଙ୍ଗ ବେରଙ୍ଗର ପୋଷାକ ଯୋଗାଡି଼ଛି।ଏମିତି ଅନେକ ଦୁଃଖ ସୁଖ ଉତ୍ଥାନ ପତନରେ ବିତିଯାଇଛି ଷୋହଳ ବରଷ।ଆକାଶର ମଧ୍ୟ ସେହି ବର୍ଷ୧୦ମ ଶ୍ରେଣୀରେ ପ୍ରଥମ ଶ୍ରେଣୀରେ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଛି।ପ୍ରଥମରୁ ଦଶମ ଘର ଛାଡ଼ି ଦୂର ଆଶ୍ରମରେ ରହିଛି।ଦୀର୍ଘ ଦଶ ବର୍ଷ କାଳ ମାଁ ମ୍ଡିଆଲୀ ଡିବି ଆଲୁଅ ଓ ମିଞ୍ଜି ମିଞ୍ଜି ନିଆଁ ଖୁଣ୍ଟର ଅନ୍ଧାର ଘରେ ଏକଲାରେ କଟିଛି।

ସେକାଳ ଠୁ ଏକାଳରେ ଅନେକ ପ୍ରଗତି ଘଟିଛି ଗାଁ ସାରା ପକ୍କାଘର, ବିଜୁଳି ଓ ପିଚୁ ସଡ଼କ। ପ୍ରତି ଗାଁରେ ଦୁଇ ତିନୋଟି ଅଟୋ ।ତେଣୁ ଗମନାଗମନକୁ ଅସୁବିଧା ନାହିଁ।

(ତେଣୁ ଆକାଶକୁ ମାଁ ମ୍ଡିଆଲୀ କୁହେ)

-ବାବୁ ଇନୁ ଈନୁ ଇଦେଏ ଇଜ ରାହିଆଜାନା ପଡି଼ ଆମୁ

(ପୁଅ ରେ ତୁ ଏବେ ଘରେ ରହି ପାଠ ପଢ଼)

-ମୁଁ ଏକେଲା ହୋଇଯାଉଛିରେ।ତୁ ତ ଏବେ ବଡ଼ ହେଇ ଗଲୁଣି।ମୁଁ ବି ଏବେ କାମଧାମ ଏତେ ପାରୁନି।ତେଣୁ ତୁ ଟିକେ କାମରେ ସାହାଯ୍ୟ କରି କଲେଜ ଯିବୁ।

ସେହି ବୈଶାଖ ଶେଷରେ ପ୍ରଥମ ବର୍ଷା ଆସିଲା, ଧରଣୀ ରାଣୀ ଓଦା ହେଲା।ଶୀତେ ଶିହଁରୀ ସାରା ପୃଥିବୀକୁ ସବୁଜ କରିଦେଲା।ଫଟା ଜମିକୁ ଗାଁ ଲୋକେ ଚଷୀ ବାକୁ ଆରମ୍ଭ କଲେ।

(ଏହା ଦେଖି ଆକାଶ ମାଁ କୁ କହିଲା।)

-ମାଁ ମୁଁ ବି ଚାଷ କରି ଯିବି।କୋଉଠି ଆମ ଜମି ଅଛି ଦେଖେଇ ଆ?!

-ନାହିଁ ପୁଅ ଆମ ଜମି ତୋ ବାପା ଶୁଦ୍ଧିରେ ରୋଗନାରରେ ଓ ତୋ ପାଠ ପଢ଼ା ଆଦିରେ ସବୁ ତକ ବନ୍ଧା ରଖି ଦେଇଛି।

ଆକାଶ ମାମୁଁ-ଆକାଶ ତୁ ତ ବଡ଼ ହେଲୁଣି।ତୋ ଠୁ ସାନ ବାହା ହେଲେଣି, ସେମିତି ତୁ ବି ତୁ ବି ତୋ ସ୍ତ୍ରୀ ସାଙ୍ଗରେ କାମଧନ୍ଦା କରି ଜମି ମୁକୁଳାଇ ଆରାମରେ ଘରେ ରହ। ଏଣିକି ତୋ ମାଁ ବି କାମ କରିବାକୁ ଅସମର୍ଥ।

-ନାହିଁ ମାମୁଁ ଏତେ ଅର୍ଥ କଣ ଗାଁରେ ଖଟି ମିଳିବ?!ବହୁ ସମୟ ଲାଗିବ। ଆମ ଋଣକୁ ପର ଝିଅ କଣ ପାଇଁ ଗଧପରି ଖଟି ସୁଝିବ।ଆମ ଅଭାବ ଆମେ ପରିଶୋଧ କରିବା। ଏଣେ ମୋର ବି ବାହା ବୟସ ହୋଇନି।

-ମାଁ ଦଶବର୍ଷ କାଳ ତ ମତେ ଛାଡ଼ି ରହି ପାରିଲୁ ଏଣିକି ଆଉ ଏକ ବର୍ଷ ରହିଯା, ମୁଁ କେରଳ ଯାଇ ଜମି ମୁକୁଳାଇ ଘର କାମକରି ପାଠ ପଢିବି ନିଜ ଜମି ଥାଇ ପର ଜମିରେ ମୂଲ ଲାଗିପାରିବିନି ମାଁ!।

---ବର୍ଷେ କେରଳ ରହିଲା ପରେ---

ଆକାଶ ଗାଁକୁ ଆସି ନିଜ ଜମିରେ କାମକରି+୨ ବର୍ଷ ସାରିଦେଲା ।

ଖରା ଛୁଟିର ବେଳ ସାଙ୍ଗ ସାଥି ସହ ଆକାଶ ଅନେକ ମସ୍ତି କରେ।ଅନେକ ଯାନିଯାତରା ସାଙ୍ଗ ସାଥିରେ ଦେଖିଯାଏ। ଥରକର ଘଟଣା ଦଣ୍ଡ ଯାତରା ସମୟ ଚାଲିଥାଏ, ଆକାଶ ସାଥିସହ ଦଣ୍ଡ ନାଚ ଦେଖି ଯାଇଥାଏ। ବାଘନାଚ ଚାଲିଥାଏ।ବାଘ ଦେଖି ଡରରେ ଗୋଟେ ଝିଅ ଆକାଶ ଛାତିରେ ଧକ୍କା ଦିଏ।ଆକାଶ ଝିଅଟିକୁ ଦେଖେ ଝିଅଟି ମଧ୍ୟ ଆକାଶକୁ ନିରିଖି ଦେଖୁଥାଏ।ସୁନ୍ଦରୀ ତରୁଣୀଟେ ଗୋଲ ଗାଲ ଚେହେରା ଆକାଶ ଛାତିରେ ଧକ୍କା ନୁହେଁ, ଶକ୍ତ ଗୁଳିଟେ ମାରିଦେଲା।ଆକାଶର ସାଥିମାନେ ହସିଦେଲେ ଓ ଚିଡା଼ ଚିଡି଼ ଆରମ୍ଭ କରିଦେଲେ । ଝିଅର ସାଙ୍ଗମାନେ ମଧ୍ୟ ସେ ଝିଅକୁ ତଦୃପ କଲେ।ଆକାଶର ସାଥି ଓ ଝିଅର ସାଥିମାନେ ସଙ୍ଗେ ସଙ୍ଗେ ପରିଚୟ ହୋଇଗଲେ। ଏମିତି ଦୁଇ ତିନି ଦିନ ମେରୁ ପର୍ଯ୍ୟନ୍ତ ସମସ୍ତେ ନାଚ ମିଳିମିଶି ଦେଖିବା ଭିତରେ ନିଜ ନିଜକୁ ସଭିଏଁ ପୂର୍ଣ୍ଣ ରୂପେ ଚିହ୍ନି ଗଲେ।ଦିନେ ସମସ୍ତେ ଧାର୍ଯ୍ୟ କଲେଯେ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି ବୁଲିଯିବା ।ତାରିଖ ଧାର୍ଯ୍ୟ ହେଲା।ଧାର୍ଯ୍ୟ ଦିନଟି ଆସିଗଲା। ବାଲିଗୁଡା଼ ବସଷ୍ଟାଣ୍ଡରେ ସମସ୍ତେ ଜମା ହୋଇଥାନ୍ତି, ହେଲେ ଆକାଶର ତରୁଣୀ ବର୍ଷା ଡେରିରେ ଥାଏ ।ତେଣୁ ଆକାଶ ସମସ୍ତ ସାଥିଙ୍କୁ କହିଲା କି,ତମେ ଯାଉଥାଅ ମୁଁ ଆଉ ବର୍ଷା ମିଶିକି ଆସିବୁ।ବର୍ଷା ଆଉ ଆକାଶ ଦ୍ଵିତୀୟ ଗାଡି଼ରେ ଚଢ଼ି ଦେଢ଼ ଘଣ୍ଟାର ଯାତ୍ରା ପରେ ଦାରିଙ୍ଗବାଡି ପହଞ୍ଚିଗଲେ ।ସାଙ୍ଗମାନଙ୍କୁ ଖୋଜିଲେ କେହି ମିଳିଲେନି, ଫୋନ କରି ପଚାରି ବୁଝିଲେଯେ ସେମାନେ ରାଇକିଆ ଯାଇଛନ୍ତି ନୂଆ ସିନେମା"ତୁ ମୋ ଲଭ ଷ୍ଟୋରୀ" ଦେଖି ବାକୁ।ଧାର୍ଯ୍ୟ ଥିଲା ଦାରିଙ୍ଗବାଡି ରହିବାକୁ ହେଲେ ତାଙ୍କ ସମ୍ପର୍କୀୟ ଆସିନ ନ ଥିବାରୁ ହଟେଲରେ ରହିବାକୁ କାହିଁକି ନା ଘରକୁ ଗଲେବି ରାତିହବ ଯାଇହବନି। ପାହାଡ଼ ଦୃଶ୍ୟର ସୁନ୍ଦରତା ଦେଖୁ ଦେଖୁ ରହିବା ଯିବା କଥା ଭୁଲିଗଲେ। ଗୋଟିଏ ପାଣି କୁଣ୍ଡରେ ଦୁଇଟି ବଣି ପକ୍ଷୀ ଗାଧୋଉ ଥାନ୍ତି ସେମାନଙ୍କ ସ୍ନେହର ପରଶ ଦେଖି ଆକାଶ ମଧ୍ୟ ବର୍ଷା ସଙ୍ଗେ ଭିଜିଲେ ଭଲ ହୁଅନ୍ତା ମନେ ମନେ ଭାବୁଥାଏ ।ସେମାନେ ବୁଲୁଥିବା ସମୟରେ ଧିରେ ଧିରେ ଘଟିଗଲା କଳା କଳା ବାଦଲ ହଠାତ ଭୟଙ୍କର ପବନ ସଙ୍ଗେ ବର୍ଷା ଓ ପ୍ରଚଣ୍ଡ ଘଡ଼ଘଡି଼ । ଚମକି ଗଲା ବର୍ଷା ହଠାତ ନଜାଣି ନଶୁଣି ଜାବୁଡ଼ି ଧରିଲା ଆକାଶକୁ ,ଏଣେ କେବେ କୌଣସି ଝିଅର ପରଶ ପାଇ ନଥିବା ଆକାଶ ଦେହରେ ଯେବେ ବର୍ଷାର ତୁଳାପରି ଦେହ ଲାଗିଛି ।ଆକାଶ ଦେହରେ ଛାଇ ଯାଇଛି ଶୀତ କଣ୍ଟା ଆଉ ଦେହସାରା ପ୍ରବାହିତ ହୋଇଯାଇଛି ବିଦ୍ୟୁତ। ହାତରେ ନଥାଏ ଛତା ,ଦୁହେଁ ଭିଜିଗଲେ ବୈଶାଖର ସେହି ପ୍ରଥମ ବର୍ଷାରେ ।ସେହି ପ୍ରଥମ ବର୍ଷା ମିଶାଇ ସାରିଛି ଦୁଇ ପ୍ରେମୀଙ୍କ କୋମଳ ଦେହ । ଦୁଇ ଦେହର ଗରମରେ ଶୁଖିଗଲା ଭିଜିଲା ପୋଷାକ। ସଂଜ ନଇଁଗଲା ବର୍ଷା ଆକାଶ ଚାଲିଗଲେ ହଟେଲକୁ ।ଦୁହେଁ ଫୋନରେ ସାଥିମାନଙ୍କ ଠାରୁ ସିନେମା "ତୁ ମୋ ଲଭ ଷ୍ଟୋରି ର "ଲଭ ଷ୍ଟୋରି ଶୁଣି ପାଗଳ ହୁଅନ୍ତି! ।ପୁଣି ୟୁଟୁବରୁ ଦେଖନ୍ତି ସେଥିର ଲଭ ଲଭ ଗୀତ!।ଏଣେ ତାଙ୍କର ପ୍ରେମ ବଢିବଢି ଢେଉ ମାରୁଥାଏ !। ପୁଣି ଥରେ ବାହାରେ ପବନ ଆସିଲା କରେଣ୍ଟ ଚାଲିଗଲା ,ବର୍ଷା ସାଙ୍ଗେ ଆସିଗଲା ଅଶାନ୍ତ ବିଜୁଳି । ଭୟଙ୍କର ଚିତ୍କାର! କରି ବର୍ଷା ତା ଖଟରୁ ଚାଲି ଆସିଛି ଆକାଶ ଖଟକୁ ,ଜାବୁଡ଼ି ଧରିଛି ଆକାଶକୁ !।ଏତିକିରେ ବର୍ଷାର ମଧୁର ସ୍ପର୍ଶରେ ଆକାଶର ଟରବାଇନ୍ ଘୁରି ମାଡ଼ି ଯାଇଛି ୪୪୦ ଭୋଲ୍ ଟ୍! ।ସେହି କରେଣ୍ଟରେ ଆକାଶ ଜାଳି ଦେଇଛି ବର୍ଷାର ସମର୍ଗ ଦେହକୁ!। ଦୁହେଁ ସର୍ବ ସୀମା ପାର କରିଦେଇଛନ୍ତି। ରାତି ସାରା ପ୍ରେମ ପୀରତି ଜଳରେ ବୁଡି଼ ରହିଛନ୍ତି !। ଏଣେ ଦୁଇ ଦେହ ମିଶି ନଖ ମାଂସ ହେଲାପରେ !। ଆକାଶ ଆଉ ଛାଡି଼ ପାରିନି ବର୍ଷାକୁ ନେଇ ଆସିଛି ଅର୍ଦ୍ଧାଙ୍ଗିନୀ ସଜାଇ ନିଜ ଗାଁକୁ।ଖବର ପାଇ ବର୍ଷାର ବାପାମାଁ ଓ ଗାଁ ଲୋକେ *ଡ୍ରିପାଙ୍ଗ୍ ପାଜିଙ୍ଗା ନେବାକୁ ଆସି ଚିରଦିନ ଲାଗି ବର୍ଷାର ହାତ ଆକାଶ ହାତରେ ଧରାଇ ଦେଇ ଚାଲିଯାଆନ୍ତି।ଏଇ ପ୍ରଥମ ବର୍ଷାଟି ଯେବେବି ଆସେ ,ସେବେ ଆକାଶ ତାହାର ଦୁଇଟି ସ୍ମୃତଟିି ମନେ ପକାଏ। ୧-ଜନ୍ମ ଦିନ,୨-ବାହାଘର ।

*ଡ୍ରିପାଙ୍ଗ୍ ପାଜିଙ୍ଗା-କନ୍ଧମାଳ କୁଈ ସଂସ୍କୃତି ପ୍ରେମବିବାହ ନିୟମ ର ପାଉଣା।ଯେଉଥିରେ ବର ଛେଳି, ଚାଉଳ,ମାଠିଆ ଓ ଖଲି ଦନା ଆଦି ଭୋଜି କରିବା ସାମଗ୍ରୀ କନ୍ୟା ପକ୍ଷକୁ ଦେଇଥାଏ ।

*ଫୁଲମାଳ-ଫୁଲବାଣୀ(କନ୍ଧମାଳ ଜିଲ୍ଲା)।

ଅଶୋକ ଦିଗାଳ,ବାଲିଗୁଡା,

7978231463


Rate this content
Log in

Similar oriya story from Romance